୨୯ତମ ପଞ୍ଚସଖା ଓ ପ୍ରଥମ ସୂର୍ଯ୍ୟ ପଟ୍ଟନାୟକ ସ୍ମାରକୀ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦଘାଟିତ
ସାକ୍ଷୀଗୋପାଳ ---ସ୍ଥାନୀୟ ପଞ୍ଚସଖା ମେମୋରିଆଲ କ୍ଲବ ଦ୍ବାରା ଆୟୋଜିତ ୨୯ତମ ପଞ୍ଚସଖା ଓ ପ୍ରଥମ ସୂର୍ଯ୍ୟ ପଟ୍ଟନାୟକ ସ୍ମାରକୀ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ସାକ୍ଷୀଗୋପାଳ ଉତ୍କଳମଣି ଗୋପବନ୍ଧୁ ସ୍ମୃତି ମହାବିଦ୍ୟାଳୟ ଖେଳପଡିଆରେ ଉଦଘାଟିତ ହୋଇଯାଇଛି। ଉଦଘାଟନୀ ଉତ୍ସବରେ ପୁରୀର ପୂର୍ବତନ କ୍ରିକେଟ ଖେଳାଳୀ ସମାଜସେବୀ ତଥା ଶିଳ୍ପପତି ମାଧବ ଚନ୍ଦ୍ର ଖୁଣ୍ଟିଆ ଓ ପେଣ୍ଠପଡା ସରପଞ୍ଚ ଚିନ୍ମୟ ରାଉତରାୟ ତଥା ଜୟପୁର ସମିତି ସଭ୍ୟ ଦୀପକ ଶତପଥୀ ଯୋଗ ଦେଇ ଆନୁଷ୍ଠାନିକ ଭାବେ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟକୁ ଉଦଘାଟନ କରିଥିଲେ । ଉଦଘାଟନି ଦିବସରେ ଜଟଣୀ କ୍ରିକେଟ ଆସୋସିଏସନ୍ ଓ ଗୋପ ଗୋପାଳଜୀଉ କ୍ରିକେଟ କ୍ଲବ ମଧ୍ୟରେ ଅନୁଷ୍ଠିତ ହୋଇଥିବା ମ୍ୟାଚରେ ଟସ୍ ଜିତି ଜଟଣୀ କ୍ଲବ ପ୍ରଥମେ ବ୍ୟାଟିଂ କରି ଏମ୍ କେ ଜାକୀର ବକ୍ସଙ୍କ ୭୦ରନ ସହାୟତାରେ ୨୩୬ରନ ସଂଗ୍ରହ କରିଥିଲା। ଗୋପ କ୍ରିକେଟ ଦଳର ବୋଲର ପତିତପାବନ ଶତପଥି ଓ ମନୋଜ ବାରିକ ତିନୋଟି ଲେଖାଏଁ ଉଇକେଟ ଅକ୍ତିଆର କରିଥିଲେ। ୨୩୭ରନର ପିଛା କରି ଗୋପ କ୍ରିକେଟ କ୍ଲବ ଆର୍ଯ୍ୟାନ୍ ଶର୍ମାଙ୍କ ଆକର୍ଷଣୀୟ ୯୨ରନ ଓ ଚିନ୍ମୟଙ୍କର ୪୨ ରନ ସହାୟତା ୨୩୨ରନ ସଂଗ୍ରହ କରି ସମସ୍ତ ଉଇକେଟ ହରାଇ ମାତ୍ର ୪ରନ ପାଇଁ ପରାସ୍ତ ହୋଇଥିଲେ। ଜଟଣୀ କ୍ରିକେଟ ଆସୋସିଏସନ୍ ତରଫରୁ ମ୍ୟାଚର ଶ୍ରେଷ୍ଠ ଖେଳାଳୀ ପୁରସ୍କାର ପାଇଥିବା ପ୍ରିୟବ୍ରତ ବେଉରା ଛୟାଳିଶ ରନ୍ ଦେଇ ୪ ଉଇକେଟ ଅକ୍ତିଆର କରିଥିଲେ। ଆଜିର ମ୍ୟାଚ୍ କୁ ସତ୍ୟସାଗର ଦାଶ ଓ ପ୍ରଶାନ୍ତ ଶତପଥୀ ପରିଚାଳନା କରିଥିଲେ। ଖେଳ ଶେଷରେ ସ୍ବର୍ଗତ ସୂର୍ଯ୍ୟନାରାୟଣ ପଟ୍ଟନାୟକଙ୍କ ପୁତ୍ର ସମ୍ବିତ ପଟ୍ଟନାୟକ ଯୋଗଦେଇ ମ୍ୟାଚର ଶ୍ରେଷ୍ଠ ଖେଳାଳୀଙ୍କୁ ପୁରସ୍କୃତ କରିଥିଲେ। ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୧୮/୧/୨୦୨୬---୭,୩୫ Sakhigopal News,18/1/2026
