ads

Breaking News

୬ ଟି ଦେଶର ୧୦ ଟି ବିଦେଶୀ ନୋଟ୍ ସହ ଚୋରି ସାମଗ୍ରୀ ଉଦ୍ଧାର ୨ ଗିରଫ


ଭଞ୍ଜନଗର,---  ୬ ଟି ଦେଶର ୧୦ ଟି ବିଦେଶୀ ନୋଟ୍ ସହ ୨ ଟି ଘରୁ ଚୋରି ଯାଇଥିବା ସମସ୍ତ ଚୋରି ସାମଗ୍ରୀ ଉଦ୍ଧାର କରିବାରେ ସଫଳ ହୋଇଛି ଭଞ୍ଜନଗର ପୁଲିସ। ଆଉ ଏହି ଚୋରି ମାମଲାରେ ସମ୍ପୃକ୍ତି ଥିବା ୨ ଜଣଙ୍କୁ ଗିରଫ କରିଛି ପୋଲିସ। ସେମାନେ ହେଲେ ବାଉଁଶଲୁଣ୍ଡିର ବଳିଆ ନାୟକ ଓ ଖୋର୍ଦ୍ଧା ଅଞ୍ଚଳର ଗୋବିନ୍ଦ ପ୍ରଧାନ। ପୁଲିସ ସେମାନଙ୍କଠାରୁ ବିଦେଶୀ ନୋଟ୍ ସହ ଚୋରି ଅଳଙ୍କାର, ଦୁଇଟି ଗ୍ୟାସ୍ ସିଲିଣ୍ଡର, ଗୋଟିଏ ଟିଭି ସମେତ ଲକ୍ଷାଧିକ ଟଙ୍କାର ଜିନିଷ ଉଦ୍ଧାର କରିଛି। ଏହାପରେ ଉଦ୍ଧାର ଚୋରି ଜିନିଷ ଏହାର ପ୍ରକୃତ ମାଲିକଙ୍କୁ ଫେରାଇ ଦେଇଛି ପୋଲିସ। ରବିବାର ଅପରାହ୍ନରେ ଭଞ୍ଜନଗର ଥାନା ପରିସରରେ ଏସ୍‌ଡିପିଓ ଡ. ଦୀପକ କୁମାର ମିଶ୍ର ଏକ ସାମ୍ବାଦିକ ସମ୍ମିଳନୀରେ ଏନେଇ ସୂଚନା ଦେଇଛନ୍ତି। ଏହି ସମୟରେ ଥାନାଧିକାରୀ ଜୀବାନାନନ୍ଦ ଜେନା ଙ୍କ ସମେତ ଥାନା ର ବହୁ ଅଧିକାରୀ ଉପସ୍ଥିତ ଥିଲେ। ଗିରଫ ଅଭିଯୁକ୍ତ ଦ୍ବୟ ପୂର୍ବରୁ ଏହିଭଳି ଏକାଧିକ ମାମଲାରେ ଜଡ଼ିତ ଥିବା ପୁଲିସ କହିଛି।
ଗତ ଡିସେମ୍ବର ୨୭ ତାରିଖ ରାତିରେ ଭଞ୍ଜନଗର ସତ୍ୟସାଇ ମନ୍ଦିର ୪ର୍ଥ ଲାଇନରେ ରହୁଥିବା ଏସ୍‌ ରାହୁଲ ପାତ୍ର ଏବଂ ପରିବାରର ଅନ୍ୟ ସଦସ୍ୟମାନେ ଘରେ ତାଲା ପକାଇ ନିଜ ଗ୍ରାମ ଦଦରାଲୁଣ୍ଡା ଯାଇଥିଲେ। ୨୯ ତାରିଖ ଦିନ ଘରକୁ ଫେରି ଦେଖିବା ବେଳକୁ ଘରୁ ଚୋରି ହୋଇଥିବାର ଦେଖିବାକୁ ପାଇଥିଲେ। ପରେ ଏନେଇ ରାହୁଲ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଖୋଜୁଥିଲା। ଶନିବାର ବାଉଁଶଲୁଣ୍ଡିର ଏକ ଘରେ ଜଣେ ସନ୍ଦିଗ୍ଧ ବ୍ୟକ୍ତି ଘର ଭିତରେ ଥିବା ବେଳେ ବାହାରୁ ତାଲା ପଡ଼ିଥିବା ଦେଖି ଲୋକେ ପୁଲିସକୁ ସୂଚନା ଦେଇଥିଲେ। ଏହାପରେ ଏସ୍‌ଆଇ ସମୀର କୁମାର ସେଠୀ, ତଦନ୍ତ ଅଧିକାରୀ ଲକ୍ଷ୍ମୀଧର ମହାନ୍ତି, ହାବିଲଦାର ଦିଲ୍ଲୀପ ରାଉତ, ସନ୍ତୋଷ ନାୟକ, ଗଜେନ୍ଦ୍ର ସାଇଁ ପ୍ରମୁଖ ଉକ୍ତ ଘର ଉପରେ ଚଢ଼ାଉ କରିଥିଲେ। ତାଲା ଭାଙ୍ଗି ଦେଖିବା ବେଳକୁ ଘର ଭିତରେ ଅଭିଯୁକ୍ତ ଗୋପାଳ ପ୍ରଧାନ ଥିଲେ। ଏଥିସହ କିଛି ଚୋରି ଜିନିଷ ଉକ୍ତ ଘରୁ ପୋଲିସ ଠାବ କରିଥିଲା। ଏହାପରେ ଗୋପାଳଙ୍କୁ ପୁଲିସ ନେଇ ପଚରାଉଚରା କରିବା ପରେ ବଳିଆ ସମ୍ପର୍କରେ ସୂଚନା ଦେଇଥିଲେ। ପରେ ବଳିଆଙ୍କୁ ମଧ୍ୟ ପୁଲିସ ଗିରଫ କରିଥିଲା। ଏହାପରେ ଜାମପଲ୍ଲୀର ଆଶୋକ ପ୍ରଧାନ ଏବଂ ରାହୁଲ ପାତ୍ରଙ୍କ ଘରୁ ହୋଇଥିବା ଚୋରି ମାମଲାରେ ଅଭିଯୁକ୍ତ ଦ୍ବୟ ଜଡ଼ିତ ଥିବା ଜଣାପଡ଼ିଥିଲା। ପୋଲିସ ଅଭିଯୁକ୍ତଙ୍କ ଠାରୁ ସମସ୍ତ ଚୋରି ଜିନିଷ ଉଦ୍ଧାର କରିବାରେ ସକ୍ଷମ ହୋଇଛି। ବଳିଆ ଦିନ ବେଳେ ଅଞ୍ଚଳରେ ଘୂରି ବୁଲିବା ସହ କେଉଁ ଘରେ ତାଲା ପଡ଼ିଛି ତାକୁ ଦେଖି ସହଯୋଗୀ ଗୋପାଳଙ୍କୁ ସୂଚନା ଦେଇଥାଏ। ଗୋପାଳ ଖୋର୍ଦ୍ଧାରୁ ଆସିବା ପରେ ଉଭୟେ ମିଶି ଚୋରି କରୁଥିଲେ। ଏହାପରେ ଗୋପାଳଙ୍କୁ ଏକ ଘରେ ରଖି ତାଲା ବାହାରୁ ପକାଇ ବଳିଆ ଦିନ ବେଳେ ଚାଲି ଯାଉଥିଲେ। ଆବଶ୍ୟକ ପଡ଼ିଲେ ଗୋପାଳ ଏକ ଗଳା ବାଟ ଦେଇ ଉକ୍ତ ଘରୁ ବାହାରୁଥିଲେ। ଉକ୍ତ ଗଳାବାଟ ହିଁ ଅଭିଯୁକ୍ତ ଦ୍ୱୟଙ୍କୁ ଧରା ପକାଇଥିଲା ବୋଲି ପୋଲିସ କହିଛି। ଏନେଇ ଭଞ୍ଜନଗର ଥାନା କେଶ ନଂ -୪/୧ ରେ ମାମଲା ରୁଜୁ କରି ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଛି। ଭଞ୍ଜନଗର ରୁ ରବୀନ୍ଦ୍ର ପ୍ରଧାନ ଙ୍କ ରିପୋର୍ଟ,୪/୧/୨୦୨୬--୮,୧୦ Sakhigopal News,4/1/2026

ads

Blog Archive

Popular Posts