ads

Breaking News

ବୋଲଗଡ ପରମାନନ୍ଦ କଲେଜରେ ନୂତନ ଅଧ୍ୟକ୍ଷ

ବୋଲଗଡ---- ସ୍ଥାନୀୟ ପରମାନନ୍ଦ ମହାବିଦ୍ୟାଳୟ ଶିକ୍ଷା ବିଭାଗ ମୁଖ୍ୟ ତଥା ବରିଷ୍ଠ ପ୍ରାଧ୍ୟାପକ ରବୀନ୍ଦ୍ର ନାଥ ପାଣିଗ୍ରାହୀ ଖୋର୍ଦ୍ଧା ଉପଜିଲ୍ଲାପାଳ,କଲେଜ ପରିଚାଳନା କମିଟିର ସଭାପତି ତଥା ସ୍ୱତନ୍ତ୍ର ଅଧିକାରୀଙ୍କ ଅନୁମୋଦନ କ୍ରମେ ଗତ ଅପ୍ରେଲ ୩୦ ତାରିଖ ଦିନ ଅପରାହ୍ନରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଦାୟିତ୍ୱ ଗ୍ରହଣ କରିଛନ୍ତି । ଏହାପୂର୍ବରୁ ସେ ବେଗୁନିଆ ମହାବିଦ୍ୟାଳୟ,କେନ୍ଦ୍ରାପଡା ଜିଲ୍ଲା ଚାନ୍ଦୋଳ କଲେଜରେ କାର୍ଯ୍ୟ କରିଛନ୍ତିି । ୨୦୦୫ ମସିହା ଠାରୁ  ପରମାନନ୍ଦ ମହାବିଦ୍ୟାଳୟରେ କାର୍ଯ୍ୟରତ ଅଛନ୍ତି । ସାହିତ୍ୟ ,ସଂସ୍କୃତି,ଶିକ୍ଷା ଓ ସଙ୍ଗୀତରେ ରୁଚି ରଖିଥିବା ପ୍ରାଧ୍ୟାପକ ଶ୍ରୀ ପାଣିଗ୍ରାହୀ  ଅଞ୍ଚଳର ଜଣେ ଉତମ ସଙ୍ଗଠକ ଭାବରେ ଜଣାଶୁଣା ।ତାଙ୍କର ଏହି ନିଯୁକ୍ତିକୁ  ସ୍ଥାନୀୟ ବୁଦ୍ଧିଜୀବୀ ,ଅଭିଭାବକ,ଅଧ୍ୟାପକ,ଅଧ୍ୟାପିକା,କର୍ମଚାରୀ ଓ ଛାତ୍ରଛାତ୍ରୀଙ୍କ ପକ୍ଷରୁ ସ୍ୱାଗତ କରାଯାଇଛି ।
 ବେଗୁନିଆରୁ ଯୋଗେଶ୍ୱର ପଣ୍ଡା 

ads

Blog Archive

Popular Posts