ads

Breaking News

ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ମୋଟରସାଇକେଲ ଚାଳକଙ୍କ ମୃତ୍ୟୁ


ଜଟଣୀ : ---ଦିନକୁଦିନ ବେଫିକର ଗାଡ଼ି ଚାଳନା ଓ ରାସ୍ତା ଜାମ ଜନିତ ପାଇଁ ଜଟଣୀ ସହରରେ  ଗାଡିମୋଟର ଚାଳନା ଏକ ପ୍ରକାର ମରଣଯନ୍ତାରେ ପରିଣତ ହୋଇଛି । ବୁଧବାର ଅପରାହ୍ନରେ ସ୍ଥାନୀୟ ସବ୍ ରେଜିଷ୍ଟାର ଅଫିସ ଆଗରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟି ବିକାଶ କୁମାର ରଥ ନାମକ ଜଣେ ମୋଟରସାଇକେଲ ଆରୋହୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ଜଣାପଡିଛି l  ମରଣ ଯନ୍ତା ପାଲଟିଛି ସହରର ମୁଖ୍ୟ ରାସ୍ତା । ଗାଡ଼ି ଚାଳକଙ୍କ ବେପରୁଆ ଗାଡ଼ି ଚାଳନା ସାଙ୍ଗକୁ ଜଟିଳ ଟ୍ରାଫିକ ସମସ୍ୟା । ବାରମ୍ବାର ଅକାଳରେ ଚାଲିଗଲାଣି ଅନେକ ଜୀବନ । ତଥାପି ସ୍ଥାନୀୟ ପ୍ରଶାସନର ଏଥିପ୍ରତି ନିଘା ନାହିଁ l ମିଳିଥିବା ସୂଚନା ଅନୁସାରେ ମୃତ ଯୁବକଙ୍କ ଘର କଟକ ଜିଲ୍ଲା ବାଙ୍କୀ ଥାନା ଅନ୍ତର୍ଗତ ସାମନ୍ତରାପୁରର ବୋଲି ପୁଲିସ ସୂଚନା ଦେଇଛି l ସେ ଓଡ଼ି ୦୫ଜେଡ଼ ୯୪୭୨ ନମ୍ବର ବିଶିଷ୍ଟ ମୋଟରସାଇକେଲ ଯୋଗେ ହରିଭାଇନା ଛକ ଅଭିମୁଖେ ଯାଉଥିବା ବେଳେ ନିକଟରେ ଥିବା ଜିଏସଟି ସରକାରି କାର୍ଯ୍ୟାଳୟରୁ ଏମପି 04ସିଏସ 4281 ନମ୍ବର ବିଶିଷ୍ଟ ଏକ କାର ବାହାରି ସବରେଜିଷ୍ଟର ନିକଟରୁ ୟୁଟର୍ନ ଦେଇ ଖୋର୍ଦ୍ଧା ଅଭିମୁଖେ ଯିବାକୁ ବାହାରୁଥିବା ସମୟରେ ବିପରୀତ ଦିଗରୁ ବାଇକରେ ଦ୍ରୁତ ଗତିରେ ଆସୁଥିବା ସ୍ବର୍ଗତଃ ରଥ ଭାରସାମ୍ୟ ହରାଇ କାରରେ ପିଟି ହୋଇଯାଇଥିଲେ । ମୁଖ୍ୟ ରାସ୍ତାର ଡିଭର୍ଶନ ରାସ୍ତାକୁ ଛିଟିକି ପଡିଯିବା ହେତୁ ଅପରପାର୍ଶ୍ୱରେ ଯାଉଥିବା ଓଡ଼ି 02ସିଏକ୍ସ 4858 ନମ୍ବର ବିଶିଷ୍ଟ  ପିକଅପ ଭ୍ୟାନ ଛିଟିକି ପଡ଼ିଥିବା ଯୁବକଙ୍କ ଉପରେ ଚଢିଯାଇଥିଲା । ଯାହାଫଳରେ ଦୁର୍ଘଟଣା ସ୍ଥଳରେ ଯୁବକଙ୍କ ମୃତ୍ୟୁ ଘଟିଥିବା ପ୍ରତକ୍ଷଦର୍ଶିଙ୍କ ଠାରୁ ପ୍ରକାଶ l ଖବରପାଇ ଘଟଣା ସ୍ଥଳରେ ଜଟଣୀ ପୋଲିସ ପହଞ୍ଚି ତିନୋଟି ଗାଡିକୁ ଜବତ କରି ଥାନାକୁ ଆଣିବା ସହିତ ପୋଷ୍ଟମାର୍ଟମ ନିମନ୍ତେ ମୃତ ଶରୀରକୁ ପଠାଇ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରୁଥିବା ଥାନାଧିକାରୀ ଷ୍ଟାଲିନ ବିଶ୍ବାଳଙ୍କ ଠାରୁ ସୁଚନା ମିଳିଛି l ଜଟଣୀ ରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୨୧/୧/୨୦୨୬----୮,୧୦ Sakhigopal News,21/1/2026

ads

Blog Archive

Popular Posts