ads

Breaking News

ସତ୍ୟବାଦୀ ମହୋତ୍ସବ ଏ ବର୍ଷ ଚାରିଦିନ ଧରି ଅନୁଷ୍ଠିତ ହେବ

ସାକ୍ଷୀଗୋପାଳ ---  ସତ୍ୟବାଦୀ ମହୋତ୍ସବ ଫେବୃୟାରୀ ମାସ ୫, ୬, ୭,ଓ ୮ ଚାରି ଦିନ ଧରି ଅନୁଷ୍ଠିତ ହେବ ବୋଲି ଆଜି ଅନୁଷ୍ଠିତ ମହୋତ୍ସବ ର ସରକାରୀ ପ୍ରସ୍ତୁତି ବୈଠକ ରେ ନିଷ୍ପତ୍ତି ନିଆଯାଇଛି । ସତ୍ୟବାଦୀ ପଞ୍ଚାୟତ ସମିତି ସଭାଗୃହ ପରିସରରେ ସତ୍ୟବାଦୀ ମହୋତ୍ସବ ର ଦୁତୀୟ  ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ମହୋତ୍ସବର ସଭାପତି ତଥା ସତ୍ୟବାଦୀ ବିଧାୟକ ଓମ ପ୍ରକାଶ ମିଶ୍ର ଅଧ୍ୟକ୍ଷତା କରିଥିଲେ। ଅନ୍ୟ  ମାନଙ୍କ ମଧ୍ୟରେ ଏସଡିପିଓ ଦେବାଶିଷ ମିଶ୍ର ଓ ସତ୍ୟବାଦୀ ଥାନା ଅଧିକାରୀ ବିଜୟ କେତନ ବେହେରା ଙ୍କ ସ଼ହ ମହୋତ୍ସବର ସମ୍ପାଦକ ତଥା ଜୟପୁର ପଞ୍ଚାୟତ ର ସମିତି ସଭ୍ୟ ଦୀପକ୍ ଶତପଥୀ ମହୋତ୍ସବ ସମ୍ପର୍କରେ ପ୍ରାରମ୍ଭିକ ସୂଚନା ଦେଇଥିଲେ ।  ସତ୍ୟବାଦୀ ବିଡ଼ିଓ ଦେବାଶିଷ ନାୟକ ବୈଠକ ପରିଚାଳନା କରିଥିବା ବେଳେ ସତ୍ୟବାଦୀ ତହସିଲଦାର ସନ୍ତୋଷ କୁମାର ପାଣିଗ୍ରାହୀ ଓ
 ସଦସ୍ୟ ତଥା ଜିଲ୍ଲା ପରିଷଦ ସଭ୍ୟ ରତିକାନ୍ତ ମିଶ୍ର ଓ ସଦସ୍ୟ ତ୍ରିଲୋଚନ ରଥ  ଙ୍କ ସହିତ ସତ୍ୟବାଦୀ ବ୍ଳକର ବିଭିନ୍ନ ବିଭାଗ ର ଅଧିକାରୀ ମାନେ ଯୋଗ ଦେଇଥିଲେ। ବିଶେଷ କରି ସତ୍ୟବାଦୀ ମହୋତ୍ସବ ଏ ବର୍ଷ ଚାରିଦିନ ଧରି ମହୋତ୍ସବ ଅନୁଷ୍ଠିତ ହେବା ସହ କିପରି ଅଧିକ ଆକର୍ଷଣୀୟ କରାଯାଇ ପାରିବ ସେଥିପାଇଁ ବିଭିନ୍ନ ଅଧିକାରୀ ମାନଙ୍କ ସହ ଆଲୋଚନା କରିଥିଲେ। ମହୋତ୍ସବ ର ପ୍ରଥମ ସଂଧ୍ୟା ବା ପଞ୍ଚସଖା ଙ୍କ ଜ୍ୟୋତି ଯାହା କୁ ଆହୁରି ଅଧିକ ଆକର୍ଷଣୀୟ କରିବା ପାଇଁ ବିଧାୟକ ତଥା ମହୋତ୍ସବ କମିଟିର ସଭାପତି ଶ୍ରୀ ମିଶ୍ର କହିଛନ୍ତି। ଏ ବର୍ଷ ସାକ୍ଷୀଗୋପାଳ ନିୟନ୍ତ୍ରିତ ବଜାର କମିଟି ପକ୍ଷରୁ ଏକ ନଡ଼ିଆରେ ତୋରଣ କରିବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଛି। ସେହିପରି ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ୪ ପ୍ଳାଟୁନ ପୋଲିସ ଫୋର୍ସ ସହିତ ଜଣେ ଅତିରିକ୍ତ ଏସପି, ତିନି ଜଣ ଏସଡିପିଓ ଓ୫ଜଣ ଆଇଆଇସି ଅଧିକାରୀ ମାନେ ଏହି ମହୋତ୍ସବ ସମୟରେ ଉପସ୍ଥିତ ରହିବେ। ଏ ବର୍ଷ ମହୋତ୍ସବ ଆଗରୁ ସାକ୍ଷୀଗୋପାଳ ବଜାର ସହିତ ଅନୁଷ୍ଠିତ ମହୋତ୍ସବ  ପଡ଼ିଆରେ ମଶା ଧୂଆଁ ସ୍ପୋ କରାଯିବା ର ବନ୍ଦୋବସ୍ତ କରାଯିବ ବୋଲି ବିଧାୟକ ଶ୍ରୀ ମିଶ୍ର କହିଛନ୍ତି। ସବୁଠାରୁ ବଡ଼ କଥା ଯେ ମହୋତ୍ସବ ସମୟରେ ରଙ୍ଗ ବେରଙ୍ଗର ଆଲୋକ ମାଳାରେ ସଜାଯିବ। ଯେପରି କୋଣସି ଅଘଟଣ ନ ଘଟେ ସେଥିପାଇଁ ସଜାଗ ରହିବାକୁ ବିଧାୟକ ଶ୍ରୀ ମିଶ୍ର ବିଦ୍ୟୁତ ବିଭାଗର ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ। 
 ବିଧାୟକ ତଥା ମହୋତ୍ସବ କମିଟିର ସଭାପତି ଓମ ପ୍ରକାଶ ମିଶ୍ର ମହୋତ୍ସବ ହେଉଛି ସାକ୍ଷୀଗୋପାଳ ର ଏକ ଭାଇଚାରାର ପର୍ବ ତେଣୁ ସମସ୍ତେ ଏହାକୁ ସଫଳ କରିବାକୁ ନିବେଦନ କରିଥିଲେ। ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୩/୧/୨୦୨୬---୮,୦୦ Sakhigopal News,3/1/2026


ads

Blog Archive

Popular Posts