ସତ୍ୟବାଦୀ ଉପକୋଷାଗାର ଜମିରୁ ଜବର ଦଖଲ ଉଛେଦ ; ବହୁ ଶିଘ୍ର ଉପକୋଷାଗାର ନିର୍ମାଣ ହେବ
ସାକ୍ଷୀଗୋପାଳ--- ସାକ୍ଷୀଗୋପାଳ ମନ୍ଦିର ବାଇପାସ ରାସ୍ତାର କୋଟଉପରେ ଥିବା ସରକାରୀ ଜମିରୁ ସରକାରଙ୍କ ଅନୁମତି କ୍ରମେ ସତ୍ୟବାଦୀ ତହସିଲଦାର ଜୟନ୍ତ କୁମାର ପାଣିଗ୍ରାହୀ ଅର୍ଥ ବିଭାଗ ତଥା ସତ୍ୟବାଦୀ ଉପ କୋଷାଗାର ଙ୍କୁ ୨୦୨୧/ ୨୦୨୨ ମସିହାରୁ ୩୦ ଡିସିମିଲି ଜମି ରେକର୍ଡଭୁକ୍ତ କରାଯାଇଛି । ଏହା କାଞ୍ଜିଆ ମୈଜାର ଖାତାନଂ- ୯୨୮/୧ ଅଟେ । ମାତ୍ର ଏହି ଜମି ଉପରେ କିଛି ଲଘୁ ସ ମ୍ପଦାୟର ବ୍ୟକ୍ତି ବିଶେଷ ମାନେ ଜୋର ଜବର ଦସ୍ତ ଘର କରି ମାଡି ବସିଥିଲେ । ଏମାନଙ୍କୁ ସତ୍ୟବାଦୀ ତହସିଲଦାର ଓ ସତ୍ୟବାଦୀ ଆରଆଇଙ୍କ ପକ୍ଷରୁ ବାରମ୍ବାର ନୋଟିସ ଦିଆଯାଇଥିଲା । ମାତ୍ର ଜବର ଦଖଳ କାରୀ ମାନେ ପ୍ରଶାସନ ନୋଟିସକୁ ଖାତିରି ନ କରି ଘର କରି ମାଡି ବସି ରହିଥିଲେ । ଆଜି ପୁରୀ ଜିଲ୍ଲାପାଳ ଙ୍କ ନିର୍ଦ୍ଦେଶକ୍ରମେ ସତ୍ୟବାଦୀ ତହସିଲଦାର ସନ୍ତୋଷ ପାଣିଗ୍ରାହୀ, ଅତିରିକ୍ତ ତହସିଲଦାର ଓମ ପ୍ରକାଶ ପରିଡା, ସତ୍ୟବାଦୀ ଥାନା ଅଧିକାରୀ ସୈମ୍ୟରଞ୍ଜନ ମହାଲିକା, ଜିଲ୍ଲା ଅତିରିକ୍ତ କୋଷାଗାର ଅଧିକାରୀ ଜୀବନ ଜ୍ୟୋତି ସାମନ୍ତରାୟ, ସତ୍ୟବାଦୀ ଉପକୋଷାଗାର ଅଧିକାରୀ କୈଳାସ ମାଝି, ସତ୍ୟବାଦୀ ଗ୍ରାମ୍ୟ ନିର୍ମାଣ ବିଭାଗର ସହକାରୀ ଯନ୍ତ୍ରୀ ଙ୍କ ସହିତ ସତ୍ୟବାଦୀ ଆରଆଇ ପ୍ରଶାନ୍ତ କୁମାର ମାଝିଙ୍କ ସହିତ ଅନ୍ୟ ଅଧିକାରୀ ମାନେ ଜବର ଦଖଲ ଉଛେଦ ସମୟରେ ଘଟଣା ସ୍ଥଳରେ ଉପସ୍ଥିତ ରହିଥିଲେ । ଆଜି ଜମିରୁ ଜମିରୁ ଜବର ଦଖଳ ଉଛେଦ କାର୍ଯ୍ୟ ସରିବା ପରେ ଜମି ଚିହ୍ନଟ କରାଯାଇ ତାର ବାଡ କରାଯାଇଥିବା ଜଣାପଡିଛି । ବହୁ ଶିଘ୍ର ସତ୍ୟବାଦୀ ଉପକୋଷାଗାର ନିମାଣ କାର୍ଯ୍ୟ କରାଯିବ ବୋଲି ଗ୍ରାମ୍ୟ ନିର୍ମାଣ ବିଭାଗର ସହକାରୀ ଯନ୍ତ୍ରୀଙ୍କ ଠାରୁ ସୂଚନା ମିଳିଛି । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୩/୧/୨୦୨୬----୧,୨୫ sAKHIGOPAL nEWS, 30/1/2026
