ସତ୍ୟବାଦୀ ର ୧୮ ଜଣ ସମ୍ବର୍ଦ୍ଧିତ
ସାକ୍ଷୀଗୋପାଳ,---- : ଡକ୍ଟର ହରେକୃଷ୍ଣ ମହତାବଙ୍କ ତିରୋଧାନ ଦିବସ ଅବସରରେ ଶହୀଦ୍ ସ୍ମାରକୀ ଭବନ ପରିସରରେ ୩୯ ତମ ନିଖିଳ ଭାରତ ସ୍ୱାଧୀନତା ସଂଗ୍ରାମୀ ମହୋତ୍ସବ ପାଳିତ ହୋଇଯାଇଛି। ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ସାମ୍ବାଦିକତା, ସାହିତ୍ୟିକ, ଶିଳ୍ପୀ, ପରିବେଶ ସୁରକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ସତବାଦୀରୁ ୧୮ ଜଣ ବ୍ୟକ୍ତିଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ଶିକ୍ଷା ଓ ସମାଜ ଗଠନରେ ଅବଦାନ ନିମନ୍ତେ ଶିକ୍ଷୟତ୍ରୀ ମିତାଲି ମଧୁସ୍ମିତା ମିଶ୍ରଙ୍କୁ ଶିକ୍ଷକ ରତ୍ନ ସମ୍ମାନ ସହ ସ୍ୱର୍ଣ୍ଣ ପଦକ, କବି ତଥା ଡାକ୍ତର ରାଜେନ୍ଦ୍ର କୁମାର ବେହେରା ଙ୍କୁ ସରସ କବି ସମ୍ମାନ ସହ ସ୍ୱର୍ଣ୍ଣ ପଦକ, ସାମାଜିକ କର୍ମୀ ସୌମିତ୍ର ପାଣି, ଗୋପବନ୍ଧୁ ସମ୍ମାନ, ଶିକ୍ଷୟିତ୍ରୀ ରଶ୍ମିତା କୁମାରୀ ଜେନା ଶିକ୍ଷକ ରତ୍ନ ସମ୍ମାନ ସହ ସ୍ୱର୍ଣ୍ଣ ପଦକ, ପଟ୍ଟଚିତ୍ର ଶିଳ୍ପୀ ରବିନ୍ଦ୍ର ବେହେରା, ନୀଳାଚଳ ଗୌରବ ସମ୍ମାନ ସହ ସ୍ୱର୍ଣ୍ଣ ପଦକ, ବର୍ଷା ମୁଦୁଲି ସେବିକା ରତ୍ନ ସହ ସ୍ବର୍ଣ୍ଣ ପଦକ,ପଟ୍ଟଚିତ୍ର ଶିଳ୍ପୀ ବିଶ୍ଵନାଥ ସେଠୀ ଶ୍ରୀକ୍ଷେତ୍ର ଗୌରବ ସମ୍ମାନ ସହ ସ୍ୱର୍ଣ୍ଣ ପଦକ, ସାମାଜିକ କର୍ମୀ ରଜନୀ କାନ୍ତ ପରିଡା ସେବକ ରତ୍ନ ସମ୍ମାନ, ଅମୂଲ୍ୟ ପୁରୀ ପଦ୍ମକେଶରୀ ସମ୍ମାନ ସହ ସ୍ବର୍ଣ୍ଣ ପଦକ, ସଞ୍ଜୟ କୁମାର ସେନାପତି ଶ୍ରୀକ୍ଷେତ୍ର ଗୌରବ ସମ୍ମାନ ସହ ସ୍ବର୍ଣ୍ଣ ପଦକ, ନବଘନ ସାହୁ ହରେକୃଷ୍ଣ ମହତାବ ସମ୍ମାନ ସହ ସ୍ବର୍ଣ୍ଣ ପଦକ,ଶିବ ପ୍ରସାଦ ରାଉତ, କବିତା ପଟ୍ଟନାୟକ,ମାନସ ରାଉତ ଙ୍କୁ ସମ୍ମାନିତ କରାଯାଇଥିଲା। ଡ଼.ରାଜେନ୍ଦ୍ର କୁମାର ବେହେରା ଙ୍କ ଲିଖିତ ଉପନ୍ୟାସ ପୁସ୍ତକ"ନିରବ ନଈ ର ସ୍ୱର" ଅତିଥି ମାନେ ଉନ୍ମୋଚନ କରିଥିଲେ। ସଂଯୋଜନା ଯଯାତି କେଶରୀ ରାୟ କରିଥିଲେ। ମୁଖ୍ୟ ଅତିଥି ଭାବରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି, ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ହସ୍ତଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ, ପୁର୍ବତନ ମନ୍ତ୍ରୀ ତଥା ବିରୋଧୀ ଦଳ ଉପନେତା ପ୍ରସନ୍ନୟ ଆଚାର୍ଯ୍ୟ, ନିରଞ୍ଜନ ପଟ୍ଟନାୟକ, ସୁରେଶ କୁମାର ରାଉତରାୟ ବିଧାୟକ ସାରଦା ପ୍ରସାଦ ପ୍ରସାଦ ପ୍ରମୁଖ ମଞ୍ଚାସୀନ ଥିଲେ। ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୪/୧/୨୦୨୬---୮,୨୫ Sakhigopal News,4/1/2026
