ads

Breaking News

ଜଟଣୀ ପୌରାଞ୍ଚଳର ଧୂଆଁରେ ଅସ୍ତବ୍ୟସ୍ତ ଅଞ୍ଚଳ ବାସି ଅସ୍ତବ୍ୟସ୍ତ



 

ଜଟଣୀ:-- ପୌରାଞ୍ଚଳର ୨୩ ଗୋଟି ୱାର୍ଡରୁ ବାହାରୁଥିବା ଅଳିଆ ଆବର୍ଜନା ଗୁଡିକୁ ପୃଥକୀ କରଣ କରାଯାଇ ପରବର୍ତ୍ତୀ ସମୟରେ ସେଗୁଡିକୁ "ଜୈବିକ ଖତ"ରେ ପରିଣତ କରିବା ପାଇଁ ସ୍ୱଚ୍ଛ ଭାରତ ଅଭିଯାନ ସରକାର କହିଛନ୍ତି। ଏହି କ୍ରମେ ସରକାରଙ୍କ ମଞ୍ଜୁରୀ ଫଳରେ କୋଟି କୋଟି ଅର୍ଥ ବିନିଯୋଗ ହୋଇ ନିର୍ମିତ ଏମ. ସି. ସି. କେନ୍ଦ୍ର ନାନାଦି ପ୍ରକାର ମନମୁଖୀ କାର୍ଯ୍ୟକଳାପ ହେଉଥିବା ଅଭିଯୋଗ ଆଣିଛନ୍ତି ସ୍ଥାନୀୟ ଅଞ୍ଚଳ ବାସି l ଆଶ୍ଚର୍ଯ୍ୟର କଥା ଏହି କେନ୍ଦ୍ରଟି ସ୍ଥାପନା ହେବା ଦିନରୁ ଏଠାରେ ମନମୁଖୀ ଶାସନ ହେଉଥିବା ସ୍ଥଳେ ଶୁଣିବାକୁ ମିଳେ ଏହି କେନ୍ଦ୍ରର ପରିଚାଳନା ପାଇଁ ନିଯୁକ୍ତି ପାଇଥିବା ଏସ.ଏସ. ଜି.ମହିଳା ଗ୍ରୁପ କୋଳି ଖାଇ ମଞ୍ଜି ପୋତିବା ନିୟମରେ ରହି ଆସୁଥିବା ଅନ୍ୟ ସ୍ୱଚ୍ଛ ସାଥୀ ମହିଳା ମାନେ ଅଭିଯୋଗ ଆଣିଛନ୍ତି l ଆହୁରି ଆଶ୍ଚର୍ଯ୍ୟ କଥା ମୁକ୍ତା ଯୋଜନାରେ ତୃତୀୟ ଲିଙ୍ଗି ମାନଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ଏଠାରେ ଅଳିଆ ଆବର୍ଜନା ପୃଥକି କରଣ କରିବା ପାଇଁ ନିୟୋଜିତ କରାଯାଇଥିଲା l ତେବେ ଶୁଣିବାକୁ ମିଳେ ସେହି ତୃତୀୟ ଲିଙ୍ଗି ମଧ୍ୟରେ କେତେକ ନାବାଳକ କାର୍ଯ୍ୟରେ ନିୟୋଜିତ ହୋଇଥିବା ଅଭିଯୋଗ ହେଉଛି l ଆହୁରି ରୋଚକ ବିଷୟ ଏଠାରେ ପୂର୍ବରୁ କାର୍ଯ୍ୟ କରୁଥିବା ଜଣେ ତୃତୀୟ ଲିଙ୍ଗି ବର୍ତ୍ତମାନ ପୌରକାର୍ଯ୍ୟାଳୟରେ ସର୍ବେସର୍ବା ସାଜିଥିବା ସାଧାରଣରେ ଅଭିଯୋଗ ହେଉଛି l ସେହିପରି ସାନିଟେସନ ଏକ୍ସପୋର୍ଟ ଭାବେ କାର୍ଯ୍ୟ କରୁଥିବା କିଛି କର୍ମଚାରୀ ନାମକୁ ମାସର 
ପ୍ରତ୍ୟେକ  ୱାର୍ଡ ବୁଲି ହାକିମତ ଦେଖାଉଥିବା ବେଳେ ପ୍ରକୃତ ପକ୍ଷେ ମଳ ଉପଚାର କେନ୍ଦ୍ର ମଧ୍ୟରେ ଥିବା ଶୀତତାପ ନିୟନ୍ତ୍ରିତ କୋଠରୀରେ ବସି ଅୟସ କରୁଥିବା କିଛି ନିୟମିତ କର୍ମଚାରି ଅଭିଯୋଗ ଉଠାଇଥିବା ଶୁଣିବାକୁ ମିଳେ l ନିକଟରେ ମାନନୀୟ ଉଚ୍ଚ ନ୍ୟାୟାଳୟ ଏବଂ ସରକାର ପୌରାଞ୍ଚଳରେ ଅଳିଆ ଆବର୍ଜନା ପଡିଲେ ଏଥିପ୍ରତି କଠୋର ଦଣ୍ଡ ବିଧାନ ଥିବା ବେଳେ ସ୍ଥାନୀୟ ପୌରପରିଷଦ କର୍ମଚାରୀ ନିୟମିତ ଭାବରେ "ଦମ୍ପିଙ୍ଗ ୟାର୍ଡ଼ରେ" ଅଳିଆ ଆବର୍ଜନା ଗୁଡିକରେ ନିଆଁ ଲଗାଇ ପରିବେଶ ପ୍ରଦୂଷିତ କରାଯାଉଥିବା ସ୍ଥାନୀୟ ବସିଦାଙ୍କ ଅଭିଯୋଗ କରିଛନ୍ତି l ଏହି କ୍ରମରେ ଆଜି ଏହାର ପୁନରାବୃତ୍ତି ଦେଖିବାକୁ ମିଳିଥିଲା l ଯାହାଫଳରେ ନିଆଁର ପ୍ରକୋପ ଏତେ ଅଧିକ ଥିଲା ଯାହାକି ଅଞ୍ଚଳ ବାସି ଭୟଭିତ ହୋଇଥିଲେ l ଏଥି ପ୍ରତି ଦାୟି କିଏ ରହିବ ତାହା ବୁଦ୍ଧିଜୀବୀ ମହଲରେ ଆଲୋଚନାର ବିଷୟ ପାଲଟିଛି l ଯେପରି ଏହାର ପୁନରାବୃତ୍ତି ନ ହୁଏ ଏଥିପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ ଦୋଷୀ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ସାଧାରଣରେ ଦାବି ହେଉଛି l ଜଟଣୀ ରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୨୭/୧/୨୦୨୬--୭,୨୦ Sakhigopal News,27/1/2026

ads

Blog Archive

Popular Posts