ads

Breaking News

ଓଡ଼ଗାଁ ଥାନା ଭାରପ୍ରାପ୍ତ ଅଧିକାରିଙ୍କ ବାସଭବନରେ ବନବିଭାଗ ଏବଂ ପୋଲିସର ମିଳିତ ଚଢ଼ାଉ; ବିପୁଳ ପରିମାଣର କାଠ ଜିନିଷ ଜବତ


ଓଡ଼ଗାଁ/କୁରାଳ- ଓଡ଼ଗାଁ ଆଦର୍ଶ ଥାନା ଭାରପ୍ରାପ୍ତ ଅଧିକାରୀ ବଂଶୀଧର ବିଶ୍ୱାଳଙ୍କ ବାସଭବନରେ ଜିଲ୍ଲା ପୋଲିସ ଏବଂ ଵନ ବିଭାଗର ମିଳିତ ଚଢ଼ାଉରେ ବିପୁଳ ପରିମାଣର ନୂତନ ଭାବେ ନିର୍ମିତ କାଠ ଫର୍ନିଚରସ, ଦୁଆର ଚଉକାଠ,ଝରକା,ପଲଙ୍କକୁ ଜବତ କରାଯାଇଛି ।ଗତ ଜାନୁଆରୀ ୬ ତାରିଖରୁ ଶ୍ରୀଯୁକ୍ତ ବିଶ୍ୱାଳ ଓଡ଼ଗାଁ ଆଦର୍ଶ ଥାନାରେ ଭାରପ୍ରାପ୍ତ ନିରୀକ୍ଷକ ଭାବେ ଅଦ୍ୟାବଧି ଦାୟିତ୍ୱ ତୁଲାଇ ଆସୁଛନ୍ତି ।ଏବଂ ସପରିବାରେ ଥାନା କ୍ବାଟର୍ସରେ ରହିଆସୁଥିଲେ।ବିଶେଷ ସୂତ୍ରରୁ ଖବର ପାଇ ନୟାଗଡ ମାଜିଷ୍ଟ୍ରେଟଙ୍କ ସମେତ ଶରଣକୁଳ ଏସ.ଡ଼ି.ପିଓ ,ଅଷ୍ଟମ ବାଟାଲିଆନ ଏକ ଫୋର୍ସ ,ଶରଣକୁଳ ପୋଲିସ ଏବଂ ଓଡ଼ଗାଁ ବନାଞ୍ଚଳ ଅଧିକାରୀ ସଦଳବଳେ  ଚଢ଼ାଉ କରିଥିଲେ ।ତେବେ ଚଢ଼ାଉ ସମୟରେ ଥାନାର ମୁଖ୍ୟ ଫାଟକ ଦ୍ୱାର ଭିତରପଟୁ ବନ୍ଦ କରାଯାଇଥିଲା ।ତେବେ ଏ ଚଢ଼ାଉ ତିନି ଘଣ୍ଟା ଧରି ଚାଲିଥିବା ବେଳେ କେତେ ପରିମାଣର କାଠ ସାମଗ୍ରୀ ଜବତ କରାଗଲା ତାହାର ତଥ୍ୟ ଦେବାକୁ ପୋଲିସ ଅନିଚ୍ଛା ପ୍ରକାଶ କରିଥିଲା ।ଏ ସମ୍ପର୍କରେ ଶରଣକୁଳ ଏସ.ଡ଼ି.ପିଓ ଏସ.ଟପ୍ପୋଙ୍କୁ ଯୋଗାଯୋଗ କରିବାରୁ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଅନୁମତି ପରେ ସମସ୍ତ ତଥ୍ୟଦିଆଯିବ ବୋଲି କହିଥିଲେ ।
ଏହି ଚଢ଼ାଉ ସମୟରେ ସ୍ଥାନୀୟ ଅଞ୍ଚଳରେ ପ୍ରବଳ ଜନସମାଗମ ଦେଖିବାକୁ ମିଳିଥିଲା । କାରଣ ରକ୍ଷକ ଯଦି ଭକ୍ଷକ ସାଜେ ତା ହେଲେ ଏ ସଂସାର ଚାଲିବ କେମିତି ବୋଲି ଲୋକମାନେ କହୁଛନ୍ତି ।

ରିପୋର୍ଟ - ଓଡ଼ଗାଁ/କୁରାଳରୁ ଅର୍ଜୁନ ସାହୁ

ads

Blog Archive

Popular Posts