ads

Breaking News

ପିଏମ ଶ୍ରୀ ସତ୍ଯବାଦୀ ଉଚ୍ଚ ବିଦ୍ଯାଳୟରେ ଆସ ସ୍କୁଲ ଯିବା କାର୍ଯ୍ୟକ୍ରମ ଅନୁଷ୍ଠିତ



ସାକ୍ଷୀଗୋପାଳ ---ଶିକ୍ଷାବିଭାଗ ପକ୍ଷରୁ ଆସ ସ୍କୁଲ ଯିବା କାର୍ଯ୍ୟକ୍ରମ ମଙ୍ଗଳବାର ପିଏମ ଶ୍ରୀ ସତ୍ଯବାଦୀ ଉଚ୍ଚ ବିଦ୍ଯାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ମଣ୍ଡଳ ଶିକ୍ଷାଧିକାରୀ କୈଳାସ ଚନ୍ଦ୍ର ପାଢୀଙ୍କ ନେତୃତ୍ବରେ ଅନୁଷ୍ଠିତ ହୋଇଛି ।  ଅଧାରୁ ପାଠ ଛାଡିଥିବା କିମ୍ବା ବିଦ୍ଯାଳୟରେ ଆଦୌ ନାମ ଲେଖାଇ ନଥିବା ୬ ବର୍ଷରୁ କିମ୍ବା ଅଧାରୁ ପାଠ ଛାଡି ଥିବା ୧୮ ବର୍ଷ ବୟସର ପିଲାମାନଙ୍କର ମେଗା  ନାମ ଲିଖନ କରାଯାଇ ଥିଲା  । ଏଥିରେ ୯ ଜଣ ପିଲା ନାମ ଲେଖାଇଥିଲେ  । ବ୍ଲକ ଅତିରିକ୍ତ ଶିକ୍ଷାଧିକାରୀ ପ୍ରଭାସ ଚନ୍ଦ୍ର କରଣ  , ସତ୍ଯବାଦୀ ଉଚ୍ଚ ବିଦ୍ଯାଳୟର ପ୍ରଧାନ ଶିକ୍ଷୟତ୍ରୀ ଅମିତା ସେନାପତି ଓ ବ୍ଲକର ସମସ୍ତ ସିଆରସିସି ମାନେ ଯୋଗଦେଇ ଥିଲେ  । କାର୍ଯ୍ୟକ୍ରମ କୁ ସଂଯୋଜନା କରିଥିଲେ ଶିକ୍ଷକ ବସନ୍ତ କୁମାର ସ୍ବାଇଁ। ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୧୩/୧/୨୦୨୬---୭,୪୫ Sakhigopal News,13/1/2026

ads

Blog Archive

Popular Posts