ads

Breaking News

ସତ୍ୟବାଦୀ ରେ ସୁନାଚେନ୍ ଲୁଟ୍ ସହ ଘରୁ ଚୋରି

ସାକ୍ଷୀଗୋପାଳ --- ସତ୍ୟବାଦୀ ଥାନା ଅଞ୍ଚଳରେ ଦିନକୁ ଦିନ ଆଇନ ଶୃଙ୍ଖଳା ବିଗିଡିବା କୁ ଲାଗୁଛି । ଆଜି ସତ୍ୟବାଦୀ ବ୍ଳକ ପଛପଟ ଅଠେଇଶ ଗ୍ରାମରେ ଯୁବା ଜଗନ୍ନାଥ ମନ୍ଦିର ପୂଜକ ଭାସ୍କର ଦୀକ୍ଷିତ ପୂଜା ସାରି ଫେରୁଥିବା ବେଳେ ତାଙ୍କ ବେକରୁ ସୁନା ଚେନ ଲୁଟେରା ମାନେ ଛିଣ୍ଡାଇ ନେଇଯାଇଥିଲେ । ସେହି ସମୟରେ ବୀରଗୋବିନ୍ଦପୁର ଗ୍ରାମର ମମତା ଆଚାର୍ଯ୍ୟ ଓ ଅନ୍ୟ ମାନଙ୍କ ସହ ଜଗନ୍ନାଥ ମନ୍ଦିର ଦର୍ଶନ କରିବାକୁ ଆସିଥିଲେ। ସେହି ସମୟରେ ଲୁଟେରା ମାନେ ମମତା ଙ୍କ ବେକରୁ ସୁନା ଚେନ ଝାମ୍ପି ନେଇଥିଲେ। ଖବର ପାଇ ସତ୍ୟବାଦୀ ପୋଲିସ ସୈମ୍ୟରଞ୍ଜନ ମହାଲିକା ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଦୁଇ ଜଣ ଯୁବକ ଙ୍କୁ ସନ୍ଦେହ କରି ଅଟକ ରଖିଥିବା ଜଣାପଡିଛି। ସେହିପରି ଅହମଦପୁର ଗ୍ରାମରେ ଶେଖ ଫାରୁଖ ଙ୍କ ଘରୁ ଚୋରି ହୋଇଯାଇଛି। ତାଙ୍କ ଘରୁ  ରାତିରେ ଲୁଟେରାମାନେ ସୁନା,ରୂପା ଓ ଟଙ୍କା ଲୁଟିନେଇଥିବା ଥାନା ରେ ଅଭିଯୋଗ କରିଥିବା ଜଣାପଡିଛି। ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୨୮/୧/୨୦୨୬---୫,୦୦ Sakhigopal News,28/1/2026

ads

Blog Archive

Popular Posts