ads

Breaking News

ବନ୍ଦେ ଉତ୍କଳ ଜନନୀ ଗାନ କଲେ ବରୀ ଗଣମାଧ୍ୟମ ପ୍ରତିନିଧି

ବରୀ- ବନ୍ଦେ ଉତ୍କଳ ଜନନୀ ଯାହକୁ ନେଇ ସାରା ଓଡିଶା ଗର୍ବ କରେ । ସରକାର ଗଣ ମାଧ୍ୟମ ପ୍ରତିନିଧି ମାନଙ୍କୁ କରୋନା ଯୋଦ୍ଧା ଭାବେ ସମ୍ମାନ ଦେଇଥିଲାବେଳେ ଆଜି ଯାଜପୁର ଜିଲ୍ଲା ବରୀ ବ୍ଲକର ଗଣମାଧ୍ୟମ ପ୍ରତିନିଧିମାନେ  ସମ୍ମାନ ଦେବାରେ ଦ୍ୱିଧ୍ୟାବୋଧ ନ କରିଥିବାର ଦେଖିବାକୁ ମିଳିଥିଲା । ଶକ୍ତି ପୀଠରେ ଗଣମାଧ୍ୟମ ପ୍ରତିନିଧିମାନେ ବନ୍ଦେ ଉତ୍କଳ ଜନନୀ ଗାନ କରିବା ଦେଖିବାକୁ ମିଳିଥିଲା । ସୂଚନା ଅନୁସାରେ ରାଜ୍ୟ ସରକାରଙ୍କ ଅନୁରୋଧ କ୍ରମ କରୋନା ଯୋଦ୍ଧାମାନଙ୍କୁ ସମ୍ମାନ ଜଣାଇବା ସହିତ ସେମାନଙ୍କ ମନ ବଳ ବଢାଇବା ପାଇଁ ଆମ ରାଜ୍ୟର ସମସ୍ତ ନାଗରିକ ସନ୍ଧ୍ୟା ଘ୫.୩୦ ମି ସମୟରେ ବନ୍ଦେ ଉତ୍କଳ ଜନନୀ ଗାନ  କରୁଥିବାବେଳେ ଗଣମାଧ୍ୟମ ପ୍ରତିନିଧିମାନେ ନିଜକୁ ସାମିଲ କରିଥିବା ଦେଖିବାକୁ ମିଳିଥିଲା । ଏ ଭଳି କାର୍ଯ୍ୟକ୍ରମ  ବରୀ ରାମଚନ୍ଦ୍ରପୁର ଥାନା,ପ୍ରଗତି କ୍ଲବ,ବରୀ ତହସିଲ କାର୍ଯ୍ୟାଳୟ, ବରୀବ୍ଲକ  ଓ ବିଭିନ୍ନ ପଂଚାୟତ କାର୍ଯ୍ୟାଳୟରେ ଏହି  ସଂଗୀତ ଗାନ କରାଯାଇଥିବା ଜଣାପଡିଛି । ଏହି କାଯ୍ୟକ୍ରମରେ ଗଣମାଧ୍ୟମ ପ୍ରତିନିଧି ହିମାଂଶୁ ଦାଶ, ସଂଜୟ ବେହେରା, ସ୍ମରଜିତ ମହାନ୍ତି,ଦର୍ଶନ ବେହେରା,ମହେନ୍ଦ୍ର ସ୍ୱାଇଁ, ବିଶ୍ୱ ଭୂଷଣ ଜେନା, ବ୍ରଜ ଜେନା,  ପ୍ରଶାନ୍ତ ଦ୍ୱିବେଦୀ,ପ୍ରଦୀପ ମହାରଣା,ସ୍ନେହାଂଶୁ ମହାନ୍ତି, ସତ୍ୟଜିତ ବାରିକ ପ୍ରମୁଖ ଉପସ୍ଥିତ ଥିଲେ ।
ଯାଜପୁର ବରୀ - ଦର୍ଶନ ବେହେରା

ads

Blog Archive

Popular Posts