ads

Breaking News

ଅଳଉତା ଗ୍ରାମ ୨ୟଥର ପାଇଁ ବିଶୋଧନ କରାଗଲା

ଡେଲାଙ୍ଗ --- ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଳକର ମୁନିଦା ଗ୍ରାମ ପଞ୍ଚାୟତର ଅଳଉତା ଗ୍ରାମକୁ  ପ୍ରଶାସନ ପକ୍ଷରୁ କଣ୍ଟେନମେଣ୍ଟ ଜୋନ ଭାବରେ ଘୋଷଣା କରାଯାଇଛି ।  କରାଯିବା ପରେ ଗ୍ରାମବାସୀ ମାନେ ଦୁଇ ଦିନ ଧରି ବିଭିନ୍ନ ଦାବୀ ନେଇ ଧାରଣାରେ ବସିଥିଲେ । ସେମାନଙ୍କ ଦାବୀ ମଧ୍ୟରେ  ଗ୍ରାମକୁ ବିଶୋଧନ ରହିଥିଲା ।  ବୁଧବାର ଡେଲାଙ୍ଗ ଅଗ୍ନିଶମ ଅଧିକାରୀ ଜୟରାମ ସାହୁ, ଶାରଦା ପ୍ରସାଦ ଜେନା, ଓମ ପ୍ରକାଶ ସାହୁଙ୍କ ନେତ୍‌ୃତ୍ୱରେ ପୁରୀରୁ ଏକ ପାଣି ଚିଞ୍ଚନ ଗାଡି ମଗାଇ ସେଥିରେ କେମିକାଲ ମିଶ୍ରଣ କରାଯାଇ ପ୍ରାୟ ଦୁଇ ଘଣ୍ଟା ଧରି ଅଲଉତା ଗ୍ରାମ ଦାଣ୍ଡ, ସମସ୍ତଙ୍କ ଘରର ସମ୍ମୁଖ ଭାଗ ଓ ଗ୍ରାମରେ ଥିବା ନୀଳକଣ୍ଠେଶ୍ୱର ଦେବଙ୍କ ପ୍ରାଙ୍ଗଣ ଆଦି ସ୍ଥାନ ବିଶୋଧନ କରାଯାଇଛି ବୋଲି ଅଗ୍ନିଶମ ଅଧିକାରୀ ଶ୍ରୀ ସାହୁଙ୍କ ଠାରୁ ସୁଚନା ମିଳିଛି ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି 

ads

Blog Archive

Popular Posts