ads

Breaking News

ବିଜେପି ରାଷ୍ଟ୍ରୀୟ ସଭାପତିଙ୍କୁ ସୌଜନ୍ୟ ମୂଳକ ସାକ୍ଷାତ କଲେ ବିଜେପି ମୁଖପାତ୍ର ସୁଦୀପ୍ତ ରାୟ l




ଜଟଣୀ---- ବିଜେପି ରାଷ୍ଟ୍ରୀୟ କାର୍ଯ୍ୟକାରୀ ଅଧ୍ୟକ୍ଷ ନୀତିନ ନବୀନଙ୍କୁ ନୂଆଦିଲ୍ଲୀସ୍ଥିତ ଦଳୀୟ ମୁଖ୍ୟ କାର୍ଯ୍ୟାଳୟରେ ଭେଟିଛନ୍ତି ଓଡ଼ିଶା ବିଜେପି ମୁଖପାତ୍ର ସୁଦୀପ୍ତ ରାୟ। ଏହି ସୌଜନ୍ୟମୂଳକ ସାକ୍ଷାତକାର ସମୟରେ ଶ୍ରୀ ରାୟ ଓଡ଼ିଶା ସରକାର ଙ୍କ ସଫଳତା, ସାମ୍ପ୍ରତିକ ରାଜନୈତିକ ସ୍ଥିତି ଏବଂ ଦଳୀୟ ସଙ୍ଗଠନ ବିଷୟରେ ଆଲୋଚନା କରିବା ସହ ରାଷ୍ଟ୍ରୀୟ ସଭାପତିଙ୍କୁ ଓଡ଼ିଶା ଗସ୍ତରେ ଆସିବା ପାଇଁ ଆମନ୍ତ୍ରଣ କରିଛନ୍ତି। ରାଜ୍ୟ ବିଜେପି ମୁଖପାତ୍ର ଶ୍ରୀ ରାୟ ନୂତନ ଦାୟିତ୍ୱ ଗ୍ରହଣ କରିବାକୁ ଯାଉଥିବା ନୀତିନ ନବୀନଙ୍କୁ ଶୁଭେଚ୍ଛା ଜଣାଇବା ସହ ଓଡ଼ିଶାରେ ବିଜେପିର ସ୍ଥିତି ଓ ସଙ୍ଗଠନକୁ ଅଧିକ ସୁଦୃଢ଼ କରିବା ଦିଗରେ ଦିଗଦର୍ଶନ ଲୋଡ଼ିଛନ୍ତି। ଆସନ୍ତା ଜାନୁଆରୀ ୨୦ ତାରିଖରେ ନୀତିନ ନବୀନ ଦଳର ପୂର୍ଣ୍ଣକାଳୀନ ରାଷ୍ଟ୍ରୀୟ ସଭାପତି ଭାବେ ନିର୍ବାଚିତ ହେବାର ସମ୍ଭାବନା ଥିବା ବେଳେ, ଏହି ଗୁରୁତ୍ୱପୂର୍ଣ୍ଣ ସମୟରେ ଶ୍ରୀ ରାୟଙ୍କ ଏହି ସାକ୍ଷାତକାରକୁ ନେଇ ରାଜନୈତିକ ଚର୍ଚ୍ଚା ଜୋର ଧରିଛି। ଓଡ଼ିଶାର କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ଉତ୍ସାହ ଭରିବା ପାଇଁ ରାଷ୍ଟ୍ରୀୟ ସଭାପତିଙ୍କୁ ରାଜ୍ୟ ଗସ୍ତ ପାଇଁ ଅନୁରୋଧ କରାଯାଇଛି।
  ଶ୍ରୀ ରାୟ ଓଡ଼ିଶାର ସମ୍ବଲପୁର ହସ୍ତତନ୍ତ ର ଅଙ୍ଗବସ୍ତ୍ର ଓ ପୁଷ୍ପଗୁଚ୍ଛ ଦେଇ ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କୁ ସମ୍ବର୍ଦ୍ଧିତ କରିଥିଲେ।
  ରାଜ୍ୟର ବିକାଶମୂଳକ କାର୍ଯ୍ୟ ଏବଂ ସାଙ୍ଗଠନିକ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନାକରିଥିଲେ। ଶ୍ରୀ ରାୟଙ୍କ ଏହି ନିମନ୍ତ୍ରଣକୁ ସହୃଦୟତାର ସହ ଗ୍ରହଣ କରି ଶୀଘ୍ର ଓଡ଼ିଶା ଗସ୍ତ କରିବା ପାଇଁ ଶ୍ରୀ ନୀତିନ ନବୀନ ସମ୍ମତି ପ୍ରକାଶ କରିଥିବା ଜଣାପଡ଼ିଛି। ବିଜେପିର ଏହି ଶୀର୍ଷ ନେତୃତ୍ୱଙ୍କ ଆଗାମୀ ଓଡ଼ିଶା ଗସ୍ତ ରାଜ୍ୟ ରାଜନୀତିରେ ନୂଆ ସମୀକରଣ ସୃଷ୍ଟି କରିବ ବୋଲି ଆଶା କରାଯାଉଛି। ଜଟଣୀ ରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୧୬/୧/୨୦୨୬---୮,୧୦ Sakhigopal News,16/1/2026

ads

Blog Archive

Popular Posts