ସତ୍ଯବାଦୀରେ ବିଜୁଜନତା ଦଳର ପ୍ରତିଷ୍ଠା ଦିବସ ପାଳିତ
ସାକ୍ଷୀଗୋପାଳ ---- ପୁରୀଜିଲା ସତ୍ଯବାଦୀ ବ୍ଲକ ଅନ୍ତର୍ଗତ କାଦୁଆ ମେଳଣ ପଡିଆରେ ବିଜୁଜନତା ଦଳ ପକ୍ଷରୁ ପ୍ରତିଷ୍ଠା ଦିବସ ପାଳନ ହୋଇଯାଇଛି । ଆଗାମୀଦିନରେ ବିଜୁଜନତା ଦଳ ପୂର୍ବାପେକ୍ଷା ଜୋରଦାର ଲଢେଇ କରିଡ । ଏ ସରକାର ଏକ ଗପ କୁହା ,ରଙ୍ଗମରା ,ମିଛୁଆ ସରକାର ବୋଲି ପୂର୍ବତନ ବିଧାୟକ ଉମାକାନ୍ତ ସାମନ୍ତରାୟ ଅତିଥି ଭାବେ ଯୋଗଦେଇ ଏହା ପ୍ରକାଶ କରିଥିଲେ । ବ୍ଲକ ବିଜେଡି ସଭାପତି ପ୍ରମୋଦ ରାଉତରାୟ ଅନୁଷ୍ଠିତ ସଭାରେ ଅଧ୍ଯକ୍ଷତା କରିଥିଲେ । ପ୍ରଥମେ ଉପସ୍ଥିତ ପ୍ରତି ବିଜୁ ପ୍ରେମୀ ତଥା ବିଜେଡି କର୍ମୀମାନେ ବିଜୁବାବୁଙ୍କ ଫଟୋଚିତ୍ରରେ ଧୂପ ଦୀପ ମାଲ୍ଯାର୍ପଣ କରିଥିଲେ । ଆୟୋଜିତ ସଭାରେ ସହସ୍ରାଧିକ ବିଜେଡି କର୍ମୀମାନେ ଯୋଗଦେଇ ବିଜୁଜନତା ଦଳ ଜିନ୍ଦାବାଦ ନାରା ଦେଇଥିଲେ । ପଞ୍ଚାୟତ ସମିତି ଅଧ୍ଯକ୍ଷ ସୁନୀଲ କୁମାର ପଣ୍ଡା ଯୋଗଦେଇ ବ୍ଲକ ପ୍ରଶାସନ ବର୍ତ୍ତମାନ ଏ ସରକାରଙ୍କ ଦ୍ଵାରା ଖଣ୍ଡେଇ ପାଲଟିଯାଇଛି । ୧୦ ହଜାର ବରିଷ୍ଠ ନାଗରିକ ବାର୍ଦ୍ଧକ୍ୟ ଭତ୍ତା ପାଇବାକୁ ଅପେକ୍ଷା କରିଥିବା ବେଳେ ନାମକୁମାତ୍ର ହାତଗଣତି କେତେଜଣଙ୍କୁ ଭତ୍ତା ପ୍ରଦାନ କରି ବାହାବା ନେଇଛନ୍ତି । ସେହିପରି ହଜାରେରୁ ଅଧୀନ ୮୦ ବର୍ଷରୁ ଅଧିକ ବରିଷ୍ଠ ନାଗରିକ ବାର୍ଧକ୍ୟ ଭତ୍ତା ପାଇବାରୁ ବଞ୍ଚିତ ହୋଇଛନ୍ତି । ବର୍ଦ୍ଧିତ ଭତ୍ତା ପାଇବାକୁ ଅପେକ୍ଷା କରି ଅନେକ ମ୍ରୁତ୍ଯୁବରଣ କରିସାରିଲେଣି । ଆବାସ ଯୋଜନାରେ ଘର ପାଇବାକୁ ଅପେକ୍ଷା କରିଛନ୍ତି ଶତାଧିକ ଲୋକ। କେତେକ ମୁହଁଚୁହାଁ ଲୋକଙ୍କୁ ଆବାସ ଯୋଜନାରେ କେତୋଟି ୱାର୍କଅର୍ଡର ଦିଆଯାଇଛି । ଗତ ସରକାରଙ୍କ ପକ୍ଷରୁ ମଞ୍ଜୁର କରାଯାଇ ଥିବା ଅର୍ଥ ଏପର୍ଯ୍ୟନ୍ତ ଚଳିତ ଅପାରଗ ସରକାର ଖର୍ଚ୍ଚ କରିପାରି ନାହାଁନ୍ତି ବୋଲି ଗୁରୁତର ଅଭିଯୋଗ କରିଥିଲେ ବ୍ଳକ ଅଧ୍ୟକ୍ଷ । ପୂର୍ବତନ ଆତ୍ମା ସଭାପତି ମହମ୍ମଦ ଜିକିରିଆ , ସମାଜସେବୀ ଦୁର୍ଦେଶ ମିଶ୍ର , ନାରୀନେତ୍ରୀ କନକଲତା ପଣ୍ଡା , ପୂର୍ବତନ ସରପଞ୍ଚ ଦେବେନ୍ଦ୍ର ମହାପାତ୍ର , ବିଦ୍ଯାଧରପୁର ସରପଞ୍ଚ ଦୁଶାସନ ପ୍ରଧାନ , ପୂର୍ବତନ ସରପଞ୍ଚ ପ୍ରକାଶ ଖଟେଇ , ପୂର୍ବତନ ସମିତି ସଭ୍ଯ ପ୍ରଶାନ୍ତ ମହାପାତ୍ର , ସ୍ୱାଧୀନ ଚମ୍ପତି , ସୁବାସ ପ୍ରଧାନ ପ୍ରମୁଖ ବିଜେଡି ଆଗାମୀଦିନରେ ସଂଘଟିତ ହୋଇ ସଂଘବଦ୍ଧ ଭାବେ ଲଢେଇ ଜାରି ରହିବ ବୋଲି କହିଥିଲେ । ଆସନ୍ତା ପଞ୍ଚାୟତ ନିର୍ବାଚନ ପାଇଁ ବ୍ଲକର ସମସ୍ତ ବିଜେଡି କର୍ମୀମାନେ ଜଣେ ଜଣେ ସମର୍ପିତ ସୈନିକ ଭାବେ ଲଢେଇ କରି ଦଳକୁ ଜୟଯୁକ୍ତ କରବାପାଇଁ ପୂର୍ବତନ ବିଧାୟକ ଶ୍ରୀ ସାମନ୍ତରାୟ ମତପ୍ରକାଶ କରିଥିଲେ। ଶେଷରେ ସମସ୍ତ ବିଜେଡି ପ୍ରେମୀମାନେ ବିଜେଡି ଦଳର ସର୍ବାଙ୍ଗୀନ ଉନ୍ନତି ପାଇଁ ଶପଥ ପାଠ କରିଥିଲେ । ପୂତ ସରପଞ୍ଚ ଦେବେନ୍ଦ୍ର ମହାପାତ୍ର ଧନ୍ଯବାଦ ଅର୍ପଣ କରିଥିଲେ । ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୨୭/୧୨/୨୦୨୫---୯,୪୫ Sakhigopal News,27/12*2025
