ଫୁଲ ମାଳ ବଦଳରେ ଚପଲ ମାଳ ପିନ୍ଧାଇଥାନ୍ତେ ,ବଞ୍ଚାଇଦେଲେ ଥାନା ଅଧିକାରୀ ଓ ଏବିଇଓ
ସାକ୍ଷୀଗୋପାଳ ---- ଦିନକୁ ଦିନ ଡବଲ ଇଞ୍ଜିନ ସରକାରଙ୍କ ସମୟରେ ବିଭିନ୍ନ ଶିକ୍ଷାନୁଷ୍ଠାନରେ କଳହ ବଢ଼ିବାରେ ଲାଗିଛି। ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଓ ଆଲୁମିନା ର ସଭାପତି ମାନେ ଏବେ ସେମାନେ ବିଦ୍ୟାଳୟକୁ ନିଜ ହାତରେ ରଖିଛନ୍ତି। ବିଭିନ୍ନ ବିଦ୍ୟାଳୟ ରେ ଶିକ୍ଷକ ଶିକ୍ଷୟତ୍ରୀ ବଦଳି ବିଦ୍ୟାଳୟ ପରିଚାଳନା କମିଟି ର ସଭାପତି ମାନଙ୍କ ଯୋଗୁ କରାଯାଉଛି। ଯାହା ଫଳରେ କି କୁନି କୁନି ପିଲା ମାନେ ବିଦ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ଏବେ ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ଶୁକ୍ଳ ଗ୍ରାମ ପଞ୍ଚାୟତ ର ବାମବରଡା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଘଟିଛି ଏକ ଅଭାବନୀୟ ଘଟଣା। ବିଦ୍ୟାଳୟ ର ପ୍ରଧାନ ଶିକ୍ଷକଙ୍କ ନିକଟରେ ବିଦ୍ୟାଳୟ ପରିଚାଳନା କମିଟି ଜଣେ ପାଚିକାଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ। ଏହି ଅଭିଯୋଗ ହେବା ପରେ ପ୍ରଧାନ ଶିକ୍ଷକ ଶିକ୍ଷା ବିଭାଗ ଅଧିକାରୀ ଙ୍କୁ ଜଣାଇବା ସହ ପାଚିକା ଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ତାଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି ବୋଲି ଏକ ପତ୍ର ଦେଇଥିଲେ। ଯାହାକୁ ନେଇ ପାଚିକା ଏବଂ ପାଚିକା ଙ୍କ ପରିବାର କିଛି ବୁଝି ପାରିନଥିଲେ। ଅନ୍ୟ ପକ୍ଷରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଆଜି ମଧ୍ୟ ନିଜ ଚାକିରି ଜୀବନ ରୁ ଅବସର ନେଇଥିବା ଜଣାପଡ଼ିଛି। ପାଚିକା ଜଣଙ୍କ ନ୍ୟାୟ ପାଇବା ପାଇଁ ବିଦ୍ୟାଳୟ ଛୁଟି ହେବା ପରେ ସମସ୍ତ ଛାତ୍ରଛାତ୍ରୀ ଗଲାପରେ ବିଦ୍ୟାଳୟ ମୁଖ୍ୟ ଗେଟ ରେ ତାଲା ପକାଇ ଧାରଣା ଦେଇଥିଲେ। ଏହି ଖବର ପାଇ ସତ୍ୟବାଦୀ ଥାନାର କର୍ମଚାରୀ ଓ ଏବିଇଓ ଛାଟେଇ ମୋତିଲାଲ ରାୟ ସେଠାରେ ପହଞ୍ଚି ଏକ ଆଲୋଚନା କରିଥିଲେ। ଏକ ଅଘଟଣ କୁ ରୋକି ଦେଇଥିବା ସ୍ଥାନୀୟ ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି। ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୩୧/୧/୨୦୨୬---୮,୧୦ Sakhigopal News,31/1/2026
