ads

Breaking News

ବରୀ ଅଞ୍ଚଳର କାର୍ଯ୍ୟରତ ସାମ୍ବାଦିକ ମାନଙ୍କୁ ସମ୍ବଦ୍ଧିତ କଲେ କଂଗ୍ରେସ ନେତା

ବରୀ - ସାରା ବିଶ୍ୱରେ ଏବେ କରୋନା ଭାଇରସ ମହାମାରୀ ରୁପରେ ଉଭା ହୋଇଛି । ଯାଜପୁର ଜିଲ୍ଲା ବରୀ ବ୍ଲକ ଅଞ୍ଚଳରେ କାର୍ଯ୍ୟରତ ସାମ୍ବାଦିକା ମାନେ କରୋନା ଯୋଦ୍ଧାଭାବେ ନିଜକୁ ସାମିଲ କରି ସଚେତନତା ଠାରୁ ଆରମ୍ଭ କରି ସଠିକ ଖବର ପରିବେଷଣରେ  ଗୁରୁ ଦାୟିତ୍ୱ ବହନ କରିଛନ୍ତି । ଏହାକୁ ଲଷ୍ୟ କରି  ଏ ଅଞ୍ଚଳର କଂଗେସ ନେତା ଉମେଶ ଜେନା ରବିବାର ସନ୍ଧ୍ୟାରେ ରତ୍ନଗିରି ଠାରେ କାର୍ଯ୍ୟରତ ସମସ୍ତ ସାମ୍ବାଦିକ ମାନଙ୍କୁ ଉପଢୈାକନ ଓ ଫୁଲ ତୋଡା ଦେଇ ସମ୍ବଦ୍ଧିତ କରିଛନ୍ତି । ଏଥିରେ ସାମ୍ବାଦିକ ବାଞ୍ଛାନିଧି ସାହୁ, ପ୍ରତାପ କୁମାର ଦାସ,ସ୍ମରଜିତ ମହାନ୍ତି, ସଂଜୟ ବେହେରା, ହିମାଂଶୁ ଶେଖର ଦାଶ, ମହେନ୍ଦ୍ର କୁମାର ସ୍ୱାଇଁ,  ଅଜୟ କୁମାର ଜେନା, ଦର୍ଶନ ବେହେରା,ରାଜକୁମାର ମହାନ୍ତି,ବିଶ୍ୱ ଭୂଶଣ ଜେନା, ବ୍ରଜ ଜେନା,ଉତ୍କଳ କେଶରୀ  ନାୟକ, ସ୍ନେହାଂଶୁ ଶେଖର ମହାନ୍ତି, ପ୍ରଶାନ୍ତ ଦ୍ୱିବେଦୀ,ପ୍ରଦୀପ କୁମାର ମହାରଣା,ସତ୍ୟଜିତ ବାରିକ ପ୍ରମୁଖ କୁ ସମ୍ବଦ୍ଧିତ କରିଥିଲେ ।

ଯାଜପୁର ବରୀରୁ ଦର୍ଶନ ବେହେରା

ads

Blog Archive

Popular Posts