ads

Breaking News

କେତକୀ ପାଟଣା ଗ୍ରାମ ପଞ୍ଚାୟତ ରେ ଶୀତ ବସ୍ତ୍ର ବଣ୍ଟନ।


ସାକ୍ଷୀଗୋପାଳ ---
ଭାରତ ବିକାଶ ପରିଷଦ ସତ୍ୟବାଦୀ ଶାଖା ତରଫରୁ କେତକୀ ପାଟଣା ଗ୍ରାମ ପଞ୍ଚାୟତ ଅଧୀନ ଅଲାଣ୍ଡା ପଡ଼ା, ନୀଳ କଣ୍ଠେଶ୍ୱର୍ ମନ୍ଦିର ପରିସରରେ 100 ଜଣ ବୃଦ୍ଧ ବୃଦ୍ଧା,ଶାରୀରିକ ଅକ୍ଷମ ଓ ଗରିବ ଜନସାଧାରଣଙ୍କୁ କମ୍ବଳ ବଣ୍ଟନ କରାଯାଇଛି। ଶିତର ଭୟାନକ ପ୍ରକୋପ ରୁ ରକ୍ଷା ପାଇବା ପାଇଁ  ଭାରତ ବିକାଶ ପରିଷଦ ର ଏହା ଏକ କ୍ଷୁଦ୍ର ସହାୟତା। ଏହା ପରିଷଦର ଏକ ସାମାଜିକ କାର୍ଯ୍ୟକ୍ରମର ଅଂଶ ବିଶେଷ। ଚଳିତ ଆର୍ଥିକବର୍ଷରେ ପରିଷଦର ଏହା ହେଉଛି ଚତୁର୍ଥ କାର୍ଯ୍ୟକ୍ରମ। ସମସ୍ତଙ୍କ ଉପସ୍ଥିତିରେ ବନ୍ଦେ ମାତରଂ ଗାନ କରାଯିବା ସହିତ ପଣ୍ଡିତ ଗୋପବନ୍ଧୁ ଙ୍କ ନିରଳସ ସେବା କାର୍ଯ୍ୟର ଆଲୋଚନା ହୋଇଥିଲା। ପରେ ପରେ ହରିନାମ୍ ଜପ କରାଯାଇ କମ୍ବଳ ଓ ବିସ୍କୁଟ ବଣ୍ଟନ କରାଯାଇଥିଲା। ଏଥିରେ ଭାରତ ବିକାଶ ପରିଷଦ ଓଡିଶା ପୂର୍ବ ପ୍ରାନ୍ତ ର ସଭାପତି ସତ୍ୟବାଦୀ ଦାସ, ସତ୍ୟବାଦୀ ଶାଖା ସଚିବ ବିଜୟ କୁମାର ପରିଡ଼ା, ସଂପର୍କ ସଚିବ ନବଘନ ଶତପଥୀ, ସଭ୍ୟ ପ୍ରଭାକର ମିଶ୍ର, ବସନ୍ତ କୁମାର ମିଶ୍ର, ସୁଧାକର ମହାପାତ୍ର, ଶରତ କୁମାର ବେହେରା, ବ୍ରହ୍ମାନନ୍ଦ ମହାରଣା, ଦିଗମ୍ବର ରଥ, ସୁରେନ୍ଦ୍ର କୁମାର ସ୍ବାଇଁ, ଲୋକନାଥ ବାରିକ ଓ ସୁରେନ୍ଦ୍ର ସାହାଣୀ ଉପସ୍ଥିତ ଥିଲେ। ସ୍ଥାନୀୟ ବାସିନ୍ଦା ପଦ୍ମଲୋଚନ ବେହେରା ଓ ସାଥୀମାନେ ଏହାକୁ ପରିଚାଳନା କରିଥିଲେ। ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୧୬/୧/୨୦୨୬---୭,୪୫ Sakhigopal News,16/1/2026

ads

Blog Archive

Popular Posts