ads

Breaking News

ଭଞ୍ଜନଗର ଉପଜିଲ୍ଲାପାଳଙ୍କ ଅଚାନକ୍ ମଣ୍ଡି ପରିଦର୍ଶନ:କାର୍ଯ୍ୟରେ ଅବହେଳା ପାଇଁ ୩ ମଣ୍ଡି ନୋଡାଲ ଅଫିସର ଓ ୪ କ୍ବାଲିଟି ଆନାଲିସିସ୍ ଙ୍କୁ ନୋଟିସ୍

*
ଭଞ୍ଜନଗର --- ଭଞ୍ଜନଗର ଉପଖଣ୍ଡ ସମେତ ସମଗ୍ର ଗଞ୍ଜାମ ଜିଲ୍ଲାରେ ଖରିଫ୍ ଧାନ କିଣା ଜାରି ରହିଛି। ଚାଷୀଙ୍କ ଠାରୁ ଯେପରି ସୁରୁଖୁରୁରେ ଧାନ କିଣା ଯିବ ସେନେଇ ପ୍ରଶାସନିକ ସ୍ତରରେ ପଦକ୍ଷେପ ନିଆଯାଉଛି। ଶୁକ୍ରବାର ସୁଦ୍ଧା ଭଞ୍ଜନଗର ଉପଖଣ୍ଡ ରୁ ୯୦୪୩.୯୫ କ୍ବିଣ୍ଟାଲ ଧାନ କ୍ରୟ ହେଲାଣି ।ଶନିବାର ଭଞ୍ଜନଗର ଉପଜିଲ୍ଲାପାଳ ଶ୍ରୀ ଉମାଶଙ୍କର ବେହେରା ଓ ଏଆରସିଏସ୍ ଶ୍ରୀ ବିଜୟ କୁମାର ସାହୁ ଅଚାନକ ୫ ଟି ମଣ୍ଡି ପରିଦର୍ଶନ କରି ଭିତ୍ତିଭୂମିର ତଦାରଖ କରିଛନ୍ତି। ଏହା ସହ ମଣ୍ଡିରେ ଉପସ୍ଥିତ ଥିବା ଚାଷୀ ମାନଙ୍କ ସହ ଧାନ କିଣା ବାବଦରେ ଆଲୋଚନା କରିଛନ୍ତି। ଉପଜିଲ୍ଲାପାଳ ଙ୍କ ଏହି ଗସ୍ତ ସମୟରେ ୩ଟି ମଣ୍ଡିରେ ନୋଡାଲ ଅଫିସର ଓ ୪ ଟି ମଣ୍ଡିରେ କ୍ବାଲିଟି ଆନାଲିସିସ୍ ଅନୁପସ୍ଥିତ ଥିବା ଜଣାପଡିଥିଲା। ଫଳରେ ସେମାନଙ୍କୁ ଅନୁପସ୍ଥିତି ର କାରଣ ଦର୍ଶାଅ ନୋଟିସ୍ ଜାରି ହୋଇଛି। ଉପଜିଲ୍ଲାପାଳ ପ୍ରଥମେ ଭଞ୍ଜନଗର ବ୍ଲକ ଅଧିନ ବଡକୋଦଣ୍ଡା, ସାନକୋଦଣ୍ଡା ପ୍ୟାକ୍ସ ଓ ଜିଲୁଣ୍ଡି ମା ତାରାତାରିଣୀ ଏସଏଚଜିଙ୍କ ଦ୍ବାରା ପରିଚାଳିତ ମଣ୍ଡି ପରିଦର୍ଶନ କରିଥିଲେ। ପରେ ବେଳଗୁଣ୍ଠା ବ୍ଲକ ଅଧିନ ଗୋବରା ଓ କ୍ଷତ୍ରିୟବରପୁର ମଣ୍ଡି ପରିଦର୍ଶନ କରିଥିଲେ। ଏହି ସମୟରେ ଭଞ୍ଜନଗର ବ୍ଲକ ର ବଦକୋଦଣ୍ଡା ଏବଂ ବେଲଗୁଣ୍ଠା ବ୍ଲକର ଗୋବରା ଓ କ୍ଷତ୍ରିୟବରପୁ  ମଣ୍ଡି ନୋଡାଲ ଅଫିସର ଅନୁପସ୍ଥିତି ଥିଲେ।  କାର୍ଯ୍ୟରେ ଅବହେଳା ପାଇଁ ଉପଜିଲ୍ଲାପାଳ ଶ୍ରୀ ବେହେରା ଅନୁପସ୍ଥିତ ଥିବା ୩ ମଣ୍ଡି ନୋଡାଲ ଅଫିସର ଓ ୪ କ୍ବାଲିଟି ଆନାଲିସିସ୍ ଙ୍କୁ ଅନୁପସ୍ଥିତି ର କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି।ମଣ୍ଡି ପରିଦର୍ଶନ ସମୟରେ ଉଭୟ ବ୍ଲକର ତହସିଲଦାର ଓ ବ୍ଲକ ଯୋଗାଣ ଅଧିକାରୀ ଉପସ୍ଥିତ ଥିଲେ। ଭବିଷ୍ୟତରେ ଏପରି ଅବହେଳା କଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଉପଜିଲ୍ଲାପାଳ ଶ୍ରୀ ବେହେରା କହିଛନ୍ତି। ଭଞ୍ଜନଗର ରୁ ରବୀନ୍ଦ୍ର ପ୍ରଧାନ ଙ୍କ ରିପୋର୍ଟ,୩/୧/୨୦୨୬---୯,୪୦ Sakhigopal News,3/1/2026

ads

Blog Archive

Popular Posts