ads

Breaking News

ନୟାଗଡରେ ସଡ଼କ ଦୁର୍ଘଟଣା ରେ ଯୁବକ ଗୁରୁତର


ନୟାଗଡ଼: ନୟାଗଡ଼ ଜିଲ୍ଲା ଓଡ଼ଗାଁ ଛକରୁ ନୟାଗଡ଼ ଟ୍ରାଫିକ ଛକକୁ ଯିବା ରାସ୍ତାରେ ଆଜି ସକାଳ ୧୦.୪୫ମିନିଟ ସମୟରେ ଏକ ସଡ଼କ ଦୁର୍ଘଟଣା ଘଟିଯାଇଛି। ସୂଚନା ଅନୁସାରେ ଶରଣକୁଳ ଅନ୍ତର୍ଗତ ମାନପୁର ଗ୍ରାମର ସବ୍ୟସାଚୀ ସାହୁ (ଜିନୁ) (ବୟସ୩୫ବର୍ଷ) ତାଙ୍କର ଜଣେ ସାଙ୍ଗ ସହ ଏକ ବାଜାଜ ପଲସର ବାଇକରେ ନୟାଗଡ଼ ଅଭିମୁଖେ ଯାଉଥିଲେ।ବିପରୀତ ଦିଗରୁ ଆସୁଥିବା ଏକ ଇଟା ବୋଝେଇ ଟ୍ରାକ୍ଟର (ଓଆର ୨୫ ବି ୨୪୩୪)ର ପଛ ଚକ ତଳେ ଚାପି ହୋଇ ଗୁରୁତର ଅବସ୍ଥାରେ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ।ତାଙ୍କୁ ଭୁବନେଶ୍ୱରସ୍ଥିତ ଏକ ବେସରକାରୀ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇ ଭେଣ୍ଟିଲେଟରରେ ରଖାଯାଇଥିବା ଜଣାପଡିଛି  ।
 ନୟାଗଡ଼ ରୁ ସୁଦୀପ୍ତ କୁମାର ଦଳେଇ

ads

Blog Archive

Popular Posts