ads

Breaking News

ବସଷ୍ଟାଣ୍ଡ ସମ୍ମୁଖରୁ ବେଆଇନ ଦୋକାନ ଉଛେଦ ;ଦୋକାନ ଉଚ୍ଛେଦରେ ପାତର ଅନ୍ତର ଅଭିଯୋଗ


ଜଟଣୀ :୭----ଦୀର୍ଘବର୍ଷ ଧରି ବସଷ୍ଟାଣ୍ଡ ଅଞ୍ଚଳରେ ପ୍ରଶାସନର ଅପାରଗତା ପାଇଁ ରାସ୍ତାକୁ ମଡ଼ାଇ ବେଆଇନ ଦୋକାନ ବଜାର ବଢ଼ି ଉଠିଥିଲା । ଏହି ବେଆଇନ କାର୍ଯ୍ୟକୁ ପରୋକ୍ଷରେ ପ୍ରୋତ୍ସାହନ ଦେଇ ଟ୍ୟାକ୍ସ ଆଦାୟ କରି ନିଜ ପାଣ୍ଠି ବୃଦ୍ଧି କରିବାରେ ଲାଗିପଡ଼ିଥିଲା  ଜଟଣୀ ପୌରପରିଷଦ l ତେବେ ନିକଟରେ ଅବହେଳିତ ହୋଇ ପଡ଼ି ରହିଥିବା ସହରର ବସଷ୍ଟାଣ୍ଡ କାର୍ଯ୍ୟକ୍ଷମ କରିବା ପାଇଁ ପୌରପ୍ରଶାସନ ପ୍ରଶାସନ ଅଣ୍ଟା ଭିଡ଼ିଥିଲା । ବସଷ୍ଟାଣ୍ଡର ପ୍ରାଚୀରକୁ ଲାଗିରହିଥିବା ୧୪ ଗୋଟି ବେଆଇନ କ୍ୟାବିନ ଓ ପାଲଟଣା ଦୋକାନକୁ ମଙ୍ଗଳବାର ଉଚ୍ଛେଦ କରାଯାଇଛି। ଉଚ୍ଛେଦ ପୂର୍ବରୁ ପୌର କାର୍ଯ୍ୟାଳୟ ପକ୍ଷରୁ ଉକ୍ତ ଅବରୋଧକାରୀଙ୍କୁ ନୋଟିସ ପ୍ରଦାନ କରାଯାଇଥିଲା l ଅପରପକ୍ଷେ ପୌର କାର୍ଯ୍ୟାଳୟର କିଛି ଲାଞ୍ଚୁଆ କର୍ମଚାରୀ ମାନଙ୍କୁ ହାତଗୁଞ୍ଜା ଦେଇ ଏହି ସ୍ଥାନରେ ବେଆଇନ ଭାବେ ବସ ଷ୍ଟାଣ୍ଡର ଘରକୁ ମାଡିବସିଥିବା ଏକ ଜଳଖିଆ ଦୋକାନ ବିରୁଦ୍ଧରେ କାହିଁକି ପଦକ୍ଷେପ ନିଆଯାଉନାହିଁ ବୋଲି କ୍ଷତିଗ୍ରସ୍ତ ଦୋକାନୀ ଓ ବୁଦ୍ଧିଜୀବୀ ମହଲରେ ପ୍ରଶ୍ନବାଚୀ ସୃଷ୍ଟି କରିଛି l ଏହି ଉଛେଦ ପକ୍ରିୟା ହେବା ଦ୍ୱାରା ବିଡିଏ ବସ ଷ୍ଟାଣ୍ଡକୁ ବସ ଚଳାଚଳ ଏବଂ ଯାତ୍ରୀମାନଙ୍କ ଯିବା ଆସିବାରେ ସୁବିଧା ହେବ ବୋଲି ପୌର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। କିନ୍ତୁ ଦେଖିବାକୁ ଗଲେ ପୌରପ୍ରଶାସନର ଅବହେଳା ପାଇଁ ଦୁର୍ଦ୍ଦିନ ଅବସ୍ଥାରେ ବସ ଷ୍ଟାଣ୍ଡ l ପୌରପରିଷଦର "ସୁଇପିଂ ଗାଡିର ଷ୍ଟାଣ୍ଡ ପାଲଟିଛି "ବସ ଷ୍ଟାଣ୍ଡ " ସେତିକିନୁହଁ ବସ ଷ୍ଟାଣ୍ଡର ଦୁଇଟି ନିର୍ମାଣ ଗୃହ ପାଲଟିଛି ପୌରପରିଷଦ କର୍ମଚାରୀ ଗୃହ ଏବଂ ଅନ୍ୟ ଗୋଟିଏ ଗୃହ ଶୀତଦିନ ଆଶ୍ରୟ ସ୍ଥଳ l ଦୁଃଖର ବିଷୟ ଏହି ଉଛେଦ ପକ୍ରିୟାରେ ଜଟଣୀ ପୌର ପୌର ପରିଷଦର ନିର୍ବାହୀ ଅଧିକାରୀ ଆକ୍ରିତି ଗୋଏଙ୍କା, କନିଷ୍ଠ ଏନଫୋର୍ସମେଣ୍ଟ ଅଧିକାରୀ ଇପ୍ସିତା ପ୍ରିୟଦର୍ଶିନ, ଟାକ୍ସ ନିରୀକ୍ଷକ ତ୍ରିଲୋଚନ ସାମନ୍ତରାୟଙ୍କ ଅନ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ। ଜଟଣୀ ରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୭/୧/୨୦୨୬---୫,୪୫ Sakhigopal News,7/1/2026

ads

Blog Archive

Popular Posts