ବର୍ଷିୟାନ ପାଲଗାୟକଙ୍କ ସ୍ମୃତି ଚାରଣ ଅନୁଷ୍ଠିତ
ସାକ୍ଷୀଗୋପାଳ ---- ଶ୍ରୀ ନିଳାଚଳ ନିଖିଳୋତ୍କଳ ପାଲାଗାୟକ ପରିଷଦ ଶାଖା ଅଖଣ୍ଡ ପୁରୀଜିଲା, ପ୍ରଶାଖା ସତ୍ୟବାଦୀ ପାଲାଗାୟକ ମଣ୍ଡଳର ଉପଦେଷ୍ଟା ଗାୟକ ଗୌରବ ସ୍ଵର୍ଗତ ପ୍ରଭାକର ମହାରଣାଙ୍କ ଏକାଦଶାହ ତିଥିରେ ପିପିଲି ଅନ୍ତର୍ଗତ ନୂଆପାଟଣା ଗ୍ରାମରେ ନିଜସ୍ଵ ବାସଭବନରେ ସତ୍ୟବାଦୀ ମଣ୍ଡଳ ଆୟୋଜନରେ ଏକ ସ୍ତୁତି ଚାରଣ ସଭା ଅନୁଷ୍ଠିତ ହୋଇଯାଇଛି।ପ୍ରାରମ୍ଭିକ ପର୍ଯ୍ୟାୟରେ ସ୍ଵର୍ଗତ ଆତ୍ମଙ୍କ ଉଦେଶ୍ୟରେ ୨ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା।ଉକ୍ତ ସ୍ମୃତି ଚାରଣ ସଭାରେ ମୂଖ୍ୟ ଅତିଥି ଭାବରେ ଡଃ ,ଦେବୀପ୍ରସାଦ ମହାପାତ୍ର, ଜିଲ୍ଲା ପରିଷଦ ସଭ୍ୟ ଧରଣୀଧର ସାହୁ,ଅଭିଭକ୍ତ ପୁରୀଜିଲା ସମ୍ପାଦକ ଡଃ ,ଲମ୍ଵୋଦର ବେହେରା ସୂର୍ଯ୍ୟନାରାୟଣ ରାଉତ, ଶରତଚନ୍ଦ୍ର ଦାଶ, କୈଳାସ ପାଣି, ପ୍ରମୋଦ କୁମାର ସାହୁ, ସଦାଶିବ ବରାଳଙ୍କ ସମେତ ମଣ୍ଡଳର ସଭାପତି ବିଶ୍ଵନାଥ ବିଶ୍ଵାଳ, ଉପସଭାପତି ଲିଙ୍ଗରାଜ ପ୍ରଧାନ,ବିଜୟ କୁମାର ସାମନ୍ତରାୟ,ତପନ କୁମାର ନନ୍ଦ,ସୁଧିର କୁମାର ସ୍ଵାଇଁ, ହରିହର ମାଣିଆ, ସୁକାନ୍ତ କୁମାର ପରିଡା,ଅକ୍ଷୟ ମହାପାତ୍ର, ସସ୍ମିତା ଦାସ,ବାୟକ ବଳରାମ ଦାସ, ପୂର୍ଣ୍ଣଚନ୍ଦ୍ର ପଣ୍ଡା,ଶରତଚନ୍ଦ୍ର ଜେନା, ସୁଦର୍ଶନ ପ୍ରଧାନ, ସୁଦର୍ଶନ ଜେନା, ଗୋବିନ୍ଦ ମହାରଣା ରବିନାରାୟଣ ବେହେରା ,ପ୍ରମୁଖ ଉପସ୍ଥିତ ରହି ସ୍ଵର୍ଗତ ଆତ୍ମଙ୍କ ଉଦେଶ୍ୟରେ ସ୍ମୃତି ଚାରଣ କରିବା ସହିତ ପାଲାଜଗତ, ସତ୍ୟବାଦୀ ମଣ୍ଡଳ ପାଇଁ ତାଙ୍କର ଅବଦାନ ଅତୁଳନୀୟ ବୋଲି ଆଲୋକପାତ କରିଥିଲେ। ତାଙ୍କ ପରିବାରର ଦୁଇ ପୁତ୍ର ପୁତ୍ରବଧୂ, କୁଟୁମ୍ବ ମାନେ ମଧ୍ୟ ସ୍ଵର୍ଗତ ଆତ୍ମଙ୍କ ଉଦେଶ୍ୟରେ ସ୍ମୃତି ବଖାଣିଥିଲେ।ଗାୟକ ବିଜୟ କୁମାର ପଟ୍ଟନାୟକ ସଂଯୋଜନା କରିଥିବା ସ୍ଥଳେ ସମ୍ପାଦକ ରମେଶ ଚନ୍ଦ୍ର ପଲେଇ ସାହାଯ୍ୟ କରିଥିଲେ।କୋଷାଧ୍ୟକ୍ଷ ପ୍ରତାପ କୁମାର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।ଏ ସମସ୍ତ କାର୍ଯ୍ୟ ସ୍ଵର୍ଗତ ଆତ୍ମଙ୍କ ପୁତ୍ର ଦ୍ଵୟ କୃଷ୍ଣ ଚନ୍ଦ୍ର ମହାରଣା, କେଶବ ଚନ୍ଦ୍ର ମହାରଣା ଆୟୋଜନ କରିଥିଲେ।ସର୍ବଶେଷରେ ଗାୟକ ମାନଙ୍କ ଦ୍ଵାରା ସ୍ଵର୍ଗତ ଶ୍ରୀ ମହାରଣାଙ୍କ ସପରିବାରକୁ ଆର୍ଶୀବାଦ ପ୍ରଦାନ କରାଯାଇ ସଭା ସାଙ୍ଗ କରାଯାଇଥିଲା। ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୧୩/୧/୨୦୨୬---୭,୪୫ Sakhigopal News,13/12026
