ସେଣ୍ଟ ଜାଭିୟର୍ସ ହାଇସ୍କୁଲରେ ଯୁବ ଦିବସ ପାଳିତ
ଭାରତ ବିକାଶ ପରିଷଦ ସତ୍ୟବାଦୀ ଶାଖା ଓ ସେଣ୍ଟ ଜାଭିୟର୍ସ ହାଇସ୍କୁଲ, ସାକ୍ଷୀଗୋପାଳ ର ମିଳିତ ସହଯୋଗରେ ଜାତୀୟ ଯୁବ ଦିବସ, ବିଦ୍ୟାଳୟ ପରିସରରେ ପାଳିତ ହୋଇଯାଇଛି।୧୮୬୩ ମସିହା ଜାନୁଆରୀ ୧୩ ତାରିଖ ଆଜିର ଦିନରେ ସ୍ବାମୀ ବିବେକାନନ୍ଦ ଜନ୍ମ ଗ୍ରହଣ କରିଥିଲେ। ସେ ଥିଲେ ଭାରତୀୟ ହିନ୍ଦୁ ସନ୍ୟାସୀ, ଦାର୍ଶନିକ, ଲେଖକ, ଧର୍ମ ପ୍ରଚାରକ ତଥା ରାମକୃଷ୍ଣଙ୍କ ର ପରମ ପଟ ଶିଷ୍ୟ। ସେ ହିନ୍ଦୁ ଧର୍ମର ସହନ ସିଲତା, ବେଦର ଜ୍ଞାନ ଓ ଯୋଗର ଉପକାରିତା ବିଦେଶରେ ପ୍ରଚାର କରିଥିଲେ ।୧୮୯୩ ଚିଚାଗୋ ଧର୍ମ ସଭା ର ବକ୍ତବ୍ୟ ପାଇଁ ଅତ୍ୟନ୍ତ ଲୋକପ୍ରିୟ ହୋଇ ପାରିଥିଲେ। ତେଣୁ ତାଙ୍କ ଜନ୍ମ ଦିବସକୁ ଯୁବ ଦିବସ ରୂପେ ପାଳନ କରାଯାଉଛି। ଆଜିର ଏହି କାର୍ଯ୍ୟ କ୍ରମରେ ପ୍ରଥମେ ବିବେକାନନ୍ଦଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ସହିତ ପ୍ରଦୀପ ପ୍ରଜ୍ବଳନ କରାଯାଇ ସାମୂହିକ ବନ୍ଦେ ମାତରଂ ଗାନ କରାଯାଇଥିଲା। ବକ୍ତା ମାନେ ପ୍ରଶ୍ନ ଉତ୍ତର କାର୍ଯ୍ୟ କ୍ରମ ମାଧ୍ୟମରେ ସ୍ବାମୀ ବିବେକାନନ୍ଦ ଙ୍କ ଜୀବନ କାହାଣୀ ଛାତ୍ର ଛାତ୍ରୀ ମାନଙ୍କୁ ଅବଗତ କରାଇଥିଲେ। ଏଥିରେ ଭାରତ ବିକାଶ ପରିଷଦ ପୂର୍ବ ପ୍ରାନ୍ତ ସଭାପତି ସତ୍ୟବାଦୀ ଦାସ, ସତ୍ୟବାଦୀ ଶାଖା ସମ୍ପାଦକ ବିଜୟ କୁମାର ପରିଡ଼ା, ସମ୍ପର୍କ ସଚିବ ନବଘନ ଶତପଥୀ, ସେବା ସଚିବ ଦେବରାଜ ନାୟକ, ମହିଳା ସହଭାଗିତା ରିତା ତ୍ରିପାଠୀ, ସଂସ୍କାର ସଚିବ ସୁନିଲ କୁମାର ବେହେରା ଓସଭ୍ୟା ବୀଣା ଷଡ଼ଙ୍ଗୀ ଉପସ୍ଥିତ ଥିଲେ। ବିଦ୍ୟାଳୟର ଅଧ୍ୟକ୍ଷା ଦୀପିକା ରଥଙ୍କ ମାର୍ଗ ଦର୍ଷିକରେ ଏହି କାର୍ଯ୍ୟ ସମ୍ପାଦନା ହୋଇ ଥିଲା। କାର୍ଯ୍ୟ କ୍ରମ ପରିଚାଳନା କରିଥିଲେ ସୁଭଦ୍ରା ଶୁଭ ଦର୍ଶିନି ଓ ବିଦ୍ୟାଳୟର ଅନ୍ୟ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଓ କର୍ମଚାରୀ ସହଯୋଗ କରିଥିଲେ। ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୧୪/୧/୨୦୨୬---୭,୧୫ Sakhigopal News,14/1/2026
