ads

Breaking News

ଶାରୀରିକ ଶିକ୍ଷୟତ୍ରୀଙ୍କ ବଦଳିକୁ ନେଇ ଛାତ୍ରୀ ମାନେ ବିଦ୍ୟାଳୟ ମୁଖ୍ୟ ଗେଟରେ ଚାବି ପକାଇ ଦାବି ଜଣାଇଲେ


ସାକ୍ଷୀଗୋପାଳ --- ସାକ୍ଷୀଗୋପାଳରେ ଏକ ମାତ୍ର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଆଜି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ବିଦ୍ୟାଳୟ ର ଛାତ୍ରୀମାନେ ସେମାନଙ୍କ ମନରେ ଥିବା ଅଭିମାନ, ଅସୁବିଧା ସତ୍ୟବାଦୀ ପ୍ରଶାସନିକ ଅଧିକାରୀ ମାନଙ୍କ ଆଗରେ କହିଛନ୍ତି। ସୁଚନା ଯୋଗ୍ୟ ଯେ ସତ୍ୟବାଦୀ ସରକାରୀ  ବାଳିକା ଉଚ୍ଚବିଦ୍ୟାଳୟ ର ଶାରୀରିକ କ୍ରୀଡା ଶିକ୍ଷୟତ୍ରୀ ପୁଷ୍ପାଞ୍ଜଳି ଜେନାଙ୍କୁ ଅଳଗୁମ ହାଇସ୍କୁଲକୁ ଡେପୁଟିସନରେ ନିଆଯାଇଛି। ସେଠାରୁ ଜୟନ୍ତୀ ପଣ୍ଡା ଙ୍କୁ ସେଠାରେ ନିଯୁକ୍ତି ଦିଆଯାଇଛି। ଏହାକୁ ନେଇ ବିଦ୍ୟାଳୟ ର ଛାତ୍ରୀମାନେ ବିରୋଧ କରି ବିଦ୍ୟାଳୟ ର ମୁଖ୍ୟ ଗେଟରେ ଚାବି ପକାଇ ଧାରଣା ଦେଇଥିଲେ। ସେମାନଙ୍କ ଦାବି ଥିଲା ଯେ ଏଠାରେ ଯେଉଁ ମାନେ ଦୀର୍ଘ ଦିନ ଧରି ରହି ରାଜନୀତି କରୁଛନ୍ତି। ଏପରିକି ବିଦ୍ୟାଳୟ ପରିସରରେ ଥିବା ପାନୀୟ ଜଳ ଘରକୁ ଚାବି ପକାଇ ରଖାଯାଇଛି। ବିଦ୍ୟାଳୟ ରେ ବିଦ୍ୟୁତ୍ ବିଲ୍ ଅଧିକ ଉଠୁଥିବା ଆଳ ଦେଖାଇ ବଲ ଲାଗୁନାହିଁ ସେଠାରେ ଜଣେ ଶିକ୍ଷୟିତ୍ରୀ ନିଜର ବ୍ୟାଟେରୀ ଗାଡ଼ିକୁ କିପରି ଚାର୍ଯ୍ୟ କରୁଛନ୍ତି। ସେହିପରି ବଡ଼ କଥା ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଙ୍କ କଥା କୁ ଶାରୀରିକ ଶିକ୍ଷୟତ୍ରୀ ବିରୋଧ କରିବାରୁ ଏହି ବଦଳି କରାଯାଇଛି ବୋଲି ଛାତ୍ରୀମାନେ ପ୍ରଶାସନିକ ଆଗରେ ଅଭିଯୋଗ କରିଛନ୍ତି। ସୁଚନା ଯୋଗ୍ୟ ଯେ ଆଜି ଦଶମ ଶ୍ରେଣୀ ପିଲାଙ୍କ ପରୀକ୍ଷା ଥିବା ସତ୍ତ୍ବେ ପିଲାମାନେ ଯାଇ ପାରିନଥିଲେ। ସତ୍ୟବାଦୀ ତହସିଲଦାର ସନ୍ତୋଷ ପାଣିଗ୍ରାହୀ, ସତ୍ୟବାଦୀ ଥାନା ଅଧିକାରୀ ସୈମ୍ୟରଞ୍ଜନ ମାଳିକା,ବ୍ଳକ ଶିକ୍ଷା ଅଧିକାରୀ କୈଳାସ ଚନ୍ଦ୍ର ରଥ, ଅତିରିକ୍ତ ଶିକ୍ଷା ଅଧିକାରୀ ଛାଟେଇ ମୋତିଲାଲ ରାୟ ଛାତ୍ରୀ ମାନଙ୍କୁ ବୁଝାସୁଝା କରିବା ପରେ ଆନ୍ଦୋଳନରୁ ହଟିବା ସହ ଦଶମ ଶ୍ରେଣୀର କିଛି ଛାତ୍ରୀ ପରୀକ୍ଷା ଦେବାକୁ ବିଦ୍ୟାଳୟ କୁ ଯାଇଥିବାର ଦେଖାଯାଇଥିଲା। ଅନ୍ୟ ପକ୍ଷରେ କିଛି ଛାତ୍ରୀ ଓ ସେମାନଙ୍କ ଅଭିଭାବକ ମାନେ ଅଭିଯୋଗ ଆଣିଛନ୍ତି ଯେ ଏ ସରକାରଙ୍କ ସମୟରେ ବିଦ୍ୟାଳୟ ପରିଚାଳନା କମିଟି ଓ ଆଲୁମିନା ସଭାପତି ବିଦ୍ୟାଳୟ ପରିସରରେ ବସିରହିଲା ପାଇଁ କେଉଁ ନିୟମ ରହିଛି ତାହା ଜଣାନ୍ତୁ। ଏହା ସହିତ ଯେଉଁ ଅଧିକାରୀ ମାନେ ଶିକ୍ଷକ ଶିକ୍ଷୟତ୍ରୀ ଙ୍କୁ ବଦଳି କରୁଛନ୍ତି ଯଦି ସେଠାରେ ପ୍ରତିବାଦ ଆସେ ତୁରନ୍ତ ସେ ବିଦ୍ୟାଳୟ କୁ ଯାଇ ଏହାର ସମାଧାନ କରନ୍ତୁ। ଅନ୍ୟ ଅଧିକାରୀମାନେ ଏ ବିଷୟରେ କିଛି ଜାଣି ନଥିବାରୁ ସେମାନେ ପିଲାକୁ ବା ଆନ୍ଦୋଳନ କରୁଥିବା ଅଭିଭାବକ ମାନଙ୍କୁ ସଠିକ ଉତ୍ତର ନଦେଇ ପାରିବାରୁ ଆନ୍ଦୋଳନ ଜାରି ରହୁଛି। ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୧୯/୧/୨୦୨୬---୭,୨୦ Sakhigopal News,19/1/2026




ads

Blog Archive

Popular Posts