ଯୁବ ଦିବସରେ ପର୍ଯ୍ୟଟନ ସ୍ଥଳୀରେ ସଫେଇ
ଜଟଣୀ : ସ୍ୱାମୀ ବିବେକାନନ୍ଦଙ୍କ ଜୟନ୍ତୀ ତଥା ଜାତୀୟ ଯୁବ ଦିବସ ଅବସରରେ ସାମାଜିକ ଅନୁଷ୍ଠାନ ସମ୍ଭାବନା ପରିବାର ପକ୍ଷରୁ ଜଟଣୀ ସହର ନିକଟବର୍ତ୍ତୀ ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ବୌଦ୍ଧପିଠ ଅରାଗଡ଼ ପରିସରରେ ଅନୁଷ୍ଠିତ ହୋଇଯାଇଛି।ସଭାପତି ଅମୀନ ରାଉତଙ୍କ ନେତୃତ୍ୱରେ ଏକ ସଫେଇ ଅଭିଯାନ କରାଯିବା ସହିତ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ସମ୍ପାଦକ ଦେବପ୍ରସାଦ ଦାଶ, କୋଷାଧକ୍ଷ ରମାକାନ୍ତ ମହାରଣା, ବରିଷ୍ଠ ଲୋକ ପ୍ରତିନିଧି ବିଷ୍ଣୁ କୁମାର ସାହୁ, ବାର ଆସୋସିଏସନର ପୂର୍ବତନ ସଭାପତି ଶରତଚନ୍ଦ୍ର ପାଇକରାୟ, ଲିଟୁରଞ୍ଜନ ରାଉତରାୟ, ପ୍ରଶାନ୍ତ ବେହେରା, ପରେଶ ପଟ୍ଟନାୟକ, ସଞ୍ଜୟ ବରୀଶଲ, ଶରତ କୁମାର ରେଡ୍ଡୀ, ନିତ୍ୟଜିତ ଚମ୍ପତ୍ତି,ସ୍ମିତା ପଟ୍ଟନାୟକ, ରାଜକିଶୋର ରଣସିଂହଙ୍କ ସମେତ ଅନ୍ୟାନ୍ୟ କର୍ମକର୍ତ୍ତା ମାନେ ଯୋଗ ଦେଇଥିଲେ l ଜଟଣୀ ରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୧୨/୧/୨୦୨୬---୮,୩୫ Sakhigopal News,12/1/2026
