ads

Breaking News

ଦୁର୍ନୀତି ବିରୋଦ୍ଧରେ ବ୍ଲକ ଘେରିଲା କଂଗ୍ରେସ ଦଳ


ବରଗଡ଼ ----ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ଦୁର୍ନୀତିର ଗନ୍ତାଘର ସାଜିଛି । କୁଜିନେତା ଓ କେତେକ ପ୍ରଶାସନିକ ମଧୁଚନ୍ଦ୍ରିକା ତଥା ଶାସକ ଦଳର ମନମାନିକୁ ନେଇ ଆଜି କଂଗ୍ରେସର ପୂର୍ବତନ ବିଧାୟକ ନିହାର ରଞ୍ଜନ ମହାନନ୍ଦଙ୍କ ନେତୃତ୍ୱରେ ଅତାବିରା ବ୍ଲକ ଘେରିଛି କଂଗ୍ରେସ ଦଳ । ଗୋଷ୍ଠି ଉନ୍ନୟନ ଅଧିକାରୀ ପ୍ରଣବ ଚାନ୍ଦଙ୍କୁ କେବଳ ଶାସକ ଦଳର ହାତ ବାରିସ ସାଜିଛନ୍ତି । ବ୍ଲକ ଓ ପଞ୍ଚାୟତ ମାନଙ୍କରେ ଚାଲିଥିବା କରୋନଟାଇନ ସେଣ୍ଟରରେ  ଦୁର୍ନୀତି ଓ ପଞ୍ଚାୟତ ମାନଙ୍କରେ ଚାଲୁଥିବା ଦୁର୍ନୀତି ତଥା ଦଲାଲ ରାଜ୍ କୁ ବନ୍ଦ କର ।   ଗୋଟିଏ ମାସ ମଧ୍ୟରେ ତା ଯଦି ସୁଧାରା ନ ଆସେ ତେବେ ଆଗକୁ ପରିସ୍ଥିତି ଭୟଙ୍କର ହେବ ବୋଲି  କଂଗ୍ରେସ ଦଳ ପକ୍ଷରୁ ଚେତାବନୀ ଦେଇଛନ୍ତି । ତୁରନ୍ତ ବେନିୟମ କାରବାରରେ ସଂଶ୍ଲିଷ୍ଟ ଥିବା ବ୍ୟକ୍ତି ବିଶେଷଙ୍କ ପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଛନ୍ତି। ତେବେ ଦେଖାଯାଉ ଏଥିପ୍ରତି କଣ ପଦକ୍ଷେପ ଗ୍ରହଣ କରାଯାଉଛି। 
ବରଗଡ଼ ଜିଲ୍ଲାରୁ ନବୀନ ଦାଶଙ୍କ ରିପୋର୍ଟ

ads

Blog Archive

Popular Posts