ସଂସ୍କୃତ ପଣ୍ଡିତ ଏବଂ ଶ୍ରେଷ୍ଠ ପାଲା ଗାୟକ ରମାକାନ୍ତ ମିଶ୍ରଙ୍କ ଅକାଳ ବିୟୋଗରେ ଜଟଣୀ ରେ ଶୋକର ଛାୟା
ଜଟଣୀ :--ଜଟଣୀ ଅଞ୍ଚଳର ଅବସର ପ୍ରାପ୍ତ ସଂସ୍କୃତ ପଣ୍ଡିତ ରମାକାନ୍ତ ମିଶ୍ରଙ୍କ ଅକାଳ ବିୟୋଗରେ ସହରରେ ଶୋକର ଛାୟା ଖେଳିଯାଇଛି l ସେ ଜଣେ ଶ୍ରେଷ୍ଠ ପାଲା ଗାୟକ ରୂପେ ପରିଚିତ ଥିଲେ l ଶ୍ରୀ ରମାକାନ୍ତ ମିଶ୍ର ନୟାଗଡ଼ ଜିଲ୍ଲା ଅନ୍ତର୍ଗତ ଓଡ଼ଗାଁ ବ୍ଲକ୍, ଗୌଡ଼ପୁଟଗ୍ରାମପଞ୍ଚାୟତର “ ଅଖାରିଆ ” ନାମକ ଏକ କ୍ଷୁଦ୍ରପଲ୍ଲୀ ଗ୍ରାମରେ ତା୨୯.୯.୧୯୫୭ରିଖ ପବିତ୍ର ଗଣେଶଚତୁର୍ଥୀତିଥିରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ପଣ୍ଡିତ ହରେକୃଷ୍ଣ ମିଶ୍ର ଓ ମାତାଙ୍କ ନାମ ଶ୍ରୀମତୀ ରନୁମଣି ଦେବୀ । ତାଙ୍କର ପିତା ଯାଗଯଜ୍ଞାଦି କର୍ମରେ ଜଣେ ସୁଦକ୍ଷ ପୁରୋଧା ତଥା ଜ୍ୟୋତିଷ ଶାସ୍ତ୍ରରେଜଣେ ବିଚକ୍ଷଣ ପଣ୍ଡିତ ଥିଲେ। ବାଲ୍ୟକାଳରୁ ପିତାଙ୍କ ମୁଖ ନିଃସୃତ ସଂସ୍କୃତଶ୍ଳୋକ ଗୁଡ଼ିକର ସୁମଧୁର ଆବୃତିର ପ୍ରଭାବ ତାଙ୍କ ଉପରେ ପଡିଥିଲା।ଅଦ୍ୟାବଧୂ ପିତାଙ୍କ ମୁଖରୁ ଶୁଣିଥିବା ଅନେକ ଶ୍ଳୋକ ରମାକାନ୍ତ ମିଶ୍ରଙ୍କ ସ୍ମୃତିପଟରେ ଜୀବିତ ଥିବା ସେ କହନ୍ତି। ଛାତ୍ର ଜୀବନରେ ସେ ମାଟ୍ରିକ୍ ପରେ ସଂସ୍କୃତ ଅଧ୍ୟୟନକରି ସାହିତ୍ୟଶାସ୍ତ୍ରୀ ଉପାଧ୍ ପରୀକ୍ଷାରେ ସମୁତ୍ତୀର୍ଣ୍ଣ ହୋଇ ଶିକ୍ଷକତା ଆରମ୍ଭ କରିଥିଲେ। ସେହି ସମୟରେ ସେ ତତ୍କାଳୀନ ବିଦଗ୍ଧଲୋକ କଳା ଓସାଂପ୍ରତିକ ବିଦଗ୍ଧଶାସ୍ତ୍ରୀୟ ନାଟକ ପାଲା ପ୍ରତି ଆକୃଷ୍ଟ ହୋଇ ଜଣେ ପ୍ରତିଷ୍ଠିତ ପାଲାଗାୟକ ରୂପେ ପରିଚୟ ସୃଷ୍ଟି କଲେ। ସଂସ୍କୃତ ଓ ଓଡ଼ିଆ ସାହିତ୍ୟରେ ସେଜଣେ ପ୍ରବୀଣ ଆଲୋଚକ ଓ ସମୀକ୍ଷକ ଭାବେ ଓଡ଼ିଶାର ପୁରପଲ୍ଲୀରେ ବେଶ୍ପରିଚିତ। ୧୬/୧୭ ବର୍ଷ ବୟସରୁ ସେ କବିତା ରଚନା କରିବାରେ ସିଦ୍ଧହସ୍ତ ଥିଲେ।ପରିବାରର ନାନାବିଧ ଅସୁବିଧା ହେତୁ ତାଙ୍କର କୌଣସି ପୁସ୍ତକ ପ୍ରକାଶ ପାଇପାରିନଥିଲା। ଗତବର୍ଷ ତାଙ୍କ ରଚିତ ଗୀତିମଞ୍ଜୁଷା” ପୁସ୍ତକ ପ୍ରକାଶିତ ଓ ସର୍ବଜନାଦୃତହୋଇ ପାରିଛି। ଚଳିତବର୍ଷ ୨୦୨୪ ରେ ୨ୟ ପ୍ରକାଶିତ ପୁସ୍ତକଟିର ନାମ“କୁଳପ୍ରଦୀପ ରଘୁ” ଏହା ମହାକବି କାଳିଦାସଙ୍କ “ରଘୁବଂଶ” କାବ୍ୟର ଏକଓଡ଼ିଆ ପଦ୍ୟରୂପ। ଏଥିରେ ମୂଳକାବ୍ୟର ସର୍ଗ ଓ ଶ୍ଳୋକ ଗୁଡ଼ିକର କ୍ରମିକ ସଂଖ୍ୟା ସହ ବିଭିନ୍ନ ଛନ୍ଦରେ ପଦ୍ୟାନୁବାଦ କରାଯାଇଅଛି । ଉକ୍ତ କାବ୍ୟଟି ଓଡ଼ିଶାର ବିଦଗ୍ଧ ପାଠକ ମହଲରେ ଆଦୃତି ଲାଭ କରିବ ବୋଲି ଆଶା ଓ ବିଶ୍ୱାସ ଭରି ହୋଇ ରହିଥିଲା l କିନ୍ତୁ ଆଜି ପ୍ରତ୍ୟୁଷରୁ ପଣ୍ଡିତ ରମାକାନ୍ତ ମିଶ୍ରଙ୍କ ଅକାଳ ବିୟୋଗର ଖବର ଶୁଣି ସହରରର ବହୁ ବୁଦ୍ଧିଜୀବୀ, ବରିଷ୍ଠ ନାଗରିକ ତଥା ପଣ୍ଡିତଙ୍କ ଗ୍ରହଣରେ ଶୋକର ଛାୟା ଖେଳିଯାଇଛି l ପଣ୍ଡିତଙ୍କ ମୃତ୍ୟୁରେ ଆମରି ସତ୍ୟ ପରିବାରର ଅପୂରଣୀୟ କ୍ଷତି ହୋଇଛି l ଜଟଣୀ ଆମରି ସତ୍ୟ ବିକାଶ ପରିଷଦର ପ୍ରମ୍ମୁଖ ଭୂମିକା ଗ୍ରହଣ କରିଥିଲେ l ପବିତ୍ର ମହାନ ଆତ୍ମାର ସଦ୍ଗତି ନିମନ୍ତେ ପ୍ରଭୁ ଜଗନ୍ନାଙ୍କ ନିକଟରେ ପାର୍ଥନା ଜଣାଇଛନ୍ତି l ଜଟଣୀ ରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୨୭/୧/୨୦୨୬---୭,୨୦ Sakhigopal News,27/1/2026
