ସଡ଼କ ଦୁର୍ଘଟଣାରେ ଆଇଆଇଟି ଛାତ୍ରର ମୃତ
ଜଟଣୀ :---- ଆଇଆଇଟି ଭୁବନେଶ୍ୱରର କ୍ୟାମ୍ପାସରେ ଗତକାଲି ଘଟିଯାଇଥିବା ସଡ଼କ ଦୁର୍ଘଟଣାରେ ଶଙ୍ଖସୁଭ୍ରା ଚକ୍ରବର୍ତ୍ତୀ (27) ନାମକ ଜଣେ ଛାତ୍ରଙ୍କର ଚିକତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିବା ପୁଲିସ ସୂତ୍ରରୁ ଜଣାପଡିଛି l ସୂଚନା ମୁତାବକ ଆଇଆଇଟି କ୍ୟାମ୍ପସରେ ଗତକାଲି ଶଙ୍ଖଶୁଭ୍ରା ଚକ୍ରବର୍ତ୍ତୀ (27) ଏବଂଶକ୍ତି ସାଗର ଶ୍ରୀବାସ୍ତବ (26) ୟୁପି 65 ଡିଇ 2380 ନମ୍ବର ବିଶିଷ୍ଟ ଏକ ହୋଣ୍ଡା ଆକ୍ଟିଭା ସ୍କୁଟିରେ ଯାଉଥିବା ବେଳେ ଏମ.ହେଚ.ଆର ହଷ୍ଟେଲ ଏବଂ ଏଲ୍-ଗେଟ୍ ମଧ୍ୟରେ ରାସ୍ତା କଡ଼ରେ ଧକ୍କା ହୋଇଥିଲେ | ଯାହାଫଳରେ ଉଭୟେ ଗଭୀର ଭାବେ ଆହତ ହୋଇଥିଲେ । ଆହତ ଛାତ୍ରଙ୍କୁ ପ୍ରାରମ୍ଭିକ ଚିକିତ୍ସା ପାଇଁ ସଞ୍ଜୀବନ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ପରେ ଆମ୍ବୁଲାନ୍ସ ଯୋଗେ ମଣିପାଲ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ମଣିପାଲ ହସ୍ପିଟାଲରେ ଚିକିତ୍ସା ଚାଲିଥିବା ସମୟରେ ଡାକ୍ତର ଶଙ୍ଖସୁଭ୍ରା ଚକ୍ରବର୍ତ୍ତୀଙ୍କୁ ମୃତ ଘୋଷଣା କରିଥିଲେ l ଅନ୍ୟ ଜଣେ ପିଏଚଡି ଛାତ୍ର ଶକ୍ତି ସାଗର ଶ୍ରୀବାସ୍ତବ ବର୍ତ୍ତମାନ ମଣିପାଲ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଏ ନେଇ ଆଇଆଇଟିର ସୁରକ୍ଷା ଅଧିକାରୀ ରବିନନ୍ଦନ ବୈଷ ଲିଖିତ ଭାବେ ଜଟଣୀ ଥାନାରେ ଅଭିଯୋଗ ଦେବାପରେ ପୁଲିସ ପକ୍ଷରୁ ଘଟଣାର ତଦନ୍ତ ଚାଲିଛି l ଅପରପକ୍ଷେ ଏହି ଘଟଣା ପରେ ସହପାଠୀ ମାନଙ୍କ ଗହଣରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି l ଜଟଣୀ ରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୧୪/୧/୨୦୨୬---୭,୩୫ Sakhigopal News,14/1/2026
