ଜଟଣୀରେ ତବଲିଗ ଜମାତ ବନ୍ଦ ପାଇଁ ୭ ସଂଗଠନର ଜିଲ୍ଲପାଳଙ୍କୁ ଦାବିପତ୍ର
ଜଟଣୀ - ତିରିମଲ - ବେଣାପଞ୍ଜୁରୀ ଅଞ୍ଚଳରେ ତବଲିଗ ଜମାତ ଦ୍ୱାରା ହେବାକୁ ଯାଉଥିବା ରୋହିଜ୍ଞା ଏବଂ ବାଙ୍ଗଲାଦେଶୀ ବୃହତ୍ ସାମୁହିକ କାର୍ଯ୍ୟକ୍ରମ ଦ୍ୱାରା ଆଇନ-ଶୃଙ୍ଖଳା ଭଙ୍ଗ ଓ ସାମ୍ପ୍ରଦାୟିକ ହିଂସା ହେବାର ଗଭୀର ଆଶଙ୍କା ରହିଛି । ଏଣୁ ପ୍ରତିରୋଧମୂଳକ ପଦକ୍ଷେପ ଗ୍ରହଣ ଏବଂ ଉକ୍ତ କାର୍ଯ୍ୟକ୍ରମକୁ ବାତିଲ କରିବା ପାଇଁ ଆଜି ଜଟଣୀ ଅଞ୍ଚଳର ୭ ରୁ ଅଧିକ ସାମାଜିକ ସଂଗଠନ ଏକାଠି ହୋଇ ଖୋର୍ଦ୍ଧା ଜିଲ୍ଲାପାଲଙ୍କୁ ଦାବିପତ୍ର ଦେଇଛନ୍ତି l ବଜରଙ୍ଗ ଦଳ ଖୋର୍ଦ୍ଧା, ସଂଗଠିତ ହିନ୍ଦୁ ପରିବାର, ତରାବୋଇ ଗାଁ କମିଟି, ହିନ୍ଦୁ ଜାଗରଣ ମଞ୍ଚ, ରେଙ୍ଗଳ ଗାଁ କମିଟି, ନବଜ୍ୟୋତି ସେବା ସଂଗଠନ, ହିନ୍ଦୁରାଜ ସେବା ସଂଗଠନର ସଦସ୍ୟ ମାନେ ଜିଲ୍ଲାପାଳଙ୍କୁ ଭେଟି ଏକ ଦାବିପତ୍ର ଦେଇଛନ୍ତି l
ୋଦାବିପତ୍ରରେ ଜଣାଇ ଦିଆଯାଇଛି ଯେ ଉକ୍ତ କାର୍ଯ୍ୟକ୍ରମକୁ ନେଇ ସ୍ଥାନୀୟ ଅଞ୍ଚଳରେ ହିଂସା, ଉତ୍ତେଜନା ଓ ଶାନ୍ତି ବିଘ୍ନିତ ହେବାର ପ୍ରବଳ ସମ୍ଭାବନା ସୃଷ୍ଟି ହୋଇଛି। ଉଲ୍ଲେଖଯୋଗ୍ୟ ଯେ, ଉକ୍ତ ସ୍ଥାନଟି, ତିରିମଲ - ବେଣାପଞ୍ଜୁରୀ ଅଞ୍ଚଳ ପୂର୍ବରୁ ଆଇନ-ଶୃଙ୍ଖଳା ଦୃଷ୍ଟିରୁ ସଂବେଦନଶୀଳ ଭାବେ ଚିହ୍ନଟ ହୋଇଛି। ପୂର୍ବରୁ ସେହି ସମାନ ସ୍ଥାନରେ ଏକ ଗୀତା ଭବନ ନିର୍ମାଣକୁ ନେଇ ଜଣେ ହିନ୍ଦୁ ଯୁବକଙ୍କର ହତ୍ୟା ଘଟିଥିଲା l ସେବେଠାରୁ ସେହି ଅଞ୍ଚଳ ସାମ୍ପ୍ରଦାୟିକ ଉତ୍ତେଜନା ଲାଗି ରହିଛି l ସେହିଭଳି ଏଠାରେ ବେଆଇନ ଗୋଚାଲାଣ, ଲଭ ଜିହାଦ, ଚୋରା କାରବାର ଭଳି ଘଟଣା ବାରମ୍ବାର ଘଟୁଛି l ଏହି ପୂର୍ବପ୍ରସଙ୍ଗକୁ ଦୃଷ୍ଟିରେ ରଖି, ଏପରି ବୃହତ ଆୟୋଜନ ଦ୍ୱାରା ସାମ୍ପ୍ରଦାୟିକ ଉତ୍ତେଜନା, ହିଂସା, ସାଧାରଣ ଜନଜୀବନର ବିଘ୍ନ ଓ ସାର୍ବଜନୀନ ସୁରକ୍ଷା ପ୍ରତି ଗମ୍ଭୀର ବିପଦ ସୃଷ୍ଟି ହୋଇପାରେ। ଯଦି ଏଠାରେ ଏଭଳି କାର୍ଯ୍ୟକ୍ରମ କରିବା ପାଇଁ ଅନୁମତି ଦିଆଯାଏ ତାହେଲେ ଆଗାମୀ ଦିନରେ ଏଠାରେ ସାମ୍ପ୍ରଦାୟିକ ହିଂସା ହେବାର ଆଶଙ୍କା ରହିଛି ବୋଲି ଦାବିପତ୍ର ରେ ଉଲ୍ଲେଖ ରହିଛି।
ଯେବେଠାରୁ ପଶ୍ଚିମବଙ୍ଗରେ SIR ଲାଗୁ ହୋଇଛି ସେବେଠାରୁ ପଶ୍ଚିମବଙ୍ଗରେ ବେଆଇନ ଭାବରେ ରହୁଥିବା ଲୋକମାନେ ପଡୋଶୀ ରାଜ୍ୟକୁ ପଳାୟନ କରୁଛନ୍ତି ବୋଲି କେନ୍ଦ୍ର ସରକାର ଓଡିଶା ସରକାରଙ୍କୁ ସତର୍କ କରୁଛନ୍ତି l ତେଣୁ ଓଡିଶାରେ ଏଭଳି କାର୍ଯ୍ୟକ୍ରମ ଏକ ଷଡଯନ୍ତ୍ର ହୋଇପାରେ ରୋହିଜ୍ଞା ଏବଂ ବାଙ୍ଗଲାଦେଶୀଙ୍କୁ ଥଇଥାନ କରିବା ପାଇଁ ବୋଲି ଜିଲ୍ଲାପାଳଙ୍କୁ ଅଭିଯୋଗ କରାଯାଇଛି l ଜଟଣୀ ରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୧୩/୧/୨୦୨୬----୮,୧୦ Sakhigopal News,13/1/2026
