ବଳରାମପୁର ଗଡ ସେବା ସମବାୟ ସମିତି କାର୍ଯାଳୟ ପରିସରରେ ଧାନ କ୍ରୟ କମିଟିର ଏକ ବୈଠକ ଅନୁଷ୍ଠିତ
ସାକ୍ଷୀଗୋପାଳ ---- ବଳରାମପୁର ଗଡ ସେବା ସମବାୟ ସମିତି କାର୍ଯାଳୟ ପରିସରରେ ଧାନ କ୍ରୟ କମିଟିର ଏକ ବୈଠକ ଅନୁଷ୍ଠିତ ସେବା ସମବାୟ ସମିତି ପକ୍ଷରୁ ଚଳିତ ଖରିଫରୂତୁରେ ଧାନକ୍ରୟ କରାଯିବ । ଏହାକୁ ଶ୍ରୁଙ୍ଖଳିତ କରିବା ପାଇଁ ଚାଷୀ , ସେବା ସମବାୟ ସମିତି ସଂପାଦକ, ପିଇଓ , ଆଋଆଇ ପ୍ରମୁଖଙ୍କୁ ନେଇ କ୍ରୟ କମିଟି ଗଠନ କରାଯାଇଛି । ପ୍ରାଥମିକ ପର୍ଯ୍ଯାୟରେ ୧ ହଜାର କୁଇଣ୍ଟାଲ ଧାନ ଖରିଦ କରିବା ପାଇଁ ଟାର୍ଗେଟ ଆସିଛି । ଚଳିତ ବର୍ଷ ୪୫୮ ଜଣ ଚାଷୀ ଧାନ ବିକ୍ରି କରିବା ପାଇଁ ନାମ ପଞ୍ଜୀକରଣ କରିଛନ୍ତି । ଗତବର୍ଷ ପ୍ରାୟ ୧୩ ହଜାର କୁଇଣ୍ଟାଲ ଧାନ ଏହି ସେବା ସମବାୟ ସମିତି ପକ୍ଷରୁ କିଣା ଯାଇଥିଲା । ଚଳିତ ବର୍ଷ ଧାନ ଫସଲ ଭଲ ହୋଇଥିବା ହେତୁ ଅନ୍ତତଃ ପକ୍ଷେ ୧୫ ହଜାର କୁଇଣ୍ଟାଲ ଧାନ ନେଇ ଚାଷୀମାନେ ସମବାୟ ସମିତି ମଣ୍ଡି ଆଣିବେ । ତେଣୁ ବଳରାମପୁର ଗଡ ସେବା ସମବାୟ ସମିତିକୁ ଉପରୋକ୍ତ ୧୫ ହଜାର କୁଇଣ୍ଟାଲ ଧାନ କ୍ରୟ କରିବାର ଟାର୍ଗେଟ ଦିଆଯିବା ପାଇଁ ଚାଷୀମାନେ ଦାବି କରିଥିଲେ । ସେହିପରି ସୁତୁଲି ଅଖା ପର୍ଯ୍ଯାପ୍ତ ପରିମାଣରେ ସମବାୟ ସମିତି ପକ୍ଷରୁ ଚାଷୀମାନଙ୍କୁ ଯୋଗାଇ ଦେବାପାଇଁ କମିଟିରେ ନିଷ୍ପତ୍ତି ଗ୍ରହଣ କରାଯାଇଛି । ସମବାୟ ସମିତି ପକ୍ଷରୁ ଚାଷୀମାନଙ୍କୁ ସମସ୍ତ ସୁବିଧା ଯୋଗାଇ ଦେବାପାଇଁ ସଂପାଦକ ଜୟନ୍ତ କୁମାର ମହାନ୍ତି ପ୍ରତିଶ୍ରୁତି ଦେଇଥିଲେ । ଧାନମଣ୍ଡି ଖୋଲିବାରେ ବହୁତ ବିଳମ୍ବ ହୋଇଗଲାଣି । ଏପର୍ଯ୍ୟନ୍ତ ସବୁ ଚାଷୀ ଙ୍କୁ ଟୋକେନ ଇସୁ କରାଯାଇ ପାରିନଥିବାରୁ କମିଟି ସଦସ୍ଯ ସୁକାନ୍ତ ପ୍ରଧାନ , ବାସୁଦେବ ପରିଡ଼ା ଉଦବେଗ ପ୍ରକାଶ କରିଥିଲେ । ଦୁଇଟି ମିଲର୍ସ ଧାନ କ୍ରୟ କରିବାକୁ ଚୁକ୍ତି ବଦ୍ଧ ହୋଇଛନ୍ତି । ଅମଳ ସମୟରେ ଚାଷୀମାନଙ୍କୁ ସୁତୁଲି ଅଖା ଯୋଗାଇ ଦିଆଯାଇନଥିବା ଯୋଗୁ ଚାଷୀ ଧୀରେନ୍ଦ୍ର ନାଥ ଦାସ , ସବୋଧ କୁମାର ମିଶ୍ର ଓ ଅଶ୍ୱନୀ ସ୍ୱାଇଁ ପ୍ରମୁଖ ଅସନ୍ତୋଷ ପ୍ରକାଶ କରିଥିଲେ । ଅନ୍ଯମାନଙ୍କ ମଧ୍ଯରେ ରେଭେନ୍ୟୁ ଅଧିକାରୀ ବିଶ୍ୱନାଥ ସାହୁ , ଭିଏଲଡବ୍ଲୁ ବିଷ୍ଣୁଚରଣ ରଥ , ମଦନମୋହନ ବେହେରା , ପିଇଓ ପୂର୍ଣ୍ଣଚନ୍ଦ୍ର ଦାଶ , ଲକ୍ଷ୍ମିକାନ୍ତ ଦାଶ, ସହକାରୀ ସଂପାଦକ ଶୁଭ୍ର ଜିତ ନନ୍ଦ ଓ ଅଫିସ କର୍ମଚାରୀ ମାନେ ଉପସ୍ଥିତ ରହିଥିଲେ । ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୨୦/୧/୨୦୨୬---୮,୪୫ Sakhigopal News,20/1/2026
