ads

Breaking News

ଧାରଣା ଓ ବିକ୍ଷୋଭ ; ଚତୁର୍ଥ ଦିନରେ ପହଞ୍ଚଲା

ସାକ୍ଷୀଗୋପାଳ ----  ଫନି ବାତ୍ୟା ଯିବାର ଏକ ବର୍ଷ ପରେ ବି ପୁରୀ ଜିଲ୍ଲା ସତ୍ୟବାଦୀ ତହସିଲ ଅନ୍ତର୍ଗତ  ବିଭିନ୍ନ ଗ୍ରାମ ପଞ୍ଚାୟତରେ ଫନିରେ କ୍ଷତିଗସ୍ତ ଅସହାୟ ପରିବାର ଚିହ୍ନଟ ତାଲିକା  ସଠିକ ପ୍ରସ୍ତୁତି ହୋଇ ପାରିଲା ନାହିଁ । ବିଭିନ୍ନ ସମୟରେ କ୍ଷତିଗସ୍ତ ହିତାଧିକାରୀ ମାନେ ତହସିଲ କାର୍ଯ୍ୟାଳୟ ଆଗରେ  ଆନ୍ଦୋଳନ, ରାସ୍ତାରୋକ ବିଭିନ୍ନ କାର୍ଯ୍ୟକ୍ରମ କରାଯାଇଛି । କୌଣସି ସୁଫଳ ନ ମିଳିବାରୁ ଫନି କ୍ଷତିଗସ୍ତ କିୟାନୁଷ୍ଠାନ କମିଟି  ସତ୍ୟବାଦୀ ପକ୍ଷରୁ ୬ ଦଫା  ଦାବିକୁ ନେଇ ଆନ୍ଦୋଳନ ଜାରି ରହିଛି ।    ସତ୍ୟବାଦୀ ଓଭରବ୍ରିଜ ତଳେ  ଫଣିକ୍ଷତିଗସ୍ତ କିୟାନୁଷ୍ଠାନ କମିଟିର ସତ୍ୟବାଦୀ ବ୍ଳକର ଆବାହକ ଗୋବିନ୍ଦ ମହାପାତ୍ର ଙ୍କ ତତ୍ୱବଧାନରେ ସଭାପତି ପ୍ରାଣନାଥ ବିଶ୍ୱାଳ, ଉପସଭାପତିଶରତ ଚନ୍ଦ୍ର ପ୍ରଧାନଙ୍କ ସହିତ ମଙ୍ଗୁଳି ପ୍ରଧାନ,ବିଷ୍ଣୁ କୁମାର ନାୟକ, ଦୁଶାସନ ପ୍ରଧାନ, କରୁଣା କର ପ୍ରଧାନ, ଅନିତା ବିଶ୍ୱାଳ ଚତୁର୍ଥ ଦିବସରେ  ବିଭିନ୍ନ ଲୋକମାନେ  ଧାରଣା, ବିକ୍ଷୋଭରେ ବସି ରହିଛନ୍ତି ।
 ସତ୍ୟବାଦୀରୁ ପୂର୍ଣ୍ଣାନନ୍ଦ ତ୍ରିପାଠୀ 

ads

Blog Archive

Popular Posts