ପାଲା ସଂସ୍କୃତିରେ ଲୋକଶିକ୍ଷା ଉପରେ ଆଲୋଚନା ଚକ୍ର ଅନୁଷ୍ଠିତ
ଜଟଣୀ ---ପଣ୍ଡିତ ରମାକାନ୍ତ ମିଶ୍ରଙ୍କ ଆବାହକତ୍ୱ ଓ ଡ: ପ୍ରସନ୍ନ କୁମାର ଜେନା ଙ୍କ ସଭାପତିତ୍ଵରେ ଆମରି ସତ୍ୟ ବିକାଶ ପରିଷଦର ଏକ ଆଲୋଚନା ଚକ୍ର 'ପାଲା ସଂସ୍କୃତିରେ ଲୋକଶିକ୍ଷା' ଉପରେ ରାମଚନ୍ଦ୍ରପୁର ବଜାରଠାରେ ଅନୁଷ୍ଠିତ ହୋଇଯାଇଛି। ଅତିଥି ପରିଚୟ ପଣ୍ଡିତ ରମାକାନ୍ତ ମିଶ୍ର, ସ୍ଵାଗତ ଭାଷଣ ଦେଇଥିଲେ । ଶ୍ରୀ ଆଦି ନାରାୟଣ ଖଣ୍ଡୁଆଳ ଆମରି ସତ୍ୟ ବିକାଶ ପରିଷଦର ସମ୍ପାଦକ ଓ ଆମରି ସତ୍ୟ ପ୍ରତିଷ୍ଠାତା ଡ.ପ୍ରମୋଦ ଚନ୍ଦ୍ର ଦାଶ ପାଲା ମାଧ୍ୟମରେ ଲୋକ ଗୀତ, ଛାନ୍ଦ ଚଉପଦୀ ଦ୍ଵାରା ଲୋକ କଳାର ପ୍ରଚାର ଓ ତଦ୍ୱାରା ନୈତିକ ବୌଦ୍ଧିକ ଶିକ୍ଷା ହୋଇପାରିବ ବୋଲି ବର୍ଣ୍ଣନା କରିଥିଲେ। ମୁଖ୍ୟ ବକ୍ତା ଭାବେ ଯୋଗଦେଇ ବିଶିଷ୍ଟ ସାହିତ୍ୟିକା ଡ: ଆରତି କର ଓଡ଼ିଆ ସାହିତ୍ୟ, ଓଡ଼ିଆ ଭାଷା ପାଲା ମାଧ୍ୟମରେ କିପରି ଲୋକାଭିମୁଖୀ ହୋଇପାରୁଛି ସେବିଷୟରେ କହିବା ସହିତ ବ୍ୟସ୍ତ ବହୁଳ ଜୀବନରେ ଜୀବନ ଧାରଣ କରିବାର ସୂତ୍ର ପାଲାରୁ ହିଁ ଶିକ୍ଷା କରାଯାଏ ବୋଲି ଆଲୋଚନା କରିଥିଲେ। ମୁଖ୍ୟ ଅତିଥି ଡ: ଶଶାଙ୍କ ଶେଖର ରଥ ସତ୍ୟପୀର ପୂଜା ବା ସତ୍ୟ ନାରାୟଣ ପୂଜା ରୁ ପାଲାର ଆରମ୍ଭ। ପାଲା ଏକ ସାଂସ୍କୃତିକ ଅନୁଷ୍ଠାନ ଓ ସୁଫି ଧର୍ମ ସହିତ ଭକ୍ତି ଧର୍ମର ତୁଳନାତ୍ମକ ଚିତ୍ର ପ୍ରଦାନ କରିଥିଲେ। ସମ୍ମାନୀତ ଅତିଥି ଐତିହାସିକ ସତ୍ୟବାଦୀ ବଳୀୟାରସିଂହ ଓଡ଼ିଶାର ପ୍ରାକ୍ତନ ପାଲା ଗାୟକମାନଙ୍କର ଗୁଣ ଗାନ କରିବା ସହ ରୀତି ଯୁଗୀୟ ଓ ମଧ୍ୟ ଯୁଗୀୟ କାବ୍ୟ କବିତା ପାଲାକାରମାନଙ୍କ ଦ୍ଵାରା କିପରି ଲୋକଲୋଚନକୁ ଆସିପାରୁଛି ବର୍ଣ୍ଣନା କରିଥିଲେ। ସମ୍ମାନୀତ ଅତିଥି ପଣ୍ଡିତ କାଶୀନାଥ ଦାସ ପାଲା ମାଧ୍ୟମରେ ପୁରାଣ, ଭାଗବତ, ରାମାୟଣ, ମହାଭାରତ ଆଦି ବିଭିନ୍ନ ଶାସ୍ତ୍ର ଗୁଡ଼ିକର ଆଲୋଚନା ହୋଇପାରୁଛି, ତଦ୍ୱାରା ଲୋକ ଶିକ୍ଷା ହୋଇପାରୁଛି ବୋଲି କହିଥିଲେ। ଶ୍ରୀ ସୁରେଶ ଚନ୍ଦ୍ର ମିଶ୍ର ଏପରି ଆଲୋଚନ ଚକ୍ର ଜନସାଧାରଙ୍କ ଉପରେ ଅନେକ ପ୍ରଭାବ ପକାଇ ପାରିବ ବୋଲି ମତ ବ୍ୟକ୍ତ କରିଥିଲେ ।
ଉକ୍ତ କାର୍ଯ୍ୟକ୍ରମରେ କିଛି ପାଲା ଗାୟକଗାୟିକାମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସେମାନେ ହେଲେ.. ଶ୍ରୀ ବିପ୍ଳବ ସମ୍ବିତ କୁମାର , ଶ୍ରୀମତୀ କାଦମ୍ବରି ସ୍ୱାଇଁ, ଶ୍ରୀମତୀ ଅମ୍ରିତା ସାମଲ, ଶ୍ରୀ ଶରତ ଚନ୍ଦ୍ର ଦାଶ, ଓ ଶ୍ରୀ ସୁବାସ ଚନ୍ଦ୍ର ନାୟକ। ପ୍ରଥମ ପର୍ଯ୍ୟାୟରେ କବିତା ପାଠ ହୋଇଥିଲା। ଉକ୍ତ କାର୍ଯ୍ୟ କ୍ରମରେ ଶ୍ରୀ ଜବାହର ଲାଲ ସୁବୁଦ୍ଧି ସଭାପତି, ଶ୍ରୀ ପଦ୍ମନାଭ ପାଣିଗ୍ରାହୀ, ଓ ଡ: ସୁକାନ୍ତି ମହାପାତ୍ର ସଂଯୋଜକ ଭାବରେ କାର୍ଯ୍ୟ ସମ୍ପାଦନ କରିଥିଲେ। ସୁରେଶ କୁମାର ସ୍ଵାଇଁ ମଞ୍ଚ ପରିଚଳନା ଓ ଶ୍ରୀ ବ୍ରଜବନ୍ଧୁ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ଦିବ୍ୟଲୋଚନ ଭାରିମଲ୍ଲ ,ଜଗନ୍ନାଥ ନାୟକ, ରୋହିତ ଚମ୍ପତି, ଦ୍ଵିତିକୃଷ୍ଣ ମହାନ୍ତି ,ସୁରେଶ ଚନ୍ଦ୍ର ରଥ, ନର୍ମଦା ଦୋରା, ପ୍ରଭାସ ଚନ୍ଦ୍ର ମଙ୍ଗରାଜ ପ୍ରଭୃତି କବିତା ପାଠ କରିଥିଲେ। ଜଟଣୀ ରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ ,୪/୧/୨୦୨୬---୮,୨୫ Sakhigopal News,4/1/2026
