ads

Breaking News

ଓଡ଼ଗାଁ ଅଞ୍ଚଳରୁ ପୁଣି ତିନି କରୋନା ଆକ୍ରାନ୍ତ ଚିହ୍ନଟ


ଓଡ଼ଗାଁ/କୁରାଳ - ଜିଲ୍ଲାରେ ଅର୍ଧଶତକ ମାରିବାକୁ ଯାଉଛି କରୋନା ଆକ୍ରାନ୍ତ ସଂଖ୍ୟା । ବର୍ତ୍ତମାନ ସୁଦ୍ଧା ନୟାଗଡ଼ ଜିଲ୍ଲାରେ ୪୮ ରେ ପହଞ୍ଚିଛି ଆକ୍ରାନ୍ତଙ୍କ ସଂଖ୍ୟା ।ବିଶେଷତଃ ଆଜି ସୁଦ୍ଧା ଓଡ଼ଗାଁ ବ୍ଲକରେ ଆକ୍ରାନ୍ତଙ୍କର ସଂଖ୍ୟା ୨୬ରେ ପହଞ୍ଚିଛି । ଆଜିର ତିନି ପଜିଟିଭ ମାନଙ୍କ ମଧ୍ୟରୁ ସମସ୍ତ ଆକ୍ରାନ୍ତ କୋମଣ୍ଡ ଉଚ୍ଚ ବିଦ୍ୟାଳୟ ସଙ୍ଗରୋଧ ଗୃହରେ ଥିଲେ ଏବଂ ୨୧ଦିନ ଅବଧି ସରିବା ପରେ ଗତକାଲି ଘରକୁ ଫେରିଥିଲେ ବୋଲି ପ୍ରଶାସନ ତରଫରୁ ସୂଚନା ମିଳିଅଛି  ।ସମସ୍ତ ତିନି ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇ ଗତକାଲି ମଧ୍ୟରାତ୍ରରେ କୋଭିଡ଼ ହସ୍ପିଟାଲ ଭୁବନେଶ୍ୱରକୁ ସ୍ଥାନାନ୍ତରିତ କରାଯାଇଛି ବୋଲି ବ୍ଲକ ପ୍ରଶାସନ ପକ୍ଷରୁ ସୁଚନା ମିଳିଛି ।

ରିପୋର୍ଟ- ଓଡ଼ଗାଁ/କୁରାଳରୁ ଅର୍ଜୁନ ସାହୁ

ads

Blog Archive

Popular Posts