ads

Breaking News

ସାକ୍ଷୀଗୋପିନାଥ ମନ୍ଦିରରେ ମକର ବେଢ଼ାରେ ମକର ଚାଉଳର ବାସ୍ନାରେ ମହକିଲା ; ମନ୍ଦିର ସମ୍ମୁଖରେ ମକର ଚାଉଳ ଭୋଗ ପାଇଁ ଆଟିକା ଓ କୋଡୁଆ ସହ ଛେନା, ନଡିଆ ସାମଗ୍ରୀ ଦେକାନ


ସାକ୍ଷୀଗୋପାଳ---  ସାକ୍ଷୀଗୋପିନାଥଙ୍କ ମନ୍ଦିର ମନ୍ଦିର ମକର ବେଡାରେ ମକର ଚାଉଳ ବାସ୍ନା ବାସିଲା । ବର୍ଣକୁ ଥରେ ସାକ୍ଷୀଗୋପିନାଥଙ୍କୁ ଚାଉଳ ଭୋଗ କରିବାର ଭକ୍ତ ମାନଙ୍କୁ ମିଳିଥାଏ ।ଏହା ପୁଣି କିଛି ସମୟ ପାଇଁ । ଶ୍ରଦ୍ଧାଳୁ ଓ ମାନସିକ ଭୋଗଧାରୀ ମାନେ  ମକର ଚାଉଳ ପ୍ରସ୍ତୁତ କରି ସେବାୟତ ମାନଙ୍କ ଦ୍ୱାରା ଭୋଗ କରିଥିବାର ଦେଖାଯାଇଥିଲା । ପରମ୍ପରା ଅନୁଯାୟୀ  ଗମ୍ଭିରାରେ ପାଣି ପଡିବା ପରେ ଦଧି, ରୂପା ପାତ୍ରରେ ନଳିପାନ, ମକରଚାଉଳ, ଶାକର ଦ୍ୱିପହର ଧୂପରେ ଚାରିଗୋଟି ବେଢ଼ା କରାଯାଇଥିଲା । ପରେ ପରେ ମନ୍ଦିର ଚୁଡାରେ ନୂତନ ପକକା   ବନ୍ଧା ଯିବା ପରେ ଦ୍ୱୀପହର ଧୂପ  ହୋଇଥିଲା ।  ଦୁଗ୍ଧ, ନୂତନ ଚାଉଳ, ନଡିଆ ସହିତ ସାତ ଆଳତି କରାଯାଇ ମକରଚାଉଳ ଭୋଗ କରାଯାଇଥିଲା । ପୂଜାପଣ୍ଡା ଓ ପାଳିଆପତି ସେବକ ବଳି ଆଟିକାରେ ମକର ଚାଉଳ ନେଇ ନବାଙ୍କ ସ୍ଥାନରେ ପ୍ରଦାନ କରିଥିଲେ ।  ତାପରେ ଶ୍ରଦ୍ଧାଳୁ ଓ ମାନସିକ ଧାରିମାନେ ମକର ଚାଉଳ ଭୋଗ କରିବାର ପରିମ୍ପରା ଏଠାରେ ରହିଛି ବୋଲି ମନ୍ଦିର ସୁପରଭାଇଜର ବିଶ୍ୱନାଥ ମହାପାତ୍ରଙ୍କ ଠାରୁ ସୁଚନା ମିଳିଛି । ମକର ସଂକ୍ରାନ୍ତିରେ ଠାକୁରଙ୍କୁ ନୂଆ ଚାଉଳରେ  ମକର ଭୋଗ ଲଗାଯାଇଥାଏ । ପୁରାଣ ଶାସ୍ତ ମତ ଅନୁସାରେ ପୁଷମାସରେ ମହାଲକ୍ଷ୍ମୀ ବାପଘରକୁ ଯାଇଥାନ୍ତି ।   ମାସାନ୍ତ ଦିନ ମହାଲକ୍ଷ୍ମୀ ବାପ ଘରୁ ମନ୍ଦିରକୁ ଫେରିଥାନ୍ତି । ବାପ ଘରୁ ଫେରିବା ସମୟରେ ସାଙ୍ଗରେ ନାନା ଭାର ଆଣିଥାନ୍ତି । ସେହି ଭାରରେ ନୂଆ ଅରୁଆଚାଉଳ, ପାଚିଲା କଦଳୀ, ଶାକର, ନବାତ, ଛେନା ଘିଅ, ମହୁ , ନଡିଆ,ଫଳମୁଳ,  ଧନୁମୁଆଁ , ଠାକୁରଙ୍କ ପାଇଁ ନୂତନ ବସ୍ତ୍ର , ତୁଳସି ଓ  ଫୁଲମାଳ ରହିଥାଏ । ଅନ୍ୟ ପକ୍ଷେ ସାକ୍ଷୀଗୋପାଳ ମନ୍ଦିରରେ ପ୍ରଭୁ ସାକ୍ଷୀଗୋପୀନାଥଙ୍କୁ ବର୍ଷସାରା ଗହମ ଓ ଖଇ, ଛେନା, କ୍ଷୀର, ଲବଣି ଶୁଖିଲା ଭୋଗ ପ୍ରଦାନ କରାଯାଇଥାଏ । ମାତ୍ର ବର୍ଷକୁ ଥରେଏହି ମକର ସଂକ୍ରାନ୍ତିରେ ଚାଉଳ ଭୋଗ ଲାଗି କରାଯିବାର ପରମ୍ପରା ରହି ଆସିଛି । ମନ୍ଦିର ପକ୍ଷରୁ ଲକ୍ଷ୍ମୀଙ୍କ ବାପଘରୁ ଆସିଥିବା ନୁଆ ଅରୁଆ ଚାଉଳରେ ମକର ଭୋଗ ପ୍ରସ୍ତୁତି କରାଯାଇଥାଏ । ମକର ବେଡା ଅନ୍ତେ ଅପରାହ୍ନରେ ସର୍ବସାଧାରଣ ଠାକୁରଙ୍କୁ ମକର ଚାଉଳ ଭୋଗ ନୈବେଦ୍ୟ କରାଯାଇଥିଲା । ବର୍ଷକୁ କିଛି ସମୟ ପାଇଁ ଠାକୁରଙ୍କୁ ଚାଉଳ ଭୋଗ ଦେବା ସୁଯୋଗ ମିଳୁଥିବାରୁ  ଆଖପାଖ ପଞ୍ଚୁକୋଷି ଅଞ୍ଚଳର ଭକ୍ତ ମାନଙ୍କର ଗହଳି ପରିଲିକ୍ଷିତ ହୋଇଥିଲା । ନୁଆହାଣ୍ଡିରେ ନୁଆ ଅରୁଆଚାଉଳ, ଧନୁମୁଆଁ, ନଡିଆ, ପାଚିଲା କଦଳୀ, କ୍ଷୀର, ଛେନା, ସର, ଲବଣୀ, ଭଲଘିଅ,  ଚିନି, ଗୁଡ, ଅଦା, କାଜୁ, ଖସିମିଶି , କର୍ପୁର, ଖଟାକମଳା, ଅଳେଇଚ, ଗୋଳମରିଚ ଓ ଫଳମୂଳ ଆଦି ମିଶ୍ରଣରେ ପ୍ରସ୍ତୁତି ମକର ଚାଉଳ ଭୋଗ କରାଯାଇଥାଏ । ମକରଚାଉଳ ପ୍ରସ୍ତୁତି ସାମଗ୍ରୀ ବିକୟ କରିବା ପାଇଁ ମନ୍ଦିର ସମ୍ମୁଖରେ ବ୍ୟବସାୟୀ ମାନେ ପସାର ଖୋଲିଥିଲେ ।  ମକର ଭୋଗ ପାଇବା ପାଇଁ ଭକ୍ତ ମାନଙ୍କର ଆଗ୍ରହ ରହିଥିବାରୁ ଭୋଗ ପ୍ରସ୍ତୁତି କରିପାରୁନଥିବା ଭକ୍ତ ମାନେ ପ୍ରସାଦ ପାଇବା ପାଇଁ ସେବାୟତ ମାନଙ୍କଠାରୁ ମକର ଚାଉଳ ସଂଗ୍ରହ କରିଥିବାର ଦେଖାଯାଇଥିଲା । ବିିିଭିନ୍ନ ଗ୍ରାମ ମାନଙ୍କରେ ଥିବା ଶୈବ , ମହାବୀରି ଓ ବିଷ୍ଠୁଙ୍କ ମନ୍ଦିର ଓ ମଠ ଗୁଡିକରେ ମକର ଚାଉଳ ଭୋଗ କରାଯାଇଥିଲା । ସେହିପରି ଘରେ ଘରେ ମଧ୍ୟ ମକର ଭୋଗ ପ୍ରସ୍ତୁତି କରାଯାଇ ଇସାଣ ଓ ଘର ଠାକୁରଙ୍କୁ ଭୋଗ କରାଯିବା ପରେ ସାହି ପଡିଶାରେ ବଣ୍ଟାଯିବାର ଦେଖାଯାଇଥିଲା ।  ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୪/୧/୨୦୨୬---୭,୧୦    Sakhigopal Bews, 14/1/2026

ads

Blog Archive

Popular Posts