ads

Breaking News

ପୂର୍ତ୍ତ ବିଭାଗର ରାସ୍ତା ନିର୍ମାଣ କାର୍ଯ୍ୟରେ ଜନ ଅସନ୍ତୋଷ ,ରାସ୍ତା କାମ ନିମ୍ନ ମାନର ଅଭିଯୋଗ



ଜଟଣୀ:- ପୌରପରିଷଦର ଅନେକ ୱାର୍ଡରେ ଚାଲିଛି ସରକାରଙ୍କ ପୂର୍ତ୍ତ ବିଭାଗର ପିଚୁ କାମ l ପୌରପରିଷଦ ଅନ୍ତର ଗତ ୭ ନଂ, ୮ ନଂ ୱାର୍ଡର ଅଧିବାସୀ ଆଣିଛନ୍ତି  ରାସ୍ତା କାମରେ ଅନିୟମିତତା ଅଭିଯୋଗ l ନିମ୍ନ ମାନର ରାସ୍ତା କାମ ତଥା ରାସ୍ତାର ଓସାର ଏବଂ ଏବଂ ସଠିକ ମୋଟେଇ ନ ଥିବା ସ୍ଥଳେ ଏକ ପତଳା ଅସ୍ତରଣ ର ପିଚୁ ମିଶା ଵଜୂରୀ ଗୁଣ୍ଡ ପକାଇ ରୋଲର ଚଳାଉ ଥିବା ଦୃଶ୍ୟ ମାନ ହେଉଛି l ରାସ୍ତା କାମର ଏକ ଦିନ ପରେ ରାସ୍ତାର ଉପରେ ଵଜୂରୀ ବାହାରୁଥିବା ଦେଖୁବାକୁ ମିଳିଛି l ଯାହା ଫଳରେ ସେହି ରାସ୍ତାରେ ଦୁଇ ଚକିଆ ଜାନ ଚଳାଇବାକୁ ଭୟ ଲାଗୁଛି l କାରଣ ରାସ୍ତାରେ ଵଜୂରୀ ଗୁଣ୍ଡ ଯୋଗୁଁ ଦୁଇ ଚକିଆ ଜାନ ଚଳାଇବା ସମୟରେ ସାମାନ୍ୟ ଅନ୍ୟମନସ୍କ ଫଳରେ ଚକା ସ୍ଲିପ ହୋଇ ଦୁର୍ଘଟଣା ଘଟିବାରେ ଲାଗିଛି lରାସ୍ତାର ନବୀକରଣ କାର୍ଯ୍ୟରେ ଅନିୟମିତତାଥିବା ଅଭିଯୋଗ ହୋଇଛି ।  ପୂର୍ତ୍ତ ବିଭାଗର ନିର୍ବାହୀଯନ୍ତ୍ରୀ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକାରେ ରାସ୍ତା କାମ ଚାଲୁଥିବା ଅଭିଯୋଗ ହେଉଛି ।ଅପରପକ୍ଷେ ରାସ୍ତା କାମ ଚାଲିଥିବା ସମୟରେ ପୂର୍ତ୍ତବିଭାଗ  ଯନ୍ତ୍ରୀଙ୍କ ଉପସ୍ଥିତି ଦେଖିବାକୁ ମିଳୁନାହିଁ । ରାସ୍ତାକାମରେ ବ୍ୟବହାର ହେଉଥ‌ିବା ସାମଗ୍ରୀ ନିମ୍ନମାନର ବୋଲିଅଭିଯୋଗ ହେଉଛି। ବ୍ୟବହାରିକ ସାମଗ୍ରୀର ମାନପରୀକ୍ଷା ପାଇଁ ପୂର୍ଭ ବିଭାଗର କୌଣସି ଉଚ୍ଚପଦସ୍ଥଅଧିକାରୀ ଉପସ୍ଥିତ ରହୁନାହାନ୍ତି । ରାସ୍ତାର ମୋଟେଇ ଓ ଚଉଡ଼ା ମାପରେ ଅନିୟମିତତା ଥ‌ିବା ସାଧାରଣରେ ପ୍ରକାଶପାଇଛି । କାର୍ଯ୍ୟ ପୂର୍ବରୁ କୌଣସି ସୂଚନା ଫଳକ ନାହିଁ ।କେଉଁ ସଂସ୍ଥା ଦ୍ୱାରା ରାସ୍ତା କାମ ଚାଲିଛି, କେତେ ମିଟରରାସ୍ତାର ନବୀକରଣ ହେବ, ଏହି କର୍ଯ୍ୟ ପାଇଁ ଅଟକଳମୂଲ୍ୟ କେତେ ତାହା ସର୍ବସାଧାରଣଙ୍କ ଅବଗତ ନିମନ୍ତେଦର୍ଶାଯାଇ ନାହିଁ । ଠିକାଦାରଙ୍କ ମନମାନିରେ ଚାଲିଛି ଏହିରାସ୍ତା କାମ ।  ଦେଖ‌ିବାର ଅଛି ଏ ରାସ୍ତାର ଆୟୁ କେତେଦିନ ଯାଉଛି ବୋଲି ଚର୍ଚ୍ଚା କୋର୍ ଧରିଛି । ଡବଲ ଇଞ୍ଜିନି ସରକାର ଙ୍କ କାମ ।

ଜଟଣୀ ରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୯/୧/୨୦୨୬---୮,୪୫ Sakhigopal  News, 9/1/2026

ads

Blog Archive

Popular Posts