୧୪ ବର୍ଷ ରୁ କମ ବାଳକ ଓ ବାଳିକା ଓଡ଼ିଶା ଜାତୀୟ ବିଦ୍ୟାଳୟ ସ୍ତରୀୟ କୁସ୍ତି ପ୍ରତିଯୋଗିତା ପାଇଁ ଦିଲ୍ଲୀ ଗସ୍ତ
ଜଟଣୀ :---- ୧୪ ବର୍ଷ ରୁ କମ ବିଦ୍ୟାଳୟ ସ୍ତରୀୟ କୁସ୍ତି ପ୍ରତିଯୋଗିତା ଓଡ଼ିଶା କୁସ୍ତି ଦଳ ମଙ୍ଗଳ ବାର ଖୋର୍ଦ୍ଧାରୋଡ଼ ରେଳ ଷ୍ଟେସନ ରୁ ଉତ୍କଳଏକ୍ସପ୍ରେସ ଟ୍ରେନ ଯୋଗେ ଦିଲ୍ଲୀ ମହାନଗରୀର ତ୍ୟାଗରାଜ ଷ୍ଟଡିଅମ୍ ଗସ୍ତ କରିଅଛି। ଆସନ୍ତା ତା ୩୦-୧-୨୦୨୬ ଠାରୁ ତା ୩-୨-୨୦୨୬ ପର୍ଯ୍ୟନ୍ତ ହେବାକୁ ଥିବା ପ୍ରତିଯୋଗିତରେ ଭାଗ ନେବାପାଇଁ ଓଡ଼ିଶାରୁ ଉଭୟ ବାଳକ ୮ଜଣ ଓ ବାଳିକା ୮ଜଣ ସମୁଦାୟ ୧୬ ଜଣ ପ୍ରତିଯୋଗୀ ଗସ୍ତ କରିଛନ୍ତି। ଗସ୍ତ ପୂର୍ବରୁ ଏକ ସପ୍ତାହ ଧରି ଜଟଣୀ ପୌରପରିଷଦ ଅନ୍ତର୍ଗତ ବାଛରା ଗ୍ରାମର ସୁଶୀଳା ଦେବୀ ପ୍ରଗତି ବିଦ୍ୟାପୀଠ ଠାରେ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା l ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ଓଡ଼ିଶା ଙ୍କ ଦ୍ଵାରା ମନୋନୀତ ହୋଇ ୟୁ.ଜି.ବି.ମ.ସିଂହ ବ୍ରହ୍ମପୂର୍ ବିଦ୍ୟାଳୟର କ୍ରୀଡା ଶିକ୍ଷକ ପୁରୋଷତମ୍ ମୁଦୁଲି ଟିମ୍ ମ୍ୟାନେଜର ବାଳିକା କୋଚ୍ ସସ୍ମିତା ସାହୁ ଏବଂ ବାଳକ ବିଭାଗର ମ୍ୟାନେଜର ପ୍ରେମାନନ୍ଦ ବରାଳ( ଜଟଣୀ ) ଓ କୋଚ୍ ରାମକୃଷ୍ଣ ବେହେରା ୟୁ.ଜି.ଏଚ. ସ.ପାଞ୍ଚମା ର କ୍ରୀଡା ଶିକ୍ଷକ ଙ୍କ ନେତୃତ୍ୱ ରେ ଟିମ୍ ଯାଇଥିବା ବେଳେ ଫୁଲମଣି ମୁର୍ମୁ, ଜ୍ୟୋତି ପ୍ରସାଦ ପରିଡା ସହଯୋଗୀ କ୍ରୀଡା ନିର୍ଦ୍ଦେଶକ ଉପସ୍ଥିତ ରହି ପ୍ରତିଯୋଗୀ ମାନଙ୍କୁ ସଫଳ ହେବା ପାଇଁ ଆଶୀର୍ବାଦ ପ୍ରଦାନ କରିଥିଲେ l ଜଟଣୀ ରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୨୭/୧/୨୦୨୬---୭,୩୦. Sakhigopal News,27/1/2026
