ଭଞ୍ଜନଗର ସହରର ଜଣାଶୁଣା ମାମୁଁ ଙ୍କ ପରଲୋକ: ହୋଇଯାଇଛି
ଭଞ୍ଜନଗର ---- ଭଞ୍ଜନଗର ଗଞ୍ଜାମ ଜିଲା ଭଞ୍ଜନଗର ସହର ନିକଟ ଚାକୁଣ୍ଡାପଲ୍ଲୀ ରାସ୍ତାରେ ରହୁଥିବା ସିମାଞ୍ଚଳ ପାଣିଗ୍ରାହୀ (୬୮) ରବିବାର ସକାଳେ ପରଲୋକ ହୋଇଯାଇଛି। ସେ ଭଞ୍ଜନଗର ଅଞ୍ଚଳରେ ମାମୁଁ ଭାବେ ପରିଚିତ ଥିଲେ। ତାଙ୍କର ଅକାଳ ବିୟୋଗରେ ବହୁ ଅଫିସର୍ ନେତା ଗଭୀର ଶୋକବ୍ୟକ୍ତ କରିଛନ୍ତି। ସିମାଞ୍ଚଳ ଜଣେ ବାମପନ୍ଥୀ ନେତା ଭାବେ ପରିଚିତ ଥିଲେ। ଏଥିସହ ବୀମା କାର୍ଯ୍ୟ କରୁଥିଲେ।
ରବିବାର ସକାଳେ ସିମାଞ୍ଚଳ ଉଠିବା ପରେ ଫୁଲ ତୋଳିବାକୁ ଯାଇଥିଲେ। ବୁଲାବୁଲି କରି ଆସିବା ପରେ ଚା’ ପିଇ ଖଟରେ ବସିଥିଲେ। ହଠାତ୍ ସେ ଖଟରେ ଟଳି ପଡ଼ିଥିଲେ। ଏହାପରେ ତାଙ୍କ ଭାଇ ଡାକ୍ତରଙ୍କୁ ଘରକୁ ଡାକି ଚିକିତ୍ସା କରିଥିଲେ । କିନ୍ତୁ ସେତେବେଳକୁ ସିମାଞ୍ଚଳ ପରଲୋକ ଗମନ କରି ସାରିଥିଲେ। ସିମାଞ୍ଚଳ ଅବିବାହିତ ଥିଲେ। ସେଜଣେ ଧମପରାୟଣ ପର ଉପକାରୀ ଥିଲେ ବିପଦରବନ୍ଧୁ କର୍ମକର୍ତ୍ତା ତାଙ୍କର ଅନ୍ତିମ ସତ୍କାର ଅଗଝୋଳ ଗାଁ ନିକଟ ଶ୍ମଶାନ ଘାଟରେ କରାଯାଇଛି। ଭଞ୍ଜନଗର ରୁ ରବୀନ୍ଦ୍ର ପ୍ରଧାନ ଙ୍କ ରିପୋର୍ଟ,୪/୧/୨୦୨୬---୮,୧୫ Sakhigopal News,4/1/2026
