ସତ୍ୟବାଦୀ ହାଇସ୍କୁଲ ୧୯୭୪ ମାଟ୍ରିକ ବ୍ୟାଚର ପୁରାତନ ଛାତ୍ର ଙ୍କ ବନ୍ଧୁ ମିଳନ
ସାକ୍ଷୀଗୋପାଳ ---- ଆଜି ପୂର୍ବାହ୍ନରେ ସତ୍ୟବାଦୀ ହାଇସ୍କୁଲରୁ ୧୯୭୪ ମସିହାରେ ମାଟ୍ରିକ ପାସ କରିଥିବା ଛାତ୍ରମାନଙ୍କର ଏକ ବନ୍ଧୁ ମିଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ସାକ୍ଷୀଗୋପାଳ ନିକଟସ୍ଥ ଭାର୍ଗବୀ ନଦୀତଟରେ ଅବସ୍ଥିତ ଖୁରୁଖୁରି ଠାକୁରାଣୀ ପୀଠରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅନେକ ପୁରାତନ ଛାତ୍ର ଓ ସେମାନଙ୍କର ସହଧର୍ମିଣୀ ଯୋଗଦାନ କରିଥିଲେ । ସେମାନଙ୍କ ମଧ୍ୟରେ ଥିଲେ ଶ୍ରୀ ନଟବର ଆଚାର୍ଯ୍ୟ , ବିଶ୍ୱଜିତ ଶତପଥୀ, କାଶୀନାଥ ନନ୍ଦ, ଶରତ ଦାଶ, ପ୍ରଫୁଲ୍ଲ ମିଶ୍ର,ଦେବରାଜ ନାୟକ, ସୁରପ୍ରସାଦ ମହାନ୍ତି, ବାବାଜୀ ମହାନ୍ତି, ରମେଶ କୁମାର ସାହୁ, ସଞ୍ଜୟ କୁମାର ପଟ୍ଟନାୟକ, ଲିଙ୍ଗରାଜ ଦାଶ, ମାନଗୋବିନ୍ଦ ପ୍ରଧାନ, ଚନ୍ଦ୍ରଧ୍ଵଜ ଦାଶ, ପୂର୍ଣ୍ଣଚନ୍ଦ୍ର ପ୍ରଧାନ, ଲକ୍ଷ୍ମୀନାରାୟଣ ମିଶ୍ର, ରାଜେନ୍ଦ୍ର ମହାପାତ୍ର, ଲକ୍ଷ୍ମୀଧର ମିଶ୍ର, କୃଷ୍ଣଚନ୍ଦ୍ର ସାହୁ, ନୃସିଂହ ମିଶ୍ର, ବିଜୟ ଷଡ଼ଙ୍ଗୀ, କୈଳାସ ଚନ୍ଦ୍ର ମିଶ୍ର, ହରିହର ମିଶ୍ର, ଭବାନୀ ଶଙ୍କର ମହାପାତ୍ର, ସତ୍ୟନାରାୟଣ ମହାପାତ୍ର, ଓ ଦିଲ୍ଲୀପ ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ। ବିଭିନ୍ନ ମନୋରଂଜନ କାର୍ଯ୍ୟକ୍ରମ ଏହି ସମାବେଶରେ ଆୟୋଜିତ ହୋଇଥିଲା । ସମସ୍ତେ ଏକତ୍ର ମଧ୍ୟାହ୍ନ ଭୋଜନ କରି ସମାବେଶ ସମାପ୍ତ କରିଥିଲେ । ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୧୮/୧/୨୦୨୬---୭,୨୦ Sakhigopal News,18/1/2026
