ads

Breaking News

ରୋହିବାଙ୍କ ସଙ୍ଗରୋଧ କେନ୍ଦ୍ର ରେ କରୋନା ଯୋଦ୍ଧା ସମ୍ମାନ,୨୯ଜଣ ସୁରାଟ ଫେରନ୍ତା ଙ୍କୁ ଗୃହକୁ ପଠାଗଲା


 
 ଓଡ଼ଗାଁ /କୁମାର ----ସରକାରୀ ଉଚ୍ଚ ବିଦ୍ୟାଳୟ ରୋହିବାଙ୍କରେ  ସଙ୍ଗରୋଧ ଗୃହରେ ନରସିଂହ ପ୍ରସାଦ,ବାଣ୍ଠପୁର,ଗୋଡିପଲ୍ଲୀ,କୁରାଳ,ଗୈ।ରଚନ୍ଦ୍ରପୁର,ଓ ଭଗବତୀ ପ୍ରସାଦ ଗ୍ରାମ ର ପୁରୁଷ,ସ୍ତ୍ରୀ, ଶିଶୁ ମୋଟ ୨୯ଜଣ ସୁରାଟ ଫେରନ୍ତା  ଙ୍କୁ ଆଜି ଗୃହକୁ ଛାଡ଼ି ଦିଆଯାଇଛି। ସରପଞ୍ଚ ମୂରଲୀଧର ପ୍ରଧାନ ସମସ୍ତଙ୍କୁ କୋଭିଡ୧୯ ଆନୁଷ୍ଠାନିକ ସଙ୍ଗରୋଧ ଅବ୍ୟାହତ ପ୍ରମାଣପତ୍ର,କୋଭିଡ ୧୯ ହିରୋ,କ୍ୱ।ରେଣ୍ଟାଇନ ଡିସଚାର୍ଜ ସାର୍ଟିଫିକେଟ ସହିତ ସମସ୍ତ ଙ୍କୁ ଶୁଭେଚ୍ଛା ଜଣାଇ ବିଦାୟ ଦେଇଥିଲେ । ଏଠାରୁ ଗଲାପରେ ନିଜ ଘରେ ୭ଦିନ ସଙ୍ଗରୋଧ ରେ ରହିବା, ପରିସ୍କାର ପରିଚ୍ଛନ୍ନ ରହିବା, ସାମାଜିକ ଦୂରତ୍ବ ବଜାୟ ରଖିବା,ମାସ୍କ ପିନ୍ଧିବା ଉପରେ ଗୁରୁତ୍ବ ଦେବା ବିଷୟରେ  ସରପଞ୍ଚ ପରାମର୍ଶ  ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଡଃ ରାକେଶ କୁମାର ସାହୁ,ସି.ଏଚ. ସି ଶରଣକୁଳ, ମୀନତୀ ରାଉତ,ଫାର୍ମାସିଷ୍ଟ ସି.ଏଚ. ସି ଶରଣକୁଳ,ପଞ୍ଚାୟତ ନୋଡାଲ ଅଧିକାରୀ ସୁବାସ ଚନ୍ଦ୍ର ପ୍ରଧାନ,ରଞ୍ଜନ କୁମାର ଦାଶ(ସି.ଆର.ସି.ସି)ଶିକ୍ଷକ ରାଧାଗୋବିନ୍ଦ ନାୟକ,ସୁରେଶ ଚନ୍ଦ୍ର ମୁଦୁଲି, ଅଙ୍ଗନବାଡ଼ି କର୍ମୀ ବିଷ୍ଣୁପ୍ରିୟା ବେହେରା,କୁନି ନାୟକ ଉପସ୍ଥିତ ଥିଲେ। ଉକ୍ତ ସଙ୍ଗରୋଧ କେନ୍ଦ୍ର ର ଦୀର୍ଘ ଏକମାସ ବ୍ୟାପି  ରାଧାଗୋବିନ୍ଦ ନାୟକ, ପ୍ରଦୀପ ପୃଷ୍ଟି, ସୁରେଶ ଚନ୍ଦ୍ର ମୁଦୁଲି, କାହ୍ନୁଚରଣ ମିଶ୍ର, ତ୍ରିଲୋଚନ ମହାଙ୍କୁଡ(ଶିକ୍ଷକ),ବନୀତା ମାଝୀ, ବବିତା ଦଣ୍ଡସେନା,କୁନୀ ନାୟକ, ବିଷ୍ଣୁପ୍ରିୟା ବେହେରା,ରୁନା ପ୍ରଧାନ (ଅଙ୍ଗନବାଡ଼ି), ସବିତା ନାୟକ (ଆଶାକର୍ମ),ରୋଷେୟା, ପଞ୍ଚାୟତ ସହାୟକ, ଧରିତ୍ରୀ ପଣ୍ଡା (ମହିଳା ସ୍ଵାସ୍ଥ୍ୟକର୍ମୀ), ରଞ୍ଜନ କୁମାର ନାହାକ (ପୁରୁଷ ସ୍ଵାସ୍ଥ୍ୟ କର୍ମୀ), ରଞ୍ଜନ କୁମାର ଦାଶ (ସି,ଆର୍ ସି,ସି), ରାକେଶ କୁମାର ସାହୁ (ଡାକ୍ତର CHC ଶରଣକୁଳ), ସୁବାସ ଚନ୍ଦ୍ର ପ୍ରଧାନ (ପଞ୍ଚାୟତ ନୋଡାଲ ଅଧିକାରୀ)ମାନେ ସେବା କରିଆସୁଥିଲେ ସେମାନଙ୍କୁ ସରପଞ୍ଚ(ଜିଲ୍ଲାପାଳ କ୍ଷମତା ପ୍ରାପ୍ତ) ମୁରଲୀଧର ପ୍ରଧାନ ଙ୍କ ଦ୍ଵାରା କରୋନା ଯୋଦ୍ଧା ସମ୍ମାନ ପ୍ରଦାନ କରାଯାଇଛି। ଗ୍ରାମ ସଭାପତି ହରେକୃଷ୍ଣ ପ୍ରଧାନ ସରପଞ୍ଚ ମୂରଲୀଧର ପ୍ରଧାନ ଙ୍କୁ ମଧ୍ୟ କରୋନା ଯୋଦ୍ଧା ସମ୍ମାନ ପ୍ରଦାନ କରିଛନ୍ତି।

ରିପୋର୍ଟ- ଓଡ଼ଗାଁ/କୁରାଳରୁ ଅର୍ଜୁନ ସାହୁ

ads

Blog Archive

Popular Posts