ads

Breaking News

ଅତିରିକ୍ତ ଶିକ୍ଷାଧିକାରୀଙ୍କ ଚିତ୍ରକଳା ପ୍ରତିଭାର ନିଆରା ପ୍ରୟାସ


 ଧରାକୋଟ---- ଧରାକୋଟ ସ୍ଥିତ ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ସୌରୀ ଶଙ୍କର ବେହେରା କାଯ୍ୟାଳୟ କାନ୍ଥରେ ଚିତ୍ର କଳା ସ୍ଥାନିତ କରି ନିଜ ପ୍ରତିଭାର ପରିଚୟ ଦେଇଛନ୍ତି। କରୋନା ପାଇଁ ସାରାଦେଶରେ ଲକଡାଉନ ଚାଲିଥିବା ବେଳେ କାଯ୍ୟାଳୟ କାନ୍ଥରେ ନିଜର ଅଫିସର କାଯ୍ୟକୁ ବାଲା,ଏସଏସଏ ,ମୋ ସ୍କୁଲ୍ ଶ୍ରେଷ୍ଠ ସ୍କୁଲ୍,ପିଲାଟିଏ ଗଛ ଟିଏ,ଶିକ୍ଷା ଅଧିକାର ଓ ଅଧିନିୟମର ସୂଚନା,ମୋ ସରକାର ଓ ବିଭିନ୍ନ ମହାପୁରୁଷଙ୍କ ମହତ୍ ବାଣୀ ଗୁଡିକୁ କାଯ୍ୟାଳୟ କାନ୍ଥ ପରିସରରେ ସ୍ଥାନ ଦେଇଛନ୍ତି ।  ବିଭିନ୍ନ ବିଦ୍ୟାଳୟ  ତଥା ସ୍ଥାନୀୟ  ଅଞ୍ଚଳ କୁ ବାର୍ତ୍ତା ପ୍ରଦାନ କରିବା ହେଉଛି ଏହାର ଏକ ନିଆରା ପ୍ରୟାସ। ଅଫିସ କାଯ୍ୟକୁ ସୁଚାରୁ ରୁପେ ତୁଲାଇବା ସହ ଛୁଟି ଦିନ ଓ ଅବସର ସମୟରେ  ନିଜସ୍ଵ ଖର୍ଚ୍ଚ ତଥା ନିଜସ୍ଵ ପରିଶ୍ରମ ରେ ଏହା ସେ କରିଛନ୍ତି ବୋଲି ବ୍ଲକ୍ ଶିକ୍ଷା ଅଧିକାରୀ ରବୀନ୍ଦ୍ର କୁମାର ପଣ୍ଡା କହିଛନ୍ତି।ଏହା ଅତିରିକ୍ତ ଶିକ୍ଷା ଅଧିକାରୀ ସୌରୀ ଶଙ୍କର ବେହେରା ଙ୍କ ପୈତୃକ କୌଳିକ ବୃତ୍ତି ଥିଲା। ଏଥିରେ କଳାସୂତା ବିଦ୍ୟାଳୟର ଶିକ୍ଷକ ଯୁଗଳ କିଶୋର ସାହୁ ସହଯୋଗ କରିଥିବା ବେଳେ କାଯ୍ୟାଳୟର  ଏବିଇଓ ପ୍ରଦୀପ କୁମାର ହୋତା , ବଡ଼ବାବୁ ଜୟଦେବ ମୃଦୁଙ୍ଗିଆ,ସିନିୟର୍ କ୍ଲାର୍କ ସୂର୍ଯ୍ୟମଣି ବେହେରା,ଲମ୍ବୋଦର ପାଢ଼ୀ,ପ୍ରଣୟ ପଟ୍ଟନାୟକ, ଆକାଉଟେନ୍ତ୍ ଆକାଶ ପାତ୍ର ପ୍ରମୁଖ ସାହାଯ୍ୟର ହାତ ବଢ଼ାଇଥିଲେ।
      ଧରକୋଟ ରୁ କାଳୁ ଚରଣ ମହାପାତ୍ର

ads

Blog Archive

Popular Posts