ads

Breaking News

ସିଗ୍ମା ଏକାଡେମି ତରଫରୁ ଭାରତ ବିକାଶ ପରିଷଦ ସହଯୋଗରେ +ଦୁଇ ବିଜ୍ଞାନ ବୃତ୍ତି ଚୟନ


ସାକ୍ଷୀଗୋପାଳ ---ସରକାରୀ ବିଦ୍ୟାଳୟରେ ପଢ଼ି ଦଶମ ପରୀକ୍ଷା ଦେଉଥିବା ଆର୍ଥିକ ଅନଗ୍ରସର ମେଧାବୀ ଛାତ୍ର ଛାତ୍ରୀ, ଯେଉଁମାନେ +ଦୁଇ ବିଜ୍ଞାନ ସହ ଇଞ୍ଜିନିୟରିଙ୍ଗ ପ୍ରବେଶିକା ପରୀକ୍ଷା ପାଇଁ ନିଜକୁ ପ୍ରସ୍ତୁତ କରିବାକୁ ଚାହୁଁଛନ୍ତି, ସେମାନଙ୍କ ପାଇଁ ସିଗ୍ମା ଏକାଡେମି ତରଫରୁ ଭାରତ ବିକାଶ ପରିଷଦ, ସତ୍ୟବାଦୀ ଶାଖା ସହଯୋଗରେ ଏକ +ଦୁଇ ବୃତ୍ତି ଚୟନ ପରୀକ୍ଷା ରବିବାର ଦିନ ସତ୍ୟବାଦୀ ସ୍ଥିତ ନରେନ୍ଦ୍ରପୁର ଉଚ୍ଚ ବିଦ୍ୟାଳୟ ରେ ଅନୁଷ୍ଠିତ ହୋଇଯାଇଛି l ଯେଉଁ ଛାତ୍ର ଛାତ୍ରୀ ଚୟନ ହେବେ, ସେମାନଙ୍କୁ ଭୁବନେଶ୍ୱରରେ ରହିବା, ଖାଇବା ସହ ଇଞ୍ଜିନିୟରିଙ୍ଗ କୋଚିଂ ମାଗଣାରେ ଦିଆଯିବ ବୋଲି l ଉକ୍ତ ବୃତ୍ତି ଚୟନ ପରୀକ୍ଷାରେ ଅନେକ ଛାତ୍ର ଛାତ୍ରୀ ଅଂଶଗ୍ରହଣ କରିଥିଲେ l ଭାରତ ବିକାଶ ପରିଷଦ, ସତ୍ୟବାଦୀ ଶାଖାର ସଦସ୍ୟ ନିହାର ରଞ୍ଜନ ସ୍ୱାଇଁ, ନବଘନ ଶତପଥୀ, ବିଭୁ ପ୍ରସାଦ ମହାପାତ୍ର ଓ ସୁନୀଲ କୁମାର ବେହେରା ପ୍ରମୁଖ ଯୋଗଦେଇ ଉକ୍ତ ବୃତ୍ତି ପରୀକ୍ଷା କୁ ସୁଚାରୁରୂପେ ସମ୍ପାଦନ କରିବାରେ ସହଯୋଗ କରିଥିଲେ ll ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୪/୧/୨୦୨୬----୮,୪୫ Sakhigopal News,4/1/2026

ads

Blog Archive

Popular Posts