ସତ୍ୟବାଦୀ ରେ ନିଶାମୁକ୍ତ ଓଡିଶା--ଅଭିଯାନ ରଥର ଶୁଭାରମ୍ଭ
ସାକ୍ଷୀଗୋପାଳ --- ସତ୍ୟବାଦୀ ବ୍ଳକ ପଛପଟେ ଥିବା ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ବରୀୟ ବିଶ୍ବବିଦ୍ୟାଳୟ, ସତ୍ୟବାଦୀ ଶାଖାରୁ ନିଶାମୁକ୍ତ ଓଡ଼ିଶା ଅଭିଯାନ ର ରଥର ଶୁଭାରମ୍ଭ ହୋଇଛି। ଏହି ରଥ ତିନି ଦିନ ଧରି ସତ୍ୟବାଦୀ ବ୍ଳକର ବିଭିନ୍ନ ବିଦ୍ୟାଳୟ, ଗ୍ରାମ, ମହିଳା ଗୋଷ୍ଠୀ, ଯୁବକ ସଂଘ ଆଦି ବିଭିନ୍ନ ଅଞ୍ଚଳ ଏହି ରଥ ବୁଲିବ ବୋଲି ଜଣାପଡିଛି। ଏହି ରଥକୁ ସତ୍ୟବାଦୀ ତହସିଲଦାର ସନ୍ତୋଷ ପାଣିଗ୍ରାହୀ,ବିଡ଼ିଓ ଦେବାଶିଷ ନାୟକ, ସାମ୍ବାଦିକ ଅଶୋକ ବେହେରା, ଧୀରେନ୍ଦ୍ର ସେନାପତି, କୈଳାସ ମିଶ୍ର, ଭଉଣୀ ସଂଯୁକ୍ତା, ଅନୁଷ୍ଠାନ ର ଇନିଚାର୍ଯ୍ଯ ଭାଇ ପିତାମ୍ବର,ଭାଇ ସନ୍ତୋଷ ଓ ସୁକାନ୍ତ ପ୍ରମୁଖ ଉପସ୍ଥିତ ରହିଥିଲେ। ଏହି ରଥରେ ଏକ ପୁରାଣ ଶାସ୍ତ୍ର କୁ ନେଇ ଛବି କରାଯାଇଛି। ସେଥିରେ ଲେଖାଯାଇଛି ହୈ କୁମ୍ଭକର୍ଣ୍ଣ ନିଜକୁ ଜାଗୃତ କର, ନିଶାକୁ ଦୂରକର । ଅନ୍ୟ ପକ୍ଷେ ଏହି ରଥକୁ ମହାମହିମ ରାଷ୍ଟ୍ରପତି ଦେଖିବେ ବୋଲି ଜଣାପଡିଛି। ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୧୯/୧/୨୦୨୬--+୭,୪୫ Sakhigopal News,19/1/2026
