ads

Breaking News

ସଙ୍ଗରୋଧ ଗୃହରୁ ୭ଜଣ ସୁରାଟ ଫେରନ୍ତା ଙ୍କୁ ଗୃହ କୁ ପଠାଗଲା


 ଓଡ଼ଗାଁ/କୁରାଳ-ସରକାରୀ ଉଚ୍ଚ ବିଦ୍ୟାଳୟ ରୋହିବାଙ୍କ ସଙ୍ଗରୋଧ ଗୃହରେ ଗତ ୨ ତାରିଖ ଠାରୁ ଆଜି ପର୍ଯ୍ୟନ୍ତ   ନରସିଂହ ପ୍ରସାଦ ଗ୍ରାମ ର ୭ ଜଣ ପୁରୁଷ ସୁରାଟ ଫେରନ୍ତା  ଙ୍କୁ ଆଜି  ନିଜ ଗୃହକୁ ଛାଡ଼ି ଦିଆଯାଇଛି। ସରପଞ୍ଚ ମୂରଲୀଧର ପ୍ରଧାନ ସମସ୍ତଙ୍କୁ କୋଭିଡ୧୯ ଆନୁଷ୍ଠାନିକ ସଙ୍ଗରୋଧ ଅବ୍ୟାହତ ପ୍ରମାଣପତ୍ର,କୋଭିଡ ୧୯ ହିରୋ,କ୍ୱ।ରେଣ୍ଟାଇନ ଡିସଚାର୍ଜ ସାର୍ଟିଫିକେଟ ସହିତ ସମସ୍ତ ଙ୍କୁ ତାଳିମାରି ବିଦାୟ ଦେଇଥିଲେ।ଏଠାରୁ ଗଲାପରେ ନିଜ ଘରେ ୭ଦିନ ସଙ୍ଗରୋଧ ରେ ରହିବାସହ , ପରିସ୍କାର ପରିଚ୍ଛନ୍ନ , ସାମାଜିକ ଦୂରତ୍ବ ବଜାୟ ରଖିବା,ମାସ୍କ ପିନ୍ଧିବା ଉପରେ ଗୁରୁତ୍ବ ଦେବା ବିଷୟରେ ପରାମର୍ଶ ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଡଃ ରାକେଶ କୁମାର ସାହୁ, ଆର.ଆର.ଟି ଟିମ ର ମୀନତୀ ମାଡାମ,ପଞ୍ଚାୟତ ନୋଡାଲ ଅଧିକାରୀ ସୁବାସ ଚନ୍ଦ୍ର ପ୍ରଧାନ,ରଞ୍ଜନ କୁମାର ଦାଶ(ସି. ଆର.ସି.ସି)ଶିକ୍ଷକ ରାଧାଗୋବିନ୍ଦ ନାୟକ,ସୁରେଶ ଚନ୍ଦ୍ର ମୁଦୁଲି, ଅଙ୍ଗନବାଡ଼ି କର୍ମୀ ବିଷ୍ଣୁପ୍ରିୟା ବେହେରା,କୁନି ନାୟକ ଉପସ୍ଥିତ ଥିଲେ। ଉକ୍ତ ସଙ୍ଗରୋଧ କେନ୍ଦ୍ର ରେ ଆଉ ୨୯ଜଣ ପ୍ରବାସୀ ଅଛନ୍ତି ।

ରିପୋର୍ଟ-ଓଡ଼ଗାଁ/କୁରାଳରୁ ଅର୍ଜୁନ ସାହୁ

ads

Blog Archive

Popular Posts