ads

Breaking News

ଧରାକୋଟରେ ଗୁଞ୍ଜରଣ ସୃଷ୍ଟି କଲା ବନ୍ଦେ ଉତ୍କଳ ଜନନୀ



ଧରାକୋଟ---କୋଭିଡ ଯୋଦ୍ଧାଙ୍କ ତ୍ୟାଗ, ବଳିଦାନକୁ ସମ୍ମାନ ଜଣାଇ ସମୂହ ଗାନ କଲେ “ବନ୍ଦେ ଉତ୍କଳ ଜନନୀ”। ବିଶ୍ଵର କୋଣ ଅନୁକୋଣରେ ଥିବା ଓଡିଆମାନେ ଗାଇଲେ “ବନ୍ଦେ ଉତ୍କଳ ଜନନୀ”। ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ,କମିଶନର ଅଫିସରେ ପୁଲିସ କମିଶନର ଏବଂ ବିଧାନସା ସମ୍ମୁଖରେ ବିଧାୟକମାନଙ୍କ ସହ ବାଚସ୍ପତି ମଧ୍ୟ ଗାନ କଲେ ବନ୍ଦେ ଉତ୍କଳ ଜନନୀ। ମୁଖ୍ୟମନ୍ତ୍ରୀ   ଙ୍କ ଏହି ବାର୍ତ୍ତା ର ପ୍ରଭାବରେ ଆଜି ଗଞ୍ଜାମ ଜିଲ୍ଲାର ଧରାକୋଟ ଅଞ୍ଚଳରେ ମଧ୍ୟ ବିଭିନ୍ନ ସ୍ଥାନରେ ଲୋକେ ସାମାଜିକ ଦୂରତା ରକ୍ଷା କରି ବନ୍ଦେ ଉତ୍କଳ ଜନନି ଗାନ କରିଛନ୍ତି। ଗାଁ ଗହଳିର ବିଭିନ୍ନ ସ୍ଥାନ ସହ ସଂଘରୋଧ କେନ୍ଦ୍ରରେ ଥିବା ପ୍ରବାସୀ ମନେ ମଧ୍ୟ ଏହି ସଙ୍ଗୀତ ଗାନ କରିଛନ୍ତି।    ଧରାକୋଟ ଥାନା ଅଧିକାରୀ ଶ୍ରୀ ସହଦେଵ ମହାପାତ୍ରଙ୍କ ନେତୃତ୍ୱରେ ଆଜି ଠିକ  ୫,୩୦ ମିନଟରେ ଥାନା ସମ୍ମୁଖରେ ଥାନାର ସମସ୍ତ କର୍ମଚାରୀ ମାନେ ବନ୍ଦେ ଉତ୍କଳ ଜନନି ସଙ୍ଗୀତ ଗାନ କରିଥିଲେ।
         ଧରକୋଟ ରୁ କାଳୁ ଚରଣ ମହାପାତ୍ର

ads

Blog Archive

Popular Posts