ads

Breaking News

ଫନି କ୍ଷତିଗସ୍ତ ଅସହାୟ ପୀଡିତ ମାନଙ୍କର ଧାରଣା ଓ ବିକ୍ଷୋଭ ; ତୁତୀୟ ଦିନରେ ପହଞ୍ଚଲା

 ସାକ୍ଷୀଗୋପାଳ ----- ସତ୍ୟବାଦୀ ତହସିଲ ଅନ୍ତର୍ଗତ  ବିଭିନ୍ନ ଗ୍ରାମ ପଞ୍ଚାୟତରେ ଫନି କ୍ଷତିଗସ୍ତ ଅସହାୟ ପରିବାର ଚିହ୍ନଟ ତାଲିକା ପ୍ରସ୍ତୁତିରେ କିଛି ପରିବାର ବାଦ ପଡିବା ଓ ସଠିକ ତାଲିକା ପ୍ରସ୍ତୁତି କରାଯାଇନାହିଁ ବୋଲି ଆନ୍ଦୋଳନ, ରାସ୍ତାରୋକ ବିଭିନ୍ନ କାର୍ଯ୍ୟକ୍ରମ କରାଯାଇଛି । ପ୍ରଶାସନ ପକ୍ଷରୁ କେବଳ ମିଳିଛି ମିଛ ଆଶ୍ୱସନା । ଫନି କ୍ଷତିଗସ୍ତ କିୟାନୁଷ୍ଠାନ କମିଟି ର ଆବାହକ ଗୋବିନ୍ଦ ମହାପାତ୍ରଙ୍କ ନେତୃତ୍ୱରେ ଧାରଣା ଓ ବିକ୍ଷୋଭ ତୁତୀୟ ଦିନରେ ପହଞ୍ଚିଛି । । ଫନି କ୍ଷତିଗସ୍ତ କିୟାନୁଷ୍ଠାନ କମିଟି  ସତ୍ୟବାଦୀ ପକ୍ଷରୁ ୬ ଦଫା  ଦାବିକୁ ନେଇ ଆନ୍ଦୋଳନ ଜାରି ରହିଛି ।    ସତ୍ୟବାଦୀ ଓଭରବ୍ରିଜ ତଳେ ଫଣି କ୍ଷତିଗସ୍ତ କିୟାନୁଷ୍ଠାନ କମିଟି, ନବନିର୍ମାଣ କୃଷକ ସଂଗଠନ, ସୁଆଣ୍ଡୋ ସେତୁ ସଂଗଠନ, କୋଣାର୍କ ସୁରକ୍ଷା ସମିତି, ମା ଗଣ୍ଡଚଣ୍ଡୀ ହରିଜନ ମହିଳା ମହାସଂଘ, ସତ୍ୟବାଦୀ ବଞ୍ଚାୟ୍ର ଆନ୍ଦୋଳନ, ପୁରୀ ଜିଲ୍ଲା ନଡିଆ ଚାଷୀ ମହାସଂଘ, ସତ୍ୟବାଦୀ ସଚେତନ ନାଗରିକ ମଞ୍ଚପ୍ରମୁଖ ସଂଗଠନ ଏଥିରେ ସାମିଲ ହୋଇଥିବାର ଦେଖାଯାଇଛି ।  ଫଣିକ୍ଷତିଗସ୍ତ କିୟାନୁଷ୍ଠାନ କମିଟିର ସତ୍ୟବାଦୀ ବ୍ଳକର ସଭାପତି ପ୍ରାଣନାଥ ବିଶ୍ୱାଳ, ଉପସଭାପତିଶରତ ଚନ୍ଦ୍ର ପ୍ରଧାନ ଙ୍କ ସହିତ ତୁ୍‌ତୀୟ ଦିବସରେ ବିଷ୍ଣ କୁମାର ନାୟକ, ମଙ୍ଗୁଳି ବିଶ୍ୱାଳ,  ଭରତ ସାହୁ, ଗିରିଧାରୀ ପ୍ରଧାନ, ବାବୁଲି ପ୍ରଧାନ, ସୁରେନ୍ଦ୍ର ବରାଳ, ସୁପର ଚାଣକ୍ୟ,  ପ୍ରମୁଖ ଆଜି ଦୁତୀୟ ଦିନରେ ଧାରଣା, ବିକ୍ଷୋଭ ଓ ଅନଶନରେ ବସି ରହିଛନ୍ତି ।  ଅନ୍ୟ ପକ୍ଷେ ଦାବି ପୁରଣ ନ ହେବା  ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଜାରି ରହିବ ବୋଲି  କର୍ମକର୍ତ୍ତା କହିଛନ୍ତି ।
 ସତ୍ୟବାଦୀରୁ ପୂର୍ଣ୍ଣନନ୍ଦ ତ୍ରିପାଠୀ

ads

Blog Archive

Popular Posts