ads

Breaking News

୧୯୯୨ ବ୍ୟାଚ୍ ବେରବୋଇ ଉଚ୍ଚ ବିଦ୍ୟାଳୟର ବନ୍ଧୁ ମିଳନରେ ଗୁରୁଙ୍କୁ ଝୁରିଲେ ଛାତ୍ର ,ସାଥିକୁ ଖୋଜିଲେ ସାଥୀ


ଡେଲାଙ୍ଗ  -ସରକାରୀ ଉଚ୍ଚ ବିଦ୍ୟାଳୟ ବେରବୋଇର ୧୯୯୨
 ବ୍ୟାଚ୍ ର  ଛାତ୍ରମାନେ ବିଦ୍ୟାଳୟ ଜୀବନ ଓ ଗୁରୁ ଗୁରୁମାଙ୍କ ଅଲିଭା ସ୍ମୃତିର ସାଉଁଟା ଅନୁଭତିକୁ ମନେପକାଇ ବିଦ୍ୟାଳୟ ଶିକ୍ଷା ଓ ଗୁରୁ ଗୁରୁମାଙ୍କ ଆଶୀଷରୁ ସେମାନେ ସମାଜରେ ମଣିଷ ଭଳି ମଣିଷ ଭାବେ ବଞ୍ଚିବାର ରାହା ପାଇଛନ୍ତି ବୋଲି ବନ୍ଧୁମିଳନ ଉତ୍ସବରେ ଆବେଗଭରା କଣ୍ଠରେ ପ୍ରକାଶ କରିଛନ୍ତି। ଗୁରୁ ହିଁ ପ୍ରାରମ୍ଭିକ ଜୀବନର ଆଦ୍ୟ ମାର୍ଗଦର୍ଶକ ଓ ସେମାନଙ୍କ ଆଶୀର୍ବାଦରୁ ଛାତ୍ର ଛାତ୍ରୀମାନେ ଶେଷ ଜୀବନ ପର୍ଯ୍ୟନ୍ତ ପ୍ରକୃତ ଶାନ୍ତିରେ ଜୀଵନ ଅତିବାହିତ ସହ ଜଣେ ସଫଳ ମଣିଷ ଭାବେ ସମାଜରେ ପ୍ରତିଷ୍ଠିତ ହୋଇପାରନ୍ତି ବୋଲି  ବେରବୋଇ ଗ୍ରାମ ପଞ୍ଚାୟତ ଅଧୀନ ଓଡ଼ ତରବୋଇ ରଘୁନାଥ ରାମନାଟ ତାଳଦଣ୍ଡା ପଡିଆ ପରିସରରେ ସରକାରୀ  ଉଚ୍ଚ ବିଦ୍ୟାଳୟ ବେରବୋଇର ୧୯୯୨ ମସିହାରେ ଅଧ୍ୟୟନରତ ଛାତ୍ର ଛାତ୍ରୀମାନେ ବିଦ୍ୟାଳୟ ଜୀବନକୁ ମନେପକାଇ ବ୍ୟକ୍ତ କରିଛନ୍ତି। ସମସ୍ତେ ଏକାଠି ହୋଇ ସମାଜସେବା ,ପରିବେଶ ସୁରକ୍ଷା ପାଇଁ ବୃକ୍ଷ ରୋପଣ ସହ ବିପଦରେ ପଡ଼ିଥିବା ଅସହାୟ ବନ୍ଧୁ ମାନଙ୍କୁ ସହଯୋଗ କରିବା ପାଇଁ ଏକ କମିଟି ଗଠନ କରିଛନ୍ତି। ପ୍ରାକ୍ତନ ଛାତ୍ର ସୁରେଶ ମନ୍ତ୍ରୀ ଓ ନବକିଶୋର ସାହୁଙ୍କ ତତ୍ତ୍ଵାବଧାନରେ ଆୟୋଜିତ କାର୍ଯ୍ୟକ୍ରମକୁ ପ୍ରାକ୍ତନ ଛାତ୍ର ତଥା ଆଜିର ଶିକ୍ଷକ ଅଭୟ ଚରଣ ସାହୁ ଓ ଜିତେନ୍ଦ୍ର ପ୍ରଧାନ ସଂଯୋଜନା କରିଥିଲେ। ଏଥିରେ ବେରବୋଇ ଉଚ୍ଚ ବିଦ୍ୟାଳୟର ପ୍ରାକ୍ତନ ଛାତ୍ର ତଥା ବର୍ତ୍ତମାନର ପୋଲିସ ଡି ଏସ୍ ପି ସଞ୍ଜୟ କୁମାର ପଟ୍ଟନାୟକ  ବିଶାଖାପାଟଣା କାନାଡା ବ୍ୟାଙ୍କ୍ ର ବରିଷ୍ଠ ପ୍ରବନ୍ଧକ ଅଶୋକ ବାରିକ୍,ଅଧ୍ୟାପକ ଦୀପକ କୁମାର ସାହୁ ରେଲବାଇ  କର୍ମଚାରୀ ଗୋପାଳକୃଷ୍ଣ ସେଠୀ, ଶିକ୍ଷକ ଚକ୍ରଧର ମହାପାତ୍ର, ସୁରେନ୍ଦ୍ର ମିଶ୍ର,ସାମ୍ବାଦିକ ଅନନ୍ତ ସିଂ, ପ୍ରଦୀପ୍ତ ପଣ୍ଡା, ପବିତ୍ର ସାହୁ,ସତ୍ୟ ନାରାୟଣ ସାହୁ ଓ ଅନ୍ୟମାନେ ଯୋଗ ଦେଇ ସାଥୀ ସହ ସୁଖ ଦୁଃଖରେ ସହଭାଗୀ ହେଲେ ସେଥିରେ ଯେଉଁ ବାସ୍ତବ ଆନନ୍ଦ ମିଳେ ତାହା ଏକ ନିଆରା ଆନନ୍ଦ ବୋଲି ଅନୁଭବୀ ବନ୍ଧୁ ମାନେ ପ୍ରକାଶ କରି ସମାଜ,ଗୁରୁ ଗୁରୁଜନଙ୍କ ସେବା ପରିବେଶ ସୁରକ୍ଷା, ଆଧ୍ୟାତ୍ମିକ ସରଳ ଜୀବନ ଚର୍ଯା ଓ ବିଭିନ୍ନ ସମାଜ ଉପଯୋଗୀ ଜନ ସଚେତନତା ପାଇଁ ସମସ୍ତେ କିଛି ସମୟ ଦେବା ହିଁ ପ୍ରକୃତ ଶିକ୍ଷା ବୋଲି ଅଭୟ ଚରଣ ସାହୁଙ୍କ ସହ ମିଳିତ ଭାବେ ଅନ୍ୟମାନେ ମତବ୍ୟକ୍ତ କରିଥିଲେ । ସ୍ବର୍ଗତ ଗୁରୁ କେଶବ ସାର୍ ,ପୃଷ୍ଟି ସାର୍, ଶତପଥୀ ସାର୍, ଶ୍ରୀନିବାସ ସାର୍,ଅଭୟ ସାର୍,ଚାରୁ ଦିଦି ଓ ସହପାଠୀ ସୁରେଶ ପଣ୍ଡା ଓ ଅତ ଉଦ୍ଦେଶ୍ୟରେ ଏକ ମିନିଟ୍ ନୀରଡ ପ୍ରାର୍ଥନା କରାଯାଇଥିଲା। ଏଥିରେ ବେରବୋଇ ଉଚ୍ଚ ବିଦ୍ୟାଳୟର ପୁରାତନ ଛାତ୍ର ,ବସନ୍ତ ,ବାବୁଲା ସୁରେନ୍ଦ୍ର ,ଦିପୁ,ମଧୁ ,ଭିକ୍ଷାରି,ବିଜୟ ସଞ୍ଜୀବ, କୃଷ୍ଣଚନ୍ଦ୍ର ପ୍ରକାଶ,ସୁସାନ୍ତ ,ଦିଲୁ, ମଧୁସୂଦନ,ଅଶୋକ,ରାଧାଶ୍ୟାମ, ସତ୍ୟପ୍ରିୟ ,ଶୁଭ ନାରାୟଣ, ପ୍ରତାପରୁଦ୍ର ଉପସ୍ଥିତ ରହି ବିଦ୍ୟାଳୟ ଜୀବନର ଅଭୁଲା ଅନୃଭୂତି ବର୍ଣ୍ଣନା କରିଥିଲେ।ମାନସ ଦାଶ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ। ଡେଲାଙ୍ଗ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୨୧/୧/୨୦୨୬---୭,୪୬ Sakhigopal News,21/1/2026

ads

Blog Archive

Popular Posts