ads

Breaking News

କ୍ଳବ ସତ୍ୟବାଦୀ ପକ୍ଷରୁ ରକ୍ତ ଦାନ ଶିବିର

ସାକ୍ଷୀଗୋପାଳ ----- ରାଜ୍ୟରେ ମହାମାରି କରୋନା ଯୋଗୁ ସବୁଆଡେ ଲକ ଡାଉନ ଜାରି ରହିଛି । ମାତ୍ର ବିଭିନ୍ନ ରକ୍ତ ଭଣ୍ଡାରରେ ରକ୍ତର ଘୋର ଅଭାବ ଦେଖା ଯାଇଛି । ଏହାକୁ ଲକ୍ଷ୍ୟ କରି  ସ୍ୱେଚ୍ଛାସେବୀ ଅନୁଷ୍ଠାନ କ୍ଳବ ସତ୍ୟବାଦୀ ପକ୍ଷରୁ  ସାକ୍ଷୀଗୋପାଳ ବସଷ୍ଟାଣ୍ଡ ନିକଟସ୍ଥ କେଶରୀ ନସିଂହୋମ ପରିସରରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ସ୍ୱର୍ଗତ ଶିଶୁ ସ୍ୱରାଜ ରଥଙ୍କ ସ୍ମୃତି ଉଦ୍ଦ୍ୟେଶରେ  କ୍ଳବ ସତ୍ୟବାଦୀର  ସହଯୋଗରେ ୨୭ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା । ପୁରୀ ରକ୍ତ ଭଣ୍ଡାରର କାଉନସିଲର ମନ ରଞ୍ଜନ, ଡ. ଦୀପକ ସାହୁ ଓ ଜିତେନ ନାୟକ, ଲୋକନାଥ ଦଳାଇ ରକ୍ତ ସଂଗ୍ରହରେ ସହଯୋଗ କରିଥିଲେ । ଶିବିରଟିକୁ କ୍ଳବ ସତ୍ୟବାଦୀର ସଦସ୍ୟ ନିହାର ରଞ୍ଜନ ସ୍ୱାଇଁ, ଆଲୋକ ଖୁଣ୍ଠିଆ, ଅଭିଜିତି ସେନାପତି, ତେଫାନ ବେହେରା, ନିଶିକାନ୍ତ  ପ୍ରଧାନ, ଆତ୍ମା ପ୍ରକାଶ ଜେନା, ହାପି ରଥ, ତ୍ରିନାଥ ବାରିକ,ତୁଷାର ରଞ୍ଜନ ନାୟକ, ପୂର୍ଣ୍ଣାନନ୍ଦ ତ୍ରିପାଠୀ, ସୁଶାନ୍ତ ରଥ, ରୁବିନା ସାହୁ, ଝରଣା ପ୍ରଧାନ ପ୍ରମୁଖ ପରିଚାଳନା କରିଥିଲେ । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି

ads

Blog Archive

Popular Posts