ads

Breaking News

୧୨ ଗ୍ରାମ ବ୍ରାଉନ୍ ସୁଗାର ସହିତ ଆସାମୀ ଗିରଫ

 
ଜଟଣୀ: ସ୍ଥାନୀୟ ମୁଣ୍ଡିଆ ସାହି ମଶାଣି ନିକଟରେ ଏସ୍‌ଆଇ ଅରୂପାନନ୍ଦ ନାୟକଙ୍କ ରିପୋର୍ଟ୍ ଆଧାରରେ ଏସ୍‌ଆଇ ଅରୂପାନନ୍ଦ ନାୟକ, ଏଏସ୍‌ଆଇ ରାଜୀବ କୁମାର ପାଣିଗ୍ରାହୀ ଏବଂ ଓଏପିଏଫ କର୍ମଚାରୀଙ୍କ ପକ୍ଷରୁ ଚଢାଉ କରାଯାଇଥିଲା । ଜନସାଧାରଣଙ୍କୁ ବ୍ରାଉନ୍ ସୁଗାର ବିକ୍ରୟ କରୁଥିବା ଘଟଣାରେ ସହଜୁଦ୍ଦିନ ଓରଫ ସାଇଡୁ (୧୯) ନାମକ ଅଭିଯୁକ୍ତଙ୍କୁ ଗିରଫ କରିଥିବା ଜଣାପଡିଛି । ତଲାସ ସମୟରେ  ଅଭିଯୁକ୍ତଙ୍କଠାରୁ ପଲିଥିନ୍ ପ୍ୟାକେଟ୍‌ରେ ଲୁଚାଇ ରଖାଯାଇଥିବା ୧୨ ଗ୍ରାମ ବ୍ରାଉନ୍ ସୁଗାର ଜବତ କରାଯାଇଥିଲା। ପଚାରାଉଚରା ସମୟରେ ସେ ଜଟଣୀ ଅଞ୍ଚଳରେ ବ୍ରାଉନ୍ ସୁଗାର ଯୋଗାଣ ଏବଂ ବିକ୍ରୟ କରୁଥିବା କଥା ସ୍ୱୀକାର କରିଥିଲା। ତାଙ୍କର ପୂର୍ବ ଅପରାଧିକ ସମ୍ପୃକ୍ତି ଯାଞ୍ଚରୁ ଜଣାପଡ଼ିଛି ଯେ ସେ ପୂର୍ବରୁ ମୈତ୍ରୀବିହାର ଥାନାରେ ସମାନ ପ୍ରକାର ମାମଲାରେ ଜଡିତ ଥିଲେ ଏବଂ ଜଟଣୀ ଥାନାରେ ମଧ୍ୟ ଏକ ଅପରାଧିକ ମାମଲାରେ ନାମ ଜଡିତ ଥିଲା।ଅଭିଯୁକ୍ତଙ୍କ ବିରୋଧରେ ପର୍ଯ୍ୟାପ୍ତ ପ୍ରାଥମିକ ପ୍ରମାଣ ସ୍ଥାପିତ ହେବା ପରେ, ସମସ୍ତ ଆଇନଗତ ଔପଚାରିକତା ପୂରଣ କରି କେଶ ନମ୍ବର ୨୩/୨୭ ଆଧାରରେ ତାଙ୍କୁ କୋର୍ଟକୁ ଚାଲାଣ କରାଯାଇଛି। ମାମଲାର ଅଧିକ ତଦନ୍ତ ଜାରି ରହିଛି ବୋଲି ପୋଲିସ ସୁତ୍ରରୁ ଜଣାପଡିଛି। ଜଟଣୀ ରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୧୬/୧/୨୦୨୬---୮,୪୫ Sakhigopal News,16/1/2026

ads

Blog Archive

Popular Posts