ads

Breaking News

ଶ୍ରୀରାମଙ୍କ ସୁବର୍ଣ୍ଣ ଦିବ୍ୟଧନୁକୁ ଭବ୍ୟ ସମ୍ବର୍ଦ୍ଧନା


ଜଟଣୀ :----- ସନାତନ ଜାଗରଣ ମଞ୍ଚ ପକ୍ଷରୁ ରାଉରକେଲା ସ୍ଥିତ ହନୁମାନ ବାଟିକାରୁ ଅଯୋଧ୍ୟା ଅଭିମୁଖେ ବାହାରିଥିବା ପ୍ରଭୁ ଶ୍ରୀରାମଙ୍କ ସୁବର୍ଣ୍ଣ ଦିବ୍ୟଧନୁ ରାଜ୍ୟର ବିଭିନ୍ନ ଅଞ୍ଚଳ ପରିକ୍ରମା କରିଛି । ଏହି ଅବସରରେ ରବିବାର ପ୍ରାତଃ କାଳରେ ଜଟଣୀ ସହରରେ ଆସି ପହଞ୍ଚିଥିଲା l ଏହି ଧନୁ ପହଞ୍ଚିବା ପରେ ପଥ ଉତ୍ସବ କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ଶତାଧିକ ଜନସାଧାରଣ ଭବ୍ୟ ସମ୍ବର୍ଦ୍ଧନା ଦେଇଥିଲେ l ନିକଟରେ ଉପସ୍ଥିତ ଥିବା ସାଂସଦ ଅପରାଜିତା ଷଡ଼ଙ୍ଗୀ, ବିଜେପି ନେତା ବିଶ୍ୱରଂଜନ ବଡ଼ଜେନା,ଡ଼ ଉମାକାନ୍ତ ପଟ୍ଟନାୟକ, ବିଶ୍ୱହିନ୍ଦୁ ପରିଷଦ ସଭାପତି ରମେଶଚନ୍ଦ୍ର ଦାଶ, ସୁଦର୍ଶନ ସୁନ୍ଦରାୟଙ୍କ ସମେତ ବହୁ ଜନସାଧାରଣ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ l ପୁଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିବା ଦେଖିବାକୁ ମିଳିଥିଲା l ଜଟଣୀ ରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୧୮/୧/୨୦୨୬---୭,୧୫ Sakhigopal News,18/1/2026

ads

Blog Archive

Popular Posts