ads

Breaking News

ସାକ୍ଷୀଗୋପାଳରେ ବିଭିନ୍ନ ଶୈବ ପୀଠ ଗୁଡିକରେ ଶିବ ବିବାହ ଅନୁଷ୍ଠିତ

ସାକ୍ଷୀଗୋପାଳ ------- ସାକ୍ଷୀଗୋପାଳରେ ବିଭିନ୍ନ ଶୈବ ପୀଠ ଗୁଡିକରେ ଶିବ ବିବାହ ଉତ୍ସବ ପରମ୍ପରା ଅନୁଯାୟୀ କରାଯାଉଛି । ଗତ ବର୍ଷ ଫନି ଶିବ ବିବାହ ଫିକା ପକାଇ ଦେଇଥବା ବେଳେ ଏ ବର୍ଷ କରୋନା ସମ୍ପଣ୍‌ର୍ଣ ଫିକା ପକାଇ ଦେଇଛି । ଏପରିକି କେତକ ମନ୍ଦିରରେ ୧୪୪ ଧାରା ଜାରି କରାଯାଇଛି । କେବଳ ସେଠାରେ ଠାକୁରଙ୍କ ନୀତିକାନ୍ତି କରାଯିବ । କୌଣସି ପ୍ରଶୋସନ ବା ଜାନି ଯାତ୍ରା ହୋଇ ପାରିବ ନାହିଁ ବୋଲି ରୋକ ଲଗାଇଛନ୍ତି ପ୍ରଶାସନ । ଏହି ଅବସରରେ ସାକ୍ଷୀଗୋପାଳ ମନ୍ଦିରରେ ଠାକୁରଙ୍କ ନୀତିକାନ୍ତି ସରିବା ପରେ ପୂଜିତ ଶିବ ପାର୍ବତୀଙ୍କ ଚଳନ୍ତି ପ୍ରତିମା ସେବକ କିଶୋର ମହାପାତ୍ର, ରଘୁ ମହାପାତ୍ର, ମନ୍ଦିର ପୁରୋହିତ ଗୋପିନାଥ ଦାଶ ଓ ରାମଜୀ ମଠର ପୂଜକ ବଂଶୀଧର ପାଢ଼ୀଙ୍କ ଉପସ୍ଥିତିରେ ଶିବ ବିବାହ କାର୍ଯ୍ୟ ଅମାପନ୍ନ ହୋଇଥିଲା । ସେହିପରି ବୀରରାମଚନ୍ଦ୍ରପୁର, ରାୟଖଣ୍ଡୀ, ବୀରଗୋବିନ୍ଦପୁର, ବିଶ୍ୱନାଥପୁର, ବଳପୁର, ବରାଳ ବାଲୁଙ୍କେଶ୍ୱର, ସୁଆଣ୍ଡୋ, ରାୟଚକ୍ରଧରପୁର,ସାରଙ୍ଗଯୋଡି, ବାମଦେଇପୁର, ନୂଆସମେଶ୍ୱରପୁର, ଅଳଗୁମ, ସାକ୍ଷୀଗୋପାଳ ବଜାରରେ ଥିବା ଅନ୍ତେଶ୍ୱର, ମୁଆଁଖିଆ, ରନେ୍‌ôଶ୍ୱର, ଖଜୁରିଶ୍ୱର, କୋଷାଳଶ୍ୱର, ଲକ୍ଷେଶ୍ୱର, ଧବଳେଶ୍ୱର, ବନ୍ତେଶ୍ୱର ଆଦି  ବିଭିନ୍ନ ଗ୍ରାମ ମାନଙ୍କରେ ଥିବା ଶୈବପୀଠ ଗୁଡିକରେ ଶିବ ବିବାହ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି 

ads

Blog Archive

Popular Posts